କବିତା

ନିଆରା ନାଁ

Dr Kalpana Mallick's odia poem Nianraa Naan

ନିଶବ୍ଦର, ଶୂନ୍ୟତାର
ଆଉ ମୋର ଅନ୍ତଃକରଣର
ତମ କଥା ଭାବିଦେଲେ
ମୋ ଭିତରେ ସୁଖର ଫୁଆର ।

ନିଆରା ନାଁ

କେଉଁ ଶବ୍ଦରେ ଡାକିବି ତୁମକୁ
ସବୁ ଅକ୍ଷରର ଶବ୍ଦର
ସମାରୋହ ତୁମେ
ନିରୋଳା ମୁହୂର୍ତ୍ତର
ଅଫୁରନ୍ତ ନିରବ ଆନନ୍ଦ
ତମେଇ ତ ଉଦ୍ବେଳନ
ନିଶବ୍ଦର, ଶୂନ୍ୟତାର
ଆଉ ମୋର ଅନ୍ତଃକରଣର
ତମ କଥା ଭାବିଦେଲେ
ମୋ ଭିତରେ ସୁଖର ଫୁଆର ।
ତମ ନାଁ ଶୁଣିଦେଲେ
ମୁଁ ଅଥୟ, ଅସ୍ଥିର ତମେଇ ତ
ନିଆରା ନାଁଆଟିଏ ମୋ ପ୍ରେମର
ଭଲପାଇବାର ତମ ସହ
ଚେତନା ଦେବାର,
ସବୁ ମୁହୂର୍ତ୍ତର
ତମେଇ ବହିଟିଏ
ମୋ ପାଠର ଅପାଠର
ତମେଇ ତ ଫୁଲ ଭର୍ତ୍ତି. . .
ମିଠା ସକାଳଟେ
ମୋ ଓଠର ହସର
ସଞ୍ଜ ସକାଳର
ଆଉ ଦିବସ ରାତ୍ରୀର
ଠିକ୍ ଜୀବନ ଓ
ମୃତ୍ୟୁ ପରି ମୋର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top