ବ୍ୟଙ୍ଗକବିତା

ଭଣ୍ଡସାରଥୀଙ୍କ ଭାଗବତ

ଧର୍ମ ନାମରେ ରାଜନୀତି
ଶୁଣି ମନରେ ହୁଏ ଭୀତି

ଭଣ୍ଡସାରଥୀଙ୍କ ଭାଗବତ

ଶୁଣ ମୋ’ ପ୍ରିୟ ସାଧୁ ସନ୍ଥ
ଭଣ୍ଡ ସାରଥୀ ଭାଗବତ

ଚେତି ଚେତାଅ ସାଥୀ ଚିତ୍ତ
ନହେଲେ ସରିଯିବ ବିତ୍ତ

ଧର୍ମ ନାମରେ ରାଜନୀତି
ଶୁଣି ମନରେ ହୁଏ ଭୀତି

ସାରଥୀ ବାବାଙ୍କ ଆଶ୍ରମ
କେନ୍ଦ୍ରାପଡ଼ାର ନିତ୍ୟଧାମ

ମହୁ ବରଷେ ଧାରଧାର
ବିଭୁତି ବାୟା ନରଛାର

ମଣିଷ ଜନ୍ମରୁ ମୁକ୍ତି ପାଇଁ
ବିଶ୍ୱାସେ ଭକ୍ତ ଗଲେ ଧାଇଁ

ବିଶ୍ୱାସେ ବିଷ ମିଶାଇଲା
‘ଜୟ-ଜୟ’ କାରରୁ ନାଶଗଲା

ନିଜ କୁ-କର୍ମ ହେବା ପାଇଁ
ନିନ୍ଦିତ ସାରଥୀ ଗୋସାଇଁ

ଜଗତ ସାଇଁ ବୋଲାଇଲା
ସଭିଁଙ୍କ ଉପେକ୍ଷା କରିଲା

ପାପର ଭାରା ବୃଦ୍ଧି ହେଲା
ବଳଦେବଙ୍କୁ ହୁଙ୍କାରିଲା

ସେ ଅହଂକାର ଉଗ୍ର ହୋଇ
ଚଳଚଞ୍ଚଳ ହେଲା ମହୀ

ସହି ନ ପାରି ସାମ୍ୱାଦିକ
ବାଣ ଛାଡ଼ିଲେ ନୁ୍ୟଜ୍-ସାତ

ଘାଣ୍ଟି ଚକଟି ଖୋଲି ଦେଲା
ବାବାଙ୍କ ଗୁପ୍ତ ପେଢ଼ି ତାଲା

ବାବା ଡାକିଲେ ତ୍ରାହି-ତ୍ରାହି
ରଖହେ’ ମୋର ସାଥୀ ଭାଇ

ସବୁ ଭକ୍ତଙ୍କ ମୁହେଁ ତାଲା
ଗିରଫ୍ ହେଲେ ଚାରୁ-ଚହ୍ଲା

କେଜଣେ ଥିଲ ଭକ୍ତ ସେଠି
ବାବାଙ୍କ ଥିଲା ସେ ସାରଥି

ଭଣ୍ଡସାରଥୀ ରକ୍ଷା ପାଇଁ
ସଂହାର ଲୀଳା କଲା ସେହି

ଆତ୍ମ-ଘୋଷିତ ଭଗବାନ
କରିନ୍ତି ଅନନ୍ତ ଶୟନ

ଶୟନେ ସାଥୀ ଶୋୟାଲିନୀ
ଏବେ ବଜାଉଛନ୍ତି ଗିନି

ରକ୍ଷା ନ ହେଲା ପ୍ରିୟ ସହି
ବାବାଙ୍କୁ ରଖିବ ବା କେହି

ତୁ ଯେବେ ବୋଲାଉ ଈଶ୍ୱର
ତୋତେ ହିଁ ତୁହି ରକ୍ଷା କର

ଆମ୍ଭେ ତ ଭକତ ତୋହର
କିପରି କରିବୁ ଉଦ୍ଧାର

ଯାହା କରିଛ କେଳେଙ୍କାରୀ
ସଭିଏଁ ହୁଅନ୍ତି ସୁମରି

ତୁମ ଆଶ୍ରମ ବାରିମୂଳ
କି ବଖାଣି ବି ତା’ର ଗୁଣ

ସିମେଣ୍ଟ୍ ଗାଈ ଦିଏ କ୍ଷୀର
ବିଜ୍ଞାନ ଯୁଗେ ଅଗୋଚର

ତିନି ମାଙ୍କଡ଼ ଗାନ୍ଧୀ ନୀତି
କାନ୍ଥରେ ଦେଇଅଛ ଥାପି

ବିଭିନ୍ନ ନୀତିବାଣୀ ସବୁ
ଭକ୍ତଙ୍କୁ କରିଅଛି କାବୁ

ସାରଥୀ କଥା ଶୁଣୁଥିବୁ
ନିଶ୍ଚୟ ଉଦ୍ଧାରିବୁ ଭବୁ

କରିବୁ ଯଦି ପ୍ରତିବାଦ
ଖଣ୍ଡାରେ ହେବ ଶିରଚ୍ଛେଦ

ପଶିବୁ ଯଦି ତୁ ଶରଣ
ବିଭୂତି ଦେବେ ଘନ ଘନ

ଶାନ୍ତ ହୋଇବ ତନ ମନ
ସୃଷ୍ଟି ବ ଉତ୍ତମ ସନ୍ତାନ

କହିବୁ ଶ୍ରୀମଦ୍ ସାରଥୀ
ସେହି ହୋଇବେ ତୋର ସାଥୀ

ତୋ’ ସାଥେ ଯିବେ ଗୋଲକୋଣ୍ଡା
କରାଇ ଦେବେ ସବୁଲଣ୍ଡା

ସେବନ କରିବୁ ପ୍ରସାଦ
ଚିକେନ୍, ବିରିୟାନୀ, ମଦ

ଏମିତି ବହୁ କଥା କରି
ଆଶ୍ରମେ ଆସିବେ ତ ଫେରି

ମନ ହୋଇବ ହୁଳାହୁଳା
ରଚିବେ ବାବା ବହୁଲୀଳା

ଶ୍ରେଷ୍ଠ ଲୀଳା ତା’ ନାରୀକୋଳ
ନାମ ଯେ ଆଣ୍ଠୁଆ ଗୋପାଳ

ଲୋକପ୍ରିୟ ଲେଖା

To Top