କବିତା

ଦୁଃଖ ନଈ

Nilamadhab Kar's odia poem Duhkha Nai

ସ୍ଫଟିକ ସ୍ଵଚ୍ଛ ଶାନ୍ତିର ସଂଜ୍ଞା
ଦୁଃଖରେ ଲୁଚିଥାଏ
ସେ ନଈର ପାଣି ପରଶର ମଣି
ଜୀବନକୁ ଧନ୍ୟ କରେ ।

ଦୁଃଖ ନଈ

ଜନମୁ ମରଣଆତ୍ମାର ଶୋକ
ସାଉଁଟି ଅନ୍ତସ୍ତଳେ
ସବୁ ଜୀବନରପରଦା ପଛରେ
ଦୁଃଖର ନଦୀ ବହେ ।

ମୁକ୍ତିର ଆଶେହୁଏତ ମଣିଷ
ମୁହଁରେ ରଙ୍ଗ ବୋଳେ
ବିହ୍ଵଳ ମତ୍ତଚିତ୍ତ ବିନୋଦେ
ଅଟ୍ଟହାସ୍ୟ କରେ ।

ନିଜକୁ ଛଳନା କରି
ଦୁନିଆର ମଞ୍ଚେଜିତିବାର ଲୋଭେ
ଅଙ୍ଗ ଭଙ୍ଗୀ କରେ ।

କ୍ଲାନ୍ତ ଶ୍ରାନ୍ତବିଳମ୍ବ ମୁହୁର୍ତ୍ତ
ଆସେ ନିଷ୍ଠୁର ଭାବେ
ନିଜ ଭିତରକୁଫେରଇ ମଣିଷ
ଅନ୍ଧକାରେ ବିଜନରେ ।

ନିରେଖି ଚାହିଁଲେନଈ ଜଳ ଧାର
କାଚ କେନ୍ଦୁ ପରି ଦିଶେ
ଆବୋରି ନେବାକୁସତ୍ତା ସମଗ୍ର
ହାତ ଠାରି ଡାକୁଥାଏ ।

ସ୍ଫଟିକ ସ୍ଵଚ୍ଛଶାନ୍ତିର ସଂଜ୍ଞା
ଦୁଃଖରେ ଲୁଚିଥାଏ
ସେ ନଈର ପାଣିପରଶର ମଣି
ଜୀବନକୁ ଧନ୍ୟ କରେ ।

ଲୋକପ୍ରିୟ ଲେଖା

To Top