ପ୍ରବନ୍ଧ

ପରିବର୍ତ୍ତନ କେବେ ?

Jyotsna's odia prose Paribarttana Kebe

We can wish but we can not do anything ଏବଂ ସତ୍ତା ପାଇଁ କେବଳ ଏତିକି କହିବି We can do anything but we do not wish.

ପରିବର୍ତ୍ତନ କେବେ ?

ପ୍ରତିବର୍ଷ ଆମେ “ଉତ୍କଳ ଦିବସ” (ଏପ୍ରିଲ୍ ୧ ତାରିଖ) ପାଳନ କରିଥାଉ । ସଭା ସମିତି ହୁଏ । ଭାଷଣ ସମ୍ଭାଷଣ ହୁଏ । ପ୍ରତିଯୋଗିତା ଚାଲେ, ପୁରସ୍କାର ଦିଆଯାଏ । ବାସ୍, ଏତିକି । ଆମେ ଭୁଲିଯାଉ କୁଳବୁଦ୍ଧ ମଧୁସୂଦନଙ୍କ ଉତ୍କଳ ନିର୍ମାଣ ସ୍ୱପ୍ନକୁ । ଯାହାଙ୍କୁ ଆମେ ମଧୁ ବାରିଷ୍ଟର ରୂପେ ସମସ୍ତେ ଜାଣିଛନ୍ତି, ସେହି ମଧୁବାରିଷ୍ଟରଙ୍କର ବାରିଷ୍ଟରଗିରିର କଥା ବଖାଣୁଛି ।

ପଟିଆ କିଲ୍ଲାର କିଏ ରାଜା ହେବ ? ଏହି ମୋକଦ୍ଦମାରେ ଗୋଟିଏ ପଟେ ଥାଆନ୍ତି ମଧୁସୂଦନ ଦାସ ଓ ଅନ୍ୟ ପଟେ ବୈକୁଣ୍ଠନାଥ ଦତ୍ତ ।

ଏହି Case ନେଇ Judge ମଧୁସୂଦନଙ୍କୁ କହିଲେ, Well Mr. Das, your client is a fool, he has been ill advised to fight this litigation.

ଉତ୍କଳ ଗୌରବ ମଧୁବାରିଷ୍ଟର ଉତ୍ତର ଦେଇଥିଲେ-

“My lord, not only my client, the Dy. Collection was a fool, the commissioner was a fool, the sub-judge was a fool, the District Judge was a fool, in fact Odisha is a paradise of fools, whoever comes to Odisha becomes a fool.”

ଏ ହେଉଛନ୍ତି ମଧୁ ବାରିଷ୍ଟର ଯିଏ ନିର୍ଭୟତାର ସହ ନିଜ ବକ୍ତବ୍ୟକୁ ଇଂରେଜ୍ Judge ଙ୍କ ସାମ୍ନାରେ ଥୋଇ ପାରିଥିଲେ ଏବଂ ସହଜରେ ପ୍ରମାଣ କରି ଦେଇଥିଲେ ଯେ Judge fool ଅଟନ୍ତି ।

Due to Madhubarrister

“Legal Practitioner Act of 1879 was amended. He took up the case of Sudhansubala Hazare and she was enrolled in the Patna High court as the First Women barrister of India.”

ଆଜି ସେହି ଅଦାଲତ ଓ ଓକିଲମାନଙ୍କ ବିଷୟରେ ଆପଣମାନଙ୍କୁ କିଛି ଜଣାଇବାର ଅଛି । ଭାରତକୁ ନିବିଡ଼ ଭାବରେ ଭଲ ପାଉଥିବା ଦେଶପ୍ରେମୀ ସ୍ୱାଧୀନଚେତା ସ୍ୱର୍ଗତ ରାଜୀବ ଦିକ୍ଷିତଙ୍କ ବାଣୀକୁ ମୁଁ ଏଠାରେ ଆଦୃତ କରିବାକୁ ଚାହେଁ ।

“ଭାରତୀୟ ନ୍ୟାୟ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରୁଥିବା ଯେଉଁ ଆଡ଼ଭୋକେଟ ମିତ୍ର ଅଛନ୍ତି ସେମାନଙ୍କୁ କ୍ଷମା ମାଗି ମୁଁ କହୁଛି । ମୁଁ ସେମାନଙ୍କୁ ପଚାରିଥାଏ, ଆପଣ କଳା କୋଟ ପିନ୍ଧି ଅଦାଲତକୁ କାହିଁକି ଯାଇଥାନ୍ତି ? କ ‘ଣ କଳା ବ୍ୟତୀତ ଅନ୍ୟ ରଙ୍ଗ ନାହିଁ ଭାରତରେ ? ଧଳା ନାହିଁ, ନୀଳ ନାହିଁ, ହଳଦିଆ ନାହିଁ, ସବୁଜ ନାହିଁ ? ଅନ୍ୟ କୌଣସି ରଙ୍ଗ ନାହିଁ କଳା କୋଟ ହିଁ ପିନ୍ଧିବାକୁ ହେବ ? ଆଉ ତାହା ମଧ୍ୟ ସେହି ଦେଶର ନ୍ୟାୟପାଳିକାରେ ଯେଉଁଠି ତାପମାନ ୪୫ ଡିଗ୍ରୀ-୪୭ ଡିଗ୍ରୀ- ୫୦ ଡିଗ୍ରୀ ହେଇଥିବ । . . . ୫୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଯେଉଁ ଦେଶର ତାପମାନ ଅଟେ ସେ ଦେଶର ଓକିଲ କଳା କୋଟ ପିନ୍ଧି ଯୁକ୍ତି ବାଢ଼େ ଓ ଯୁକ୍ତି ସମୟରେ ଯେଉଁ ଝାଳ ଆସେ ତାହା ଓ ଗରମ କାରଣରୁ ଯେଉଁ ଝାଳ ଆସିଥାଏ ତାହା ବିରକ୍ତି ଲାଗେ । ତାଙ୍କ କୋଟରେ ଝାଳ ଯୋଗୁଁ ଧଳା ଦାଗ ପଡ଼ିଯାଏ କୋଟ ପଛରେ ଓ କୋଟକୁ ଓହ୍ଲାଇବା କ୍ଷଣି ଏତେ ଦୁର୍ଗନ୍ଧ ଆସେ ଯେ କେହି ୩ ମିଟର ଦୂରକୁ ଘୁଞ୍ଚିଯାଏ ।”

“ଆପଣ ଜାଣନ୍ତି ଇଂରେଜଙ୍କ ଅଦାଲତରେ କଳା କପଡ଼ା ପିନ୍ଧି କରି ନ୍ୟାୟପାଳିକାରେ ଲୋକେ ବସନ୍ତି । ଆଉ ସେଠାରେ ଏହା ସ୍ୱାଭାବିକ୍ ଅଟେ କାରଣ- ୪୦ ଡିଗ୍ରୀ ତାପମାନ ଥାଏ । . . . ବର୍ଷକରେ ୬-୮ ମାସ ବରଫ ପଡ଼ିଥାଏ । ଏତେ ବରଫ ପଡୁଥିବା ଦେଶରେ ଯେଉଁଠି ଥଣ୍ଡା ଥାଏ ସେଠାରେ କଳା କୋଟ ହିଁ ପିନ୍ଧିବାକୁ ପଡ଼ିବ । କାରଣ ତାହା ଗରମ ଦେଇଥାଏ । ଉଷ୍ମର ଭଲ ଅବଶୋଷକ ଅଟେ କଳା କୋଟ । ଭିତରର ଗରମକୁ ବାହାରକୁ ଚାଲିଯିବାକୁ ଦିଏନା ଆଉ ବାହାରର ଗରମକୁ ଟାଣି ଭିତରେ ରଖିଥାଏ । ଏଥିପାଇଁ ଥଣ୍ଡା ଦେଶର ଲୋକେ କଳା କୋଟ ପିନ୍ଧି ଅଦାଲତରେ ଯୁକ୍ତି ବାଢ଼ିବ ତ ବୁଦ୍ଧି ଆସିଥାଏ । କିନ୍ତୁ ଭାରତରେ କଳା କୋଟ ପିନ୍ଧି ଯୁକ୍ତି ବାଢ଼ିବେ ? ୧୯୪୫ରେ ହେଉଥିଲା ତ ବୁଝାପଡୁଥିଲା । ୧୯୪୭ ପରେ ମଧ୍ୟ ଚାଲୁଛି ?”

“ଆମର ବାର କାଉନସିଲ ଏତିକି ଜ୍ଞାନ ନାହିଁ ଯେ ଏତେ ଛୋଟ କଥାଟିକୁ ଠିକ୍ କରିନେବା, ବଦଳାଇ ଦେବ । ସୁପ୍ରିମ କୋର୍ଟର ବାର କାଉନସିଲ ଅଛି, ହାଇ କୋର୍ଟର ବାର କାଉନସିଲ, ଡିଷ୍ଟ୍ରିକ କୋର୍ଟର ବାର କାଉନସିଲ ଅଛି ସବୁ ମିଶି ୧ ମିନିଟ୍‌ରେ ଫଇସଲା କରିପାରିବେ ଯେ କାଲି ଠାରୁ ଆମେ ଏ କଳା କୋଟ ପିନ୍ଧିବୁନି ।

ଏବେ ତ ଏଠାରେ କି କି ବିଚିତ୍ରତା ଅଛି ଯେ କଳା କୋଟ ଉପରେ ପିନ୍ଧି, କଳା ପ୍ୟାଣ୍ଟ ପିନ୍ଧି ବେକରେ ଫିତା ବାନ୍ଧି ପୁରା ଟାଇଟ କରିଦେବେ ପବନ ଭିତରକୁ ବିଲକୁଲ ଯିବନାହିଁ । ପୁଣି ଦାବି କରନ୍ତି ଯେ ସବୁ କୋର୍ଟରେ ଏୟାର କଣ୍ଡିସନର ହେବା ଦରକାର । ଏ କୋଟ ଓହ୍ଲାଇ ଫିଙ୍ଗି ଦିଅନା, ଏୟାର କଣ୍ଡିସନରର ଆବଶ୍ୟକତା କ ‘ଣ ? ପୁଣି ତା’ ଉପରେ ଗୋଟେ ଗାଉନ ମଧ୍ୟ ପିନ୍ଧନ୍ତି । ଆପଣ ଦେଖିଛନ୍ତି ତଳ ପର୍ଯ୍ୟନ୍ତ ଓହଳିଥିବା ସେ ଲାହାଙ୍ଗାକୁ । ଏପରି ବିଚିତ୍ରତା ।”

“ମୁଁ କହିବାକୁ ଏହା ଚାହୁଁଛି- ଇଂରେଜଙ୍କର କୌଣସି ବି ଚିହ୍ନକୁ ସ୍ୱାଧୀନତାର ୬୨ ବର୍ଷ ପରେ ମଧ୍ୟ ଶେଷ କରା ହେଇନି । ସବୁକୁ ସମ୍ଭାଳି କରି ରଖିଛୁ, ସାଇତି କରି ରଖିଛୁ ଓ ପ୍ରତିବର୍ଷ ନିଜକୁ ମୁର୍ଖ କରିବାକୁ ଅଗଷ୍ଟ ୧୫ରେ ପତାକା ଉଡ଼ାଉ, ଜାନୁଆରୀ ୨୬ ପାଳନ କରୁ । ସ୍ୱତନ୍ତ୍ରତା ପାଳନ କରୁ । ସ୍ୱତନ୍ତ୍ରତାର ମାନେ ହେଉଛି ନିଜ ତନ୍ତ୍ରର ବ୍ୟବସ୍ଥାରେ ବଞ୍ଚିବା । ଆପଣଙ୍କ କେଉଁ ତନ୍ତ୍ର ତିଆରି କରିଛନ୍ତି ଆପଣ ସ୍ୱାଧୀନତାର ୬୨ ବର୍ଷ ପରେ କୁହନ୍ତୁ ନା ? . . . ଇଂରେଜଙ୍କର ଯେଉଁ ଅବସ୍ଥା ଚାଲିଆସୁଛି ୧୫୦ ବର୍ଷର ୩୦୦ ବର୍ଷରୁ ଏହାକୁ ତ ବଦଳାଇବାକୁ ପଡ଼ିବ । ଏହାକୁ ତ ଶେଷ କରିବାକୁ ହେବ ।”

ଏ ଦେଶରେ ବହୁତ ଓକିଲ ହେଇଛନ୍ତି ଯିଏ ସ୍ୱାଧୀନତାର ଲଢ଼ାଇରେ ଲଢୁଥିଲେ . . . ସେମାନେ ସେ ସମୟରେ କଳା କୋଟର ବହିଷ୍କାର କରିଥିଲେ । ଆପଣ ଜାଣନ୍ତି ବାଲ ଗଙ୍ଗାଧର ତିଲକ ଯିଏ ମରାଠୀ ପଗଡ଼ି ବାନ୍ଧି କରି ଅଦାଲତରେ ଠିଆ ହେଉଥିଲେ । ଜଜ ତାଙ୍କ ଉପରେ ଚିଡୁଥିଲା କହୁଥିଲା ଯେ ଆପଣଙ୍କ ଏ ପୋଷାକ ଠିକ୍ ନୁହେଁ । ସେ କହୁଥିଲେ ଯେ ଏହା ତ ମୋ ପୋଷାକ ଅଟେ । ଆପଣଙ୍କୁ ଭାରତର ରହିବାର ଶିଷ୍ଟତା ଜଣା ନାହିଁ । ଆପଣ ଏ ଦେଶ ଛାଡ଼ି ଯାଆନ୍ତୁ ।

“ଏମାନେ କାହିଁକି ବହିଷ୍କାର କରୁନାହାନ୍ତି ଏ ପୋଷାକର ? ଏକଥା ପାଇଁ ମତେ ବଡ଼ ଦୁଃଖ ଓ ଅବଶୋଷ ଲାଗେ ।”

ବର୍ତ୍ତମାନ ମଧ୍ୟ ଭାରତୀୟ ଅଦାଲତରେ ରାୟ ଇଂରାଜୀରେ ଦିଆଯାଏ । ପ୍ରଶ୍ନ ଉଠେ ତାହେଲେ ଆମ ଭାଷାର ଅସ୍ତିତ୍ୱ କେଉଁଠି ?

ଜୈନସାଧୁ ବିଜୟ ରତ୍ନ ସୁରିସୁନ୍ଦର ଯିଏ Implementation of sex education in India ବିରୁଦ୍ଧରେ ସୁପ୍ରିମ କୋର୍ଟରେ ପେଟିସନ ଫାଇଲ କରି ଡିଗ୍ରୀ ଆଣିଥିଲେ ଯେ Sex Education is not required in India. ଯେଉଁ ସନ୍ଥଙ୍କୁ Indian Planning Commission ନିଜର ମାର୍ଗ ପ୍ରଦର୍ଶକ ଭାବରେ ରଖିଛି ବର୍ତ୍ତମାନ ମଧ୍ୟ ଭାରତ ପାଇଁ ସେ ଅନେକ ସଂସ୍କାର ଆଣିବାକୁ ପ୍ରସ୍ତୁତ ସେହି ତ୍ୟାଗୀ ସନ୍ଥଙ୍କ ଶବ୍ଦରେ- “ମୁଁ ଚାହେଁ ଦୁର୍ଜନ ସଜ୍ଜନ ହେଇଯାଉ, ସଜ୍ଜନ ସଂଗଠିତ ହେଇଯାଉ ଆଉ ସଂଗଠିତ ସଜ୍ଜନ ଗୋଟିଏ କୋଣରେ ନିଷ୍କ୍ରିୟ ହେଇ ବସି ରହୁ । ପରନ୍ତୁ ସଂଗଠିତ ସଜ୍ଜନ ସକ୍ରିୟ ହେଇଯାଉ । ତା’ହେଲେ ୧୦୦ ବର୍ଷରେ ଯାହା ବିଗିଡ଼ି ଯାଇଛି, ତାହା ଠିକ୍ ବି ହେଇପାରେ ଓ ବହୁତ କିଛି ଭଲ କାର୍ଯ୍ୟ ମଧ୍ୟ ହୋଇପାରେ । ସତ କହିବି । ମୁଁ ଏତିକି କହିବାକୁ ଚାହେଁ ସନ୍ଥଙ୍କ ପାଖରେ ଇଚ୍ଛା ଶକ୍ତି ତ ଅଛି । କିନ୍ତୁ ସେମାନଙ୍କ ନିକଟରେ ଗୋଟିଏ ଅଭାବ ଅଛି କ୍ରିୟା ଶକ୍ତିର ଏବଂ ଯେଉଁମାନଙ୍କ ନିକଟରେ କ୍ରିୟା ଶକ୍ତି ଜବରଦସ୍ତ ଅଛି, ମାତା ଏପରି ଲାଗୁଛି ଯେ ସେମାନଙ୍କ ନିକଟରେ ଇଚ୍ଛା ଶକ୍ତି ନାହିଁ । We can wish but we can not do anything ଏବଂ ସତ୍ତା ପାଇଁ କେବଳ ଏତିକି କହିବି We can do anything but we do not wish. ସନ୍ଥଙ୍କର ଇଚ୍ଛାଶକ୍ତି ଏବଂ ଶାସକ କ୍ରିୟା ଶକ୍ତି ଏକ ହୋଇଗଲେ ତ ପୁରା ଦେଶର ଶକ୍ତି ଅଲଗା ହୋଇଯିବ ଓ ଦେଶର ପରିଚୟ ଅଲଗା ହୋଇଯିବ ଓ ଦେଶ ନିଶ୍ଚିତ ଭାବରେ ବିକାଶ ଆଡ଼କୁ ଆଗେଇ ଚାଲିବ ।”

ଆଜିର ଏହି “ଉତ୍କଳ ଦିବସ” ଉପଲକ୍ଷେ ସମସ୍ତ ଓଡ଼ିଆଙ୍କୁ ଆମେ ଓଡ଼ିଆ ତରଫ୍‌ରୁ ଆତ୍ମଚିନ୍ତନ ଓ ଆତ୍ମମନ୍ଥନ ପାଇଁ ଏହି ବିଷୟବସ୍ତୁକୁ ଆପଣାନଙ୍କ ନିକଟରେ ଉପସ୍ଥିତ କରାଗଲା ।

“ବନ୍ଦେ ଉତ୍କଳ ଜନନୀ”

ଲୋକପ୍ରିୟ ଲେଖା

To Top