ବ୍ୟଙ୍ଗକବିତା

ବିଦେଶୀ କୁକୁର ବନାମ ଦେଶୀ ସ୍ୱାମୀ

Prasanta Kumar Nath's odia Satire Bideshi Kukura Banaam Deshi Swami

କୁକୁର ସାଥିରେ ଗେହ୍ଲ ହେଉଛି,
ଓଠରେ ତାର ଚୁମା ଦେଉଥାଏ
ସ୍ୱାମୀ ତାର ଛଟପଟ ହେଉଛି ।

ବିଦେଶୀ କୁକୁର ବନାମ ଦେଶୀ ସ୍ୱାମୀ

ଦେଖରେ ଦେଖ କି ଯୁଗ ଆସିଛି,
କୁକୁରକୁ ଧରି ସ୍ତ୍ରୀ ଶୁଏ ଘରେ
ବାରଣ୍ଡାରେ ତାର ସ୍ୱାମୀ ଶୋଉଛି ।

କୁକୁର ସାଥିରେ ବଜାର ଯାଉଛି,
ନୂଆ ପୋଷାକ ତାକୁ କିଣି ଦିଏ
ସ୍ୱାମୀର ଛିଣ୍ଡାରେ କାମ ଚଳୁଛି ।

କୁକୁରର ଭୋକ ଏତେ ବାଧୁଛି,
କିଣିଦିଏ ତାକୁ ଚିକେନ ମଟନ୍
ବାସି ରୁଟି ତାର ସ୍ୱାମୀ ଖାଉଛି ।

କୁକୁର ସାଥିରେ ଗେହ୍ଲ ହେଉଛି,
ଓଠରେ ତାର ଚୁମା ଦେଉଥାଏ
ସ୍ୱାମୀ ତାର ଛଟପଟ ହେଉଛି ।

ସ୍ୱାମୀ ତାର ଶୀତେ ଥରି ଯାଉଛ,
କୁକୁର ପାଇଁକି ରେଶମି ଚାଦର
ଢାଙ୍କି ହୋଇ ତା ସାଥେ ଶୋଉଛି ।

କୁକୁରର ଜନ୍ମ ଦିନ ସିଏ ପାଳୁଛି,
କ୍ୟାଣ୍ଡଲ୍ ଜଳେଇ କେକ୍ କାଟେ
ସ୍ୱାମି ଜନ୍ମଦିନ ସେ ଭୁଲି ଯାଉଛି ।

କୁକୁର ସାଥିରେ ସିନେମା ଯାଉଛି,
କୋଳରେ ବସେଇ ସିନେମା ଦେଖଇ
ସ୍ୱାମୀ ସାଥେ ତାକୁ ଲାଜ ଲାଗୁଛି ।

ସ୍ୱାମୀ ତାର ଦେଖ ଜରରେ ସଢୁଛି,
କୁକୁରର ତାର ହୋଇଗଲେ କିଛି
ତା ପାଖରେ ସିଏ ଜଗି ବସୁଛି ।

ସ୍ୱାମୀକୁ ସିନା ସିଏ ବାହା ହୋଇଛି,
କୁକୁର ସାଥିରେ ସେ ବାସ କରୁଛି
ଭାବିଦେଲେ ଭାରି ଦୁଃଖ ଲାଗୁଛି ।

କୁକୁରକୁ ଏତେ ସେ ଭଲ ପାଉଛି
ସ୍ୱାମୀ, କୁକୁର ମଧ୍ୟରୁ ବାଛିବାକୁ କହିଲେ
କୁକୁରର ନାମ ସିଏ ସତେ ନେଉଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top