ରାଧା ଗୋ ତମେ କେବେ ଆସିବ

Binay Mohapatra's odia poem radhaa go tame kebe aasiba

କଦମ୍ବ ତ ନିତି ନିତି ମୋତେ ପଚାରୁଚି
ଜମୁନା ବି ତମକୁ ଖୋଜୁଚି
ତମେ ନାହଁ ବୋଲି ବୋଲି ବଂଶି ମୋର
ରୁଷିକି ମଉନେ ବସିଚି
ରାଧା ଗୋ ତମେ କେବେ ଆସିବ
କୃଷ୍ଣ ଏଠି ତମ ବାଟ ଅନାଇ ରହିଚି ।

ରାଧା ଗୋ ତମେ କେବେ ଆସିବ

କୃଷ୍ଣଚୁଡାର ଡାଳେ ଡାଳେ
ନାଲି ନାଲି କଢର ଜୁଆର
ବସନ୍ତ ଆସୁଚି ବୋଲି କହି ଦେଇ ଗଲା
ମଳୟ ଯେମିତି ଏବ
ନୁଆ ନୁଆ ଉଢି ଶିଖୁଥିବା
ଚଡେଇ ଛୁଆଟି
ହାଲକା ହାଲକା ଡେଣା ଝାଡିଦିଏ
ବସନ୍ତ ତ ଆସିବ ଆସିବ ହେଉଚି
ହେଲେ ରାଧାଗୋ ତମେ କେବେ ଆସିବ?

କଦମ୍ବ ତ ନିତି ନିତି ମୋତେ ପଚାରୁଚି
ଜମୁନା ବି ତମକୁ ଖୋଜୁଚି
ତମେ ନାହଁ ବୋଲି ବୋଲି ବଂଶି ମୋର
ରୁଷିକି ମଉନେ ବସିଚି
ରାଧା ଗୋ ତମେ କେବେ ଆସିବ
କୃଷ୍ଣ ଏଠି ତମ ବାଟ ଅନାଇ ରହିଚି ।

ଦୁନିଆତ କାହ୍ନାର ବଇରୀ
ଲାଞ୍ଛନ ଲଗାଏ କେତେ
ମୁଁ କାଳେ ଭୁଲିଗଲି ମୋ ରାଧାକୁ
ମୋ ଗୋପ ଗୋପୀ ଗୋପିକାଙ୍କୁ

ରାଧାଗୋ ତମେତ ଜାଣିଚ
ତମ କାହ୍ନା ତମ ବିନା,
ବିନା ଜଳ ନଦୀ ଟିଏ ପରି
ନା ଅଛି ଝର ଝର ନିର୍ଝର ଗତି
ନା ଅଛି କଳ କଳ ନିନାଦନ
ମୁଁ ଏଠି ଗତି ଶୁନ୍ୟ ଶବ୍ଦ ହୀନ
ଅଚଳ ନିଶ୍ଚଳ ନୀରବ ମୁରତୀ
ଦାରୁ ବ୍ରହ୍ମ ମୁରାରୀ

ରାଧା ଗୋ କେହି ନ ଜାଣିଲେ ନାହିଁ ତମେତ ଜାଣିଚ
କୃଷ୍ଣ ମୋ ଶରୀର ହେଲେ ରାଧା ମୋର ଆତ୍ମା
କର୍ମ ମୋର ଶ୍ୱାଶ ହେଲେ ରାଧା ମୋର ପ୍ରାଣ
ମୁଁ ଖାଲି କୃଷ୍ଣ ମୁରାରୀ ନୁହେଁ
ମୁଁ ତ ରାଧାର ମାଧବ ଗୋପି ଙ୍କ ବହ୍ଲଭ
ପ୍ରେମ ତ ଅଦୃଶ୍ୟ ବୀରହର ଜନ୍ତ୍ରଣା ପରି
ଦେଖେଇ ହୁଏନା ସିନା ହେଲେ ତମେ ଜାଣ
ମୁଁ ଜାଣେ ସିଏ କେମିତି ବେଦନା

ରାଧା ଗୋ ତମ ବାଟ ଅନାଇ ବସିଚି
ତମେ ଆସିଲେ ବସନ୍ତ ଆସିବ
ମଳୟ ବହିବ
କଦମ୍ବ ଫୁଟିବ ପୁଣି ଜମୁନାରେ
ଜୁଆର ଆସିବ
ପୁଣି ସେହି ଜମୁନା କୁଳରେ କଦମ୍ବ ମୂଳରେ
ବଇଁଶି ବାଜିବ, ରାଧା ତମ ନାଆଁ ନେଇ
ମୁରଲୀ ଡାକିବ

ବୃନ୍ଦାବନେ ପୁଣି ଥରେ ମହାରାସ ହେବ
ରାଧା ସଙ୍ଗେ କୃଷ୍ଣର ମିଳନ
ଶରୀରକୁ ଆତ୍ମା ମିଳିଯିବ
ଶ୍ୱାଶକୁ ପ୍ରାଣ ମିଳିଯିବ
ଏ ମାଧବ ରାଧାମାଧବ ହେବ
ଏ ବହ୍ଲବ ରାଧାବହ୍ଲବ ସାଜିବ

ଲୋକପ୍ରିୟ ଲେଖା

To Top