କବିତା

ଅପେକ୍ଷା

ମଳୟ ପବନ ପରି ବହି ଚାଲିଥାଏ ଏ ଜୀବନଟା
ନଥାଏ କିଛି ଚିନ୍ତା. . .
ହେଲେ ଏ ଘୂର୍ଣ୍ଣିବଳୟଟି ଆସିଲା କୁଆଡୁ. . .
ବଦଳିଗଲା ଜୀବନର ଦିଶା. . .
ନୂଆ ପରି ଲାଗେ ସବୁ କିଛି ଆଜି,
ଦେଖୁଛି ମୁଁ ଯାହା. . .
ବୁଝିପାରୁନି ଜମା ଏ ମନଟା, ହେଲା କି ଏହା. . .
ଏଇ ଯାଯାବର ଜୀବନର ତ ଯହିଁ ସମାପ୍ତି,
ହେଲେ ରଖିଛି ଏକ ଆଶା ତଥାପି. . .
କିଏ ସେ ? ଆସିବ କେବେ ??

ରହିଛି ମୁଁ ଚାହିଁ ତାରି ବାଟ,
ଯାହା ପାଇଁ ଆଜି ଏ ମନ ଏତେ ଉଚ୍ଛାଟ. . .
ଆସିବ ସେଦିନ ଇନ୍ଦ୍ରଧନୁ ପୁଣି,
କୋଇଲିର ନୂଆ ଗୀତ ଶୁଣି. . .
ନାଚିବ ଭିଜା ପଲ୍ଲବ, ଝରାଇ ଖୁସିର ଅଶ୍ରୁ,
ଦେଖିବ ତାକୁ ଯେବେ ସୁଦୂରୁ. . .
କଳ୍ପନାର ପ୍ରତିଛବି ଝଲସି ଉଠେ ଅନ୍ତରେ,
କେତେ ଯେ ପ୍ରଶ୍ନ ଆତଙ୍କି ନିଏ ମନରେ
ପିହିଲି ସକାଳର କୁହୁଡ଼ି ପରି, ଘେରି ରହିଛି
ତାରି ସ୍ମୃତି ଏପରି. . .
ଭୁଲି ହୁଏନି ଜମା ସେ ସକାଳ, ଅତି ରୋମାଞ୍ଚକ
ଦୃଶ୍ୟ ଏହାର. . .
କେବେ ଗରଜି ଉଠେ ତ, କେବେ ହୁଏ ପ୍ରେମର ବୃଷ୍ଟି,
ମଉନ ହୋଇ ପୁଣି କରେ ଅରଷ୍ଟି. . .
ନୀଳ ଗଗନ ପରି ରହିଛି ଚାହିଁ ଏ ମନ,
ଆସିବ କେବେ ଜାଣିନି ମୁହିଁ
ଅପେକ୍ଷାରେ ଖାଲି କାଟୁଛି ଦିନ. . . !

ଲୋକପ୍ରିୟ ଲେଖା

To Top