କବିତା

ପ୍ରେମିକା

Dilip Kumar Tripathy's odia poem Premikaa

ତେବେ, ମୁକ୍ତ କରିବ ନିଜ ହୃଦୟକୁ
ତୁମ ପଞରାର ପିଞରା ଭିତରୁ ;
ଅବାଧ୍ୟ ନହୋଇ ଚାଲିବ ପଛେ ପଛେ …
ଅହଙ୍କାରର ବାଜେଣି କାଢି :
ତୁମ ପାଦରୁ ।
ଦେଖିବ ! ତୁମକୁ ଭଲ ଲାଗିବ ।

ପ୍ରେମିକା

ଯଦି କେବେ ବିଜନ ରାତ୍ରିରେ
ଅତୀତ ତଣ୍ଟି ଚିପିବାକୁ ଆସେ,
ଯଦି କେବେ ବିସ୍ମୁତ ସ୍ମୁତି
ତୁମ ଅଙ୍ଗୁଳି ଧରି ଟାଣିନିଏ ;
କେଉଁଏକ ଖାଁ… ଖାଁ…
ନିଭୃତ ସ୍ଥାନକୁ ।

ତେବେ, ମୁକ୍ତ କରିବ ନିଜ ହୃଦୟକୁ
ତୁମ ପଞରାର ପିଞରା ଭିତରୁ ;
ଅବାଧ୍ୟ ନହୋଇ ଚାଲିବ ପଛେ ପଛେ …
ଅହଙ୍କାରର ବାଜେଣି କାଢି :
ତୁମ ପାଦରୁ ।
ଦେଖିବ ! ତୁମକୁ ଭଲ ଲାଗିବ ।

ଧଡ୍‌କିନା ମନ ଦରଜା ଖୋଲିଦେଇ,
ଯଦି ଧସେଇ ପଶିଆସେ
ଦଲକାଏ ଅମାନିଆ ବାଆ :
ସନ୍ଦେହ ର ଗନ୍ଧ ନେଇ ,
ଲୁହବୋଳା ଆଦ୍ରତା ନେଇ ,
କାହିଁକି ? ର ପ୍ରଶ୍ନ ନେଇ,
ଆଉ ମୋ ପ୍ରୀତି ଅଭିଧାନରୁ ଅପେତ
କିଛି କଠୋର ଶବ୍ଦର ସମ୍ଭାର ନେଇ।

ତେବେ , ମଥାପାତି ଦବ,
ମାନିଯିବ ନିଜ ଭୁଲ୍ ;
ନିଃଶ୍ଵାସରେ ନେଇଯିବ ସେଇ ପବନରୁ ପୁଳାଏ,
ବୋଳିଦବ ତୁମ ଦେହରେ ସେଇ ଗନ୍ଧରୁ ମେଞ୍ଚାଏ ।
ଦେଖିବ ! ତମେ ପୁଣି ଜିଁ ଉଠିବ,
ହସି ଉଠିବ ,
କାନ୍ଦି ଉଠିବ ,
ଗାଇ ଉଠିବ ,
ଆଉ ପ୍ରସ୍ତରରୁ ପାଲଟିବ
ପ୍ରେମିକା !

ଲୋକପ୍ରିୟ ଲେଖା

To Top