ତପସ୍ୱିନୀ

Jitendra Seth

ହେ ଭୂମିସୁତା ଜନକ ନନ୍ଦିନୀ
ପରୀକ୍ଷିତା ତୁମ ଜୀବନ
ଶେଷରେ ଧରାକୁ ମାତୃତ୍ୱରେ ଛନ୍ଦି
ଭୂମିରେ ହୋଇଲ ଲୀନ ।।

ତପସ୍ୱିନୀ

ତପସ୍ୱିନୀ ଗୋ ତୁମ ପବିତ୍ରତା
ସ୍ୱଚ୍ଛ ହୃଦୟର ନିଷ୍କପଟତା
ଶିକ୍ଷା ଦିଏ ଆଜି ଏ ସମାଜକୁ
ତୁମ ଶାନ୍ତ ମନର ସରଳତା ।।

ପତିଧର୍ମ ପାଳି ପତିବ୍ରତା ହୋଇ
ଯାଇଥିଲ ବନବାସ
ରାଣୀ ପଦ ଛାଡ଼ି ତପସ୍ୱନୀ ସାଜି
ତେଜିଲ ଶେଷ ନିଶ୍ୱାସ ।।

ହେ ଭୂମିସୁତା ଜନକ ନନ୍ଦିନୀ
ପରୀକ୍ଷିତା ତୁମ ଜୀବନ
ଶେଷରେ ଧରାକୁ ମାତୃତ୍ୱରେ ଛନ୍ଦି
ଭୂମିରେ ହୋଇଲ ଲୀନ ।।

ପତିଧର୍ମେ ତୁମେ ଉତ୍ସର୍ଗିତ ହୋଇ
କେତେ ଯେ ସହିଲ କଷ୍ଟ
ତୁମ ସତ୍ୟତାରେ ହାରିଯାଇଥିଲା
ପାମର ରାବଣ ଦୁଷ୍ଟ ।।

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ
ସତ୍ୟ ନିଭାଇଛ ପ୍ରତି ମର୍ମେ
ପୂଜା ପାଉଛ ମାଁ ପୂଣ୍ୟତୟା ହୋଇ
ସତୀ ରୂପେ ଏଇ ଧାମେ ।।

ଏ ନାରୀ ଜାତିକୁ ଦେଉଥାଅ ତୁମେ
ତୁମ ସେ ମହାନ୍ ବାରତା
ସତ୍ୟତାରେ ଉତ୍ସର୍ଗିତ ହୋଇ
ହେଉ ସେ ଅପରାଜିତା ।।

ଲୋକପ୍ରିୟ ଲେଖା

To Top