କବିତା

ପ୍ରଭାତ ଗୀତି

Ashutosh Meher's odia poem Prabhaata Geeti

ସୂରୁଯ ଉଆଁରେ
ନାଲି ମୁରୁଜରେ
ପୂରୁବ ଦିଗ ହସେ,
ନୂଆଁ ଜୀବନର
ଧାରା ବହି ଚାଲେ
ପ୍ରଭୂଙ୍କ ଆଶୀଷ ଆଶେ ।।

ପ୍ରଭାତ ଗୀତି

। ପ୍ରଥମ ।

ଆମ ଗାଁ ନଈ ମୋଡେ
ସକାଳ ସୂରୁଯ ଉଏଁ,
ଝଲସାଇ ସାରା ଧରା;
ପାଣିସୁଅ ପରି
ସମୟ ଆଗକୁ ଧାଏଁ ।।

ସୂରୁଯ ଉଆଁରେ
ନାଲି ମୁରୁଜରେ
ପୂରୁବ ଦିଗ ହସେ,
ନୂଆଁ ଜୀବନର
ଧାରା ବହି ଚାଲେ
ପ୍ରଭୂଙ୍କ ଆଶୀଷ ଆଶେ ।।

। ଦ୍ୱିତୀୟ ।

ସକାଳ ସୂରୁଯ ଉଠେ
ଆମ ଗାଁ ନଈ ଡେଇଁ
ବୁଣି ସୁନେଲି ଅରୁଣ ଆଭା ;
କି ସୁନ୍ଦର ସତେ
ପ୍ରଭୂଙ୍କ ଆଶୀଷ
ସକାଳ ବେଳାର ଶୋଭା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top