କବିତା

ବିପଦ

Niranjan Mishra's odia poem Bipada

ପଥରଟେ ପରି ସବୁକୁ
ସହି ଯାଉଛି ହେଲେ କିନ୍ତୁ
ପଥରରୁ ରୁଧିର ଝରେ
କିଏ ବୁଝିବ ମୋ ମନ କଥା ।

ବିପଦ

ମୋ ବିପଦ ବେଳରେ
କେତେ କିଏ ନ ପକେଇଛି
କାଦୁଅ ଛିଟା :
ବାର ଦୁଆର ଶୁଣ୍ଢି ପିଣ୍ଡା
ହେଇଛି , ଭୁଲି ପାରିନି ସେ
ଘଟଣା, ମୋ ମନର ବ୍ୟଥା ।

ପଥରଟେ ପରି ସବୁକୁ
ସହି ଯାଉଛି ହେଲେ କିନ୍ତୁ
ପଥରରୁ ରୁଧିର ଝରେ
କିଏ ବୁଝିବ ମୋ ମନ କଥା ।

ତୁଠ ପଥରରେ ସମସ୍ତେ ଘସି, ମାଜି
ହୁଅନ୍ତି, ଗୁମୁରି ଗୁମୁରି କାନ୍ଦେ ସିଏ
ନୀରବତା ତାର ଭାଷା ଦୀର୍ଘଶ୍ୱାଷ
ତାହାର ସଂଳାପ,ସମୟ ସାଙ୍ଗରେ
ସାଲିସ କରେ ସିନା ତୁଟିଯାଏ
ବଞ୍ଚିବାର ନିଶା ।

ଲୋକପ୍ରିୟ ଲେଖା

To Top