କବିତା

ଆଜିର ମଣିଷ ମୁଁ ରାକ୍ଷସ

ବଚନ ତାହାର ଖୁର ଠୁ ତ ଧାର
ଚରିତ୍ର କୁଟ କପନ
ଦୃଷ୍ଟି ତା’ର ପୁଣି ସତେକି ଜହର
ମନେ ମରିଯାଏ ବଳ ।

ଆଜିର ମଣିଷ ମୁଁ ରାକ୍ଷସ

ଆଉ ସହି ହେଉନି
କଷଣ ତୁମର
ସତେକି ଯମ ଯନ୍ତ୍ରଣା
କହିପାରୁନାହିଁ ସହିପାରୁନାହିଁ
ହେଉଛି ମୁଁ ବାଟବଣା ।

କି କହିବି ଆଉ ଭୟ ଲାଗେ ମୋତେ
ମନେ ମୋ ଆସୁଛି ରାଗ
ଅନାଇ ବସିଛି “ମୁଁ ରାକ୍ଷସ” ଏ ସତ
ସତେକି ଖାଇଲା ବାଘ ।

ଅଭିମାନେ କହେ ମନକୁ ମୋହର
ହଇରେ କି କଲୁ ଆରେ ବିଧାତା
ସତଷଠି ପୁରି ଅଠଷଠି ଚାଲିଲା
ନ ପାଇଲି ଯେ ସ୍ୱାଧୀନତା ।

ବଚନ ତାହାର ଖୁର ଠୁ ତ ଧାର
ଚରିତ୍ର କୁଟ କପନ
ଦୃଷ୍ଟି ତା’ର ପୁଣି ସତେକି ଜହର
ମନେ ମରିଯାଏ ବଳ ।

Half Column

ଆଚରଣ ତା’ର ନୁହେଁ ସହନୀୟ
ସେ ଯେ ବହୁ ଉଚିଷ୍ଟ
ଯନ୍ତ୍ରଣା ଚାପି ରହିଥାରେ ବାବୁ
ମନେ ଭାରି ଲାଗେ କଷ୍ଟ,
କାହାକୁ କହିବୁ ଦୁଃଖ ଯେ ତୋହର
ସବୁ ଏଠି ପରା “ମୁଁ ରାକ୍ଷସ” ।

ଶର ଉଠାଇବୁ ଭାବୁଛୁ କି ଧନ
ସର୍ବେ ଏଠି ସ୍ୱାର୍ଥେ ବଶ
ସାଜିଛନ୍ତି ଏଠି ତେଲ ତେଲି ପୁଣି
ସତେ କି ବାଆକୁ ବତାସ ।

ଉଠ ଉଠ ଧନ ଶୋଇପଡ଼ ନାହିଁ
କେହି ଏଠି ନାହିଁ ସାହା
ଝିଣ୍ଟିକା ମାରିକି ବଣି ପୋଷି ଏଠି
ନେଇଛନ୍ତି ବାହା ବାହା ।

ଲୋକପ୍ରିୟ ଲେଖା

To Top