ଇତିହାସ

ସ୍ୱତନ୍ତ୍ର-ଜନ କଂଗ୍ରେସ ସରକାର

Balaram Mohanty'd Odisha History

ନିର୍ବାଚନ ପରେ ସ୍ୱତନ୍ତ୍ର ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା

ସ୍ୱତନ୍ତ୍ର-ଜନ କଂଗ୍ରେସ ସରକାର

୧୯୬୭ ମସିହାରେ ଅନୁଷ୍ଠିତ ଚତୁର୍ଥ ସାଧାରଣ ନିର୍ବାଚନ ସମଗ୍ର ଦେଶରେ କଂଗ୍ରେସ ଦଳ ପକ୍ଷରେ ନୈରାଶ୍ୟ ଜନକ ହେଲା । ଏହି ନିର୍ବାଚନରେ ଭାରତ ୭ଟି ରାଜ୍ୟ ପରି ଓଡ଼ିଶାରେ କଂଗ୍ରେସ ଦଳର ନିର୍ବାଚିତ ସଭ୍ୟଙ୍କ ସଂଖ୍ୟା ୩୧କୁ କମି ଆସିଥିଲା । ମୁଖ୍ୟତଃ ୧୯୬୪ରେ ଭାରତ ଚୀନ ଯୁଦ୍ଧରେ ବିପର୍ଯ୍ୟୟ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବାରୁ ଏହି ବିପର୍ଯ୍ୟୟ ଘଟିଥିଲା । ଏହା ଛଡ଼ା ଓଡ଼ିଶାରେ ଏହି ନିର୍ବାଚନ ପୂର୍ବରୁ ଡଃ. ହରେକୃଷ୍ଣ ମହତାବ, ପବିତ୍ର ମୋହନ ପ୍ରଧାନ ଓ ସୁରେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ସୁପରିଚିତ କଂଗ୍ରେସ ନେତାମାନେ କଂଗ୍ରେସ ଛାଡ଼ି ଦେଇ ଜନକଂଗ୍ରେସ ନାମରେ ଏକ ଦଳ ଗଠନ କରି ସ୍ୱତନ୍ତ୍ର ଦଳ ସହିତ ମିଶି ପ୍ରତିଦ୍ୱନ୍ଦିତା କରିଥିଲେ । ତେଣୁ କଂଗ୍ରେସ ପାଉଥିବା ଭୋଟ ଗୁଡ଼ିକ ଦୁଇଭାଗ ହୋଇଗଲା ଓ ସର୍ବଭାରତୀୟ ସ୍ତରରେ କଂଗ୍ରେସର ଭାବମୂର୍ତ୍ତି ହ୍ରାସ ପାଇଥିବା ଯୋଗୁ ଓଡ଼ିଶାର କଂଗ୍ରେସ ଦଳର ପରାଜୟ ଘଟିଥିଲା । ନିର୍ବାଚନ ପରେ ସ୍ୱତନ୍ତ୍ର ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା । ପୂର୍ବରୁ ଗଣତନ୍ତ୍ର ପରିଷଦ ଦଳ ସର୍ବ ଭାରତୀୟ ସ୍ତରରେ ସ୍ୱତନ୍ତ୍ର ଦଳରେ ମିଶିଯାଇ ଥିଲେ ତେଣୁ ଓଡ଼ିଶାର ଆଞ୍ଚଳିକ ଗଣପରିଷଦ ସ୍ୱତନ୍ତ୍ର ଦଳର ଶାଖା ରୂପେ କାର୍ଯ୍ୟ କରିଥିଲା ।

ସିଂହଦେଓ ମନ୍ତ୍ରୀମଣ୍ଡଳ ୧୯୭୧ ଜାନୁଆରୀ ମାସ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । ମାତ୍ର ଏହା ପୂର୍ବରୁ ସ୍ୱତନ୍ତ୍ର ଓ ଜନ କଂଗ୍ରେସ ଦଳ ଆଭ୍ୟନ୍ତରୀଣ ବିବାଦ ଯୋଗୁ ଜନକଂଗ୍ରେସ ଦଳ ଏହି ମନ୍ତ୍ରୀ-ମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ ଏବଂ କେବଳ ସ୍ୱତନ୍ତ୍ର ଦଳ ଶେଷ ପର୍ଯ୍ୟନ୍ତ ଶାସନ ଚଳେଇଥିଲେ । ରାଜେନ୍ଦ୍ର ନାରାୟଣ ସିଂହଦେଓ ଜଣେ ଅଭିଜ୍ଞ ଓ ବିଜ୍ଞ ଶାସକ ଭାବରେ ପରିଚିତ ଥିଲେ ମଧ୍ୟ ସ୍ୱତନ୍ତ୍ର ଓ ଜନକଂଗ୍ରେସ ଭିତରେ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ଏହି ମନ୍ତ୍ରୀମଣ୍ଡଳ କୌଣସି ଉଲ୍ଲେଖ ଯୋଗ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କରି ପାରିନଥିଲା । ଶାସନ ବିଭାଗରୁ ବିଚାର ବିଭାଗ ଏହି ସମୟରେ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇ ଯାଇଥିଲା । ଏହା ଏକ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟ । ଏହି ମନ୍ତ୍ରୀମଣ୍ଡଳ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଭୂରାଜସ୍ୱ ଓ ପଞ୍ଚାୟତ ଟିକସ ଉଠାଇ ଦେଇଥିଲେ, ଜଳକର ହ୍ରାସ କରି ଦେଇଥିଲେ ମାତ୍ର ସେମାନେ ଓଡ଼ିଶାରୁ ନିଶା ନିବାରଣ ବ୍ୟବସ୍ଥା ରଦ୍ଦ କରି ଦେଇ ଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ପଦ୍ଧତି ପ୍ରଚଳନ କରିଥିଲେ । ସେମାନେ ଜିଲ୍ଲା ପରିଷଦକୁ ଉଠାଇ ଦେଇଥିଲେ । ଏହା ଥିଲା ଓଡ଼ିଶାର ତୃତୀୟ ମିଳିତ ମନ୍ତ୍ରୀମଣ୍ଡଳ ।

ଲୋକପ୍ରିୟ ଲେଖା

To Top