କବିତା

ଅଭିଶପ୍ତ ଅନ୍ନଦାତା

Ranjan Kumar Swain's odia poem Abhishapta Annadaataa

କେବେ ମାଡିଆସେ ବନ୍ୟାର ଆତଙ୍କ,
କେବେ ମରୁଡିର ମାଡ ।
କରୁଣ ଚିତ୍କାର ଶୂନ୍ୟେ ହଜିଯାଏ
ଭାଙ୍ଗିଯାଏ ମେରୁହାଡ ।

ଅଭିଶପ୍ତ ଅନ୍ନଦାତା

ମୁଣ୍ଡ ଝାଳତୁଣ୍ଡରେ ମାରି,
କୃଷକ ଚାଷଇ କ୍ଷେତ ।
ଗହମ ଚାଉଳରାଜନିତୀ ଦେଶେ,
ଅଭାବ ସଦା ତା ମିତ ।

କେବେ ମାଡିଆସେବନ୍ୟାର ଆତଙ୍କ,
କେବେ ମରୁଡିର ମାଡ ।
କରୁଣ ଚିତ୍କାରଶୂନ୍ୟେ ହଜିଯାଏ
ଭାଙ୍ଗିଯାଏ ମେରୁହାଡ ।

କେତେ ଯତନରେଉପୁଜାଏ ଶଷ୍ୟ,
ଦିନରାତି ଖଟିଖଟି,
ଗାଦିଗାଦି ଶଷ୍ୟପଚିଷଡି ଯାଏ,
ଦେଖି ଛାତିଯାଏ ଫାଟି ।

ସବୁରି ପେଟକୁଆହାର ଯୋଗାଏ
ଅଭିଶପ୍ତ ଅନ୍ନଦାତା ।
ତା ପାଇଁ କାହାଆଖିରୁ ନ ଝରେ,
କେହି ନ ବୁଝଇ ବ୍ୟଥା ।

ପୁଞ୍ଜି ଲୁଟିନେଇପୁଞ୍ଜିପତି ଏଠି,
ବିଦେଶେ କରଇ ମଜା ।
ପୁଞ୍ଜିର ଅଭାବେକୃଷକ ମରଇ
ପରିବାର ଭୋଗେ ସଜା ।

ଧନ୍ୟ ହେକୃଷକ,
ଧନ୍ୟ ତୋ ବଳିଦାନ ।
ସମସ୍ୟାର ତୋରସମାଧାନ ହେଉ,
ହେଉ ତୋର ଯଶ ଗାନ ।

ଲୋକପ୍ରିୟ ଲେଖା

To Top