ଗଳ୍ପ

ଅନୁଚିନ୍ତା: ଅନୁତପ୍ତ ନୁହେଁ ସମାଧାନ

Ramakrushna Dakuaa's odia story Anuchintaa: Anutapta Nuhen Samaadhaana

ଅନ୍ଧକାରଭରା ଜେଲ୍ ଗୃହ ଭିତରେ ଦୀର୍ଘ 6 ମାସ ବିତାଇଲା ପରେ ଆଜି ଆକାଶର ମୁକ୍ତିର ଦିନ ଆସିଛି । ଦୀର୍ଘ 6 ମାସର ରହଣୀ ମଧ୍ୟରେ ଏ ନିବୁଜ କୋଠରୀ ତାର ଭୂସ୍ଵର୍ଗ ପାଲଟିଯାଇଛି । ତା ସହିତ ଏଇ ଜେଲ୍ ପରିସର ତାର ସଂସାର । ଆଉ ସେ ନିଜେ କୁହେ ସେ ଏ ସଂସାର ଛାଡ଼ି କୁଆଡେ ଯିବ , ଆଉ କାହିଁକି ବା ଯିବ । ସେ ଧୋକାବାଜ ଦୁନିଆର ଗହଳି ଭିତରେ ନିଜକୁ ହଜାଇବା ପାଇଁ । ଯେତେବେଳେ ସେ ଜାଣିଛି ତା ଜୀବନ ତ ଅନ୍ଧକାରରେ ହିଁ କଟିବ । କାହିଁକି ବା ସେ ଆଲୋକର ଚିକ୍‌ମିକ୍ କରୁଥିବା ଦୁନିଆକୁ ଯିବ । ସେ ଆଲୋକମାୟା ଦୁନିଆ ତାର ଆଉ କେଉଁ କାମରେ ଆସିବ? ଜେଲ୍‌ରେ ସମସ୍ତେ ତାକୁ ଥଟ୍ଟା ପରିହାସ କରି ବହୁତ କଥା କହିଛନ୍ତି ଆଉ ଶୁଣାଇଛନ୍ତି ମଧ୍ୟ । ଅନ୍ୟ କଏଦୀ ସାଥୀଙ୍କଠୁ ସେ ଏତେ କଥା ଶୁଣିଛି ଯେ, ତା ନିଜ ଜୀବନକୁ ସେ ନିଜେ ହିଁ ଶେଷ କରିଦେବାକୁ ଉଦ୍ୟତ ବି ହୋଇଛି । ଜେଲ୍‌ର ପ୍ରତିଟି ବ୍ୟକ୍ତି ତାକୁ ନାନା କଟୁ କଥା କହି ତା ମନକୁ ଆଘାତ ଦେଇଛନ୍ତି । କେବଳ ସେତିକି ନୁହଁ ତା ଜ୍ୟୋତି ବିହିନ ଜୀବନକୁ ନେଇ କହିଛନ୍ତି ଅନେକ କଥା ଦେଇଛନ୍ତି ଅନେକ ଗୁଞ୍ଜଣା । ଧିକାର ମଧ୍ୟ କରିଛନ୍ତି ଆକାଶର ବିତିଲା ଜୀବନର କାହାଣୀ ଶୁଣିବା ପରେ । ଧିକାର କରିଛନ୍ତି ଏଇଥିପାଇଁ ଯେ, ତା ପରି ସଭ୍ୟ, ଶିକ୍ଷିତ ଓ ଧନୀ ଘରର ପୁଅ କେମିତି ଏ ଅନ୍ଧକାର ରାସ୍ତାକୁ ବାଛିଲା । କେମିତି ସମାଜର ଅସଭ୍ୟ ଲୋକଙ୍କ ସହ ମିଶି ତା ଜୀବନକୁ ଧୂଳିସାତ କରିଦେଲା । ଆକାଶର ପରିବାର ଲୋକ ଭାରି ସ୍ୱାଭିମାନୀ କାହାଠାରୁ କେବେ ମଧ୍ୟ ଦି ପଦ ଶୁଣିନାହାନ୍ତି । କିନ୍ତୁ ସେମାନେ ଆଜି ଭାଙ୍ଗି ପଡ଼ିଛନ୍ତି । ନିଜକୁ ନିଜେ ଧିକାର କରୁଛନ୍ତି । ଠାକୁରଙ୍କ ପାଖରେ ଯାହାର ଭବିଷ୍ୟତ ପାଇଁ ବ୍ରତ ଉପବାସ ଆଉ ଓଭର ଟାଇମ କାମ କରୁଥିଲେ ସେ ହିଁ ଦିନେ ଘରର ଇଜ୍ଜତ ମାନ ମହତ ତଳେ ପକାଇଦେଲା । ପିଲାଟି ଦିନରୁ ଆକାଶାକୁ କେବେ ଅଭାବ କଣ ଜାଣିବାକୁ ଦେଇନଥିବାରୁ ହୁଏତ ଆଜି ଏଭଳି ଦିନ ଦେଖିବାକୁ ପଡ଼ିଲା ବୋଲି ତା ବାପା ମା ଭାବି ମଉନେ ମଉନେ କାନ୍ଦୁଛନ୍ତି । ଆଉ ସେଇଥି ପାଇଁ ହି ସେମାନେ ଆଜି କେବଳ ଭାଗ୍ୟକୁ ଆଦରୀ ପଡ଼ି ରହିଛନ୍ତି । ସାରା ଜୀବନ ପୁଅର କଲାକର୍ମର ଫଳ ଭୋଗିବା ସହ ବୁଢ଼ାଅବସ୍ଥାରେ ନିନ୍ଦା ଓ ଅପବାଦ ସହି ନିଜର ଓ ନିଜ ଜୀବନର ବାକି ସମୟକୁ ଲୁହର ଧାରେ ଧାରେ ବିତାଇ କୁ ପଡ଼ିବ । ଘରେ ସବୁବେଳେ ଆକାଶକୁ କୁହନ୍ତି ଯେ, ତାର ଯାହା ଦରକାର ତାକୁ ଦିଆଯାଇଛି । ତା ହେଲେ ସେ କାହିଁକି ଏ ସମାଜର ଆନ୍ଧାରୀ ମୁଲକରେ ପ୍ରବେଶ କରି ନିଜ ଜୀବନ ସହ ଆଉ କିଛି ଜଣଙ୍କ ଜୀବନ ନଷ୍ଟ କରିଦେଲା । ଯେତେ ବୁଝାଇଥିଲେ ବି ସେ ବୁଝି ନଥିଲା । ସେ ତାର ଅହଂଭାବ ପାଇଁ ଆଜି ପଶ୍ଚାତାପ କରୁଛି । କିନ୍ତୁ ଏ ପଶ୍ଚାତାପର ମାନେ ବା କଣ ? କଣ ଏହି ପଶ୍ଚାତାପ ଫେରାଇଦେବ ତା ବାପା ମାଆର ସମ୍ମାନ । ଭାଇ ଭଉଣୀଙ୍କ ପରିଚୟ । ଯାହା ପାଇଁ ସେମାନ ଦୀର୍ଘ ବର୍ଷ ହେଲା ଏକ ଘରିକିଆ ଭଳି ନିଜ ଘରେ ନିଜେ ବନ୍ଦି ଭଳି କାଳାତିପାତ କରୁଛନ୍ତି ।

ଆକାଶ ମୋତେ କହିଥିଲା , ସେ ତା ନିଜ ଖୁସିରେ ସେ କଳା ସାମ୍ରାଜ୍ୟରେ ପ୍ରବେଶ କରିନଥିଲା । କିଛି ବନ୍ଧୁଙ୍କ ପ୍ରରୋଚନାରେ ସେ ଦୁନିଆର ନିଷିଦ୍ଧ ଇଲାକାକୁ ପ୍ରବେଶ କରିସାରିଥିଲା ନିଜ ଜାଣତରେ ହେଉ ଅବା ଅଜାଣତରେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ସେ ଜାଣିନଥିଲା ଯେ, ଘରେ ନପଶୁଣୁ ଚାଳ ବାଜିଲା ପରି ତା’ ଜୀବନର ଆଲୋକ ଲିଭିଜିବ । ଲୋକେ କୁହନ୍ତି କଳା ସାମ୍ରାଜ୍ୟକୁ ପ୍ରବେଶ କରିବାଟା ଅଜି ସହଜ । କିନ୍ତୁ ସେଥିରୁ ବାହାରକୁ ବାହାରିବା ଅତ୍ୟନ୍ତ କଷ୍ଟଦାୟକ । ମୁଁ ନୁହେଁ ମୋ ଭଳି ଅନେକ ତାକୁ ରୋକିଛନ୍ତି ସେ କଳା ଦୁନିଆକେର ପାଦ ନ ରଖିବା ପାଇଁ । ନା ସେକେବେ ମୋ କଥା ମାନିଛି ନା ମୋର ଆଉ କେଉଁ ସାଙ୍ଗ ସାଥିଙ୍କର । ସବୁବେଳେ ନିଜ ଖୁସିରେ ନିଜେ ବଞ୍ଚୁଥିବା ମଣିଷଟି ଭଳି ବଞ୍ଚିଛି । ଆଉ ଆମ ସମସ୍ତଙ୍କୁ ଅନ୍ଧକାରରେ ରଖିଥିଲା । କଥା ଦେଉଥିଲେ ମଧ୍ୟ ଆମ ଅଜାଣତରେ ନିଜେ କେବେ ସେ କଳା ସାମ୍ରାଜ୍ୟର କଳା ବାଦଶାହ କବଳକୁ ଚାଲିଗଲା । ବହୁତ ଚେଷ୍ଟା କରିଛୁ , ଥରେ ନୁହଁ ବହୁ ଥର ବାରବାର ତଥାପି ଆମେ ହାର ମାନିଛୁ । ନା କେବେ ତାକୁ ବୁଝାଇ ପାରିଛୁ , ନା କେବେ ସେ ଆମ କଥା ବୁଝିବାକୁ ଚେଷ୍ଟା କରିଛି । ତଥାପି ଆମେ ଶେଷ ପର୍ଯ୍ୟନ୍ତ ଅନବରତ ଚେଷ୍ଟା ଜାରି ରଖିଥିଲୁ କାଳେ ସେ ଆମ କଥା ମାନିବ । କିନ୍ତୁ ଆମ ଭାବନା ଭାବନାରେ ହିଁ ରହିଗଲା । ଆଉ ସେଦିନର ସେ କଥା ପାଇଁ ସେ ଆଜି ପଶ୍ଚାତାପ କରୁଛି । ସମୟର ସ୍ରୋତରେ ଆଜି ଆମେ ସଭିଏଁ ନିଜ ନିଜ କାର୍ଯ୍ୟରେ ନିଜ ନିଜ ସ୍ଥାନରେ ବ୍ୟସ୍ତ । କେବଳ ବ୍ୟସ୍ତ ନୁହଁ ସତରେ ଏତେ ବ୍ୟସ୍ତ ଯେ, ବାହାନ କରିବାକୁ ବି ମୋତେ କିମ୍ବା ଆମ ପିଲାଦିନର କେଉଁ ଏକ ସାଙ୍ଗ ପାଇଁ ଖରାପ ଲାଗେନି । ସତରେ ଆମେ ବ୍ୟସ୍ତ । ଆଉ ଏତେ ବ୍ୟସ୍ତ ଯେ , ଯିଏ ଦିନେ ଆମ ସମସ୍ତଙ୍କ ପ୍ରିୟ ଥିଲା ତାର ଅବେଳରେ ଆମେ ଟିକେ ସମୟ ବି ଦେଇ ପାରୁନୁ ।

– ତା’ପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top