କବିତା

ତୁମେ ସେଇନା

Alok Kumar Pandit's odia poem Tume Seinaa

ପକେଟ୍‌ରେ ରଖୁଥିବା ବିସ୍କୁଟ୍, ପାଟିରେ ଖାଉଥିବା ପାନ
ସାତ ପ୍ରାଣୀ କୁଟୁମ୍ୱ ଭିତରେ ତୁମର ନା
ଫେରିବ ସାହାରା ଦେବ ଆହାର ତୁମ ଅପେକ୍ଷାରେ
କି ! ଆନନ୍ଦ କି ଉଲ୍ଲାସ ଖେଳିଯାଏ ମୁଖରିତ ।
ତୁମେ ସେଇନା ।।

ତୁମେ ସେଇନା

ତୁମେ ସେଇନା, ଆକାଶଠୁ ବଡ଼ ତୁମ ନା
ଶ୍ରଦ୍ଧା ଭଲ ପାଇବା କେବେ ତମ ଭୁଲି ହୁଏନା
ତୁମେ ସେଇନା ।।

ପକେଟ୍‌ରେ ରଖୁଥିବା ବିସ୍କୁଟ୍, ପାଟିରେ ଖାଉଥିବା ପାନ
ସାତ ପ୍ରାଣୀ କୁଟୁମ୍ୱ ଭିତରେ ତୁମର ନା
ଫେରିବ ସାହାରା ଦେବ ଆହାର ତୁମ ଅପେକ୍ଷାରେ
କି ! ଆନନ୍ଦ କି ଉଲ୍ଲାସ ଖେଳିଯାଏ ମୁଖରିତ ।
ତୁମେ ସେଇନା ।।

ଦେଖିଛି ତୁମ ଭିତରେ ଆମ ପ୍ରତି ତୁମ ଭଲ ପାଇବା
ତୁମ ମହାନ୍, ତୁମେ ଆମର ଭଗବାନ୍ !
ହଠାତ୍ ସୂର୍ଯ୍ୟଙ୍କୁ ରାହୁ ଗ୍ରାସ କଲା ପରି
ଚନ୍ଦ୍ରୋଦୟ ରାତ୍ରର ସେଇ ସମୟ ଓଃ. . . !
ତୁମେ ସେଇନା ।।

ନିଦ୍ରା ଦେବୀର ଆବାହନରେ, ସବୁଦିନ ପାଇଁ ଶୋଇଗଲ
ଓଃ କି ଦୁଃସମୟ ସନ୍ଧ୍ୟା ଆସରର ସେଇ ଦୃଶ୍ୟ
ଏବେ ବି ମନେ ପଡ଼ିଯାଏ ।
ଏବେ ବି ତୁମ କଥା ମନେ ଭାଳି ହୁଏ ।
ତୁମେ ସେଇନା ।।

ମୁଁ ଦେଖିଛି ତୁମେ ଶୋଇଥିଲ ସତ କିନ୍ତୁ
ଖୁସିରେ ନୁହେଁ, ତୁମ ପାଟିରେ, ତୁମ ଆଖିରେ
ତୁମ ସ୍ମୃତି କୋଷରେ ଗୋଟିଏ ଚିନ୍ତା ଭାଳି ହୁଏ
ସ୍ତ୍ରୀ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ପୁଅର ଭବିଷ୍ୟତ
ତୁମେ ସେଇନା ।।

ତୁମେ ରହିଛ, ରହିଥିବ ହୃଦୟର ସ୍ପନ୍ଦନରେ
ରହିଛି ତୁମର ପ୍ରାଣ ଶରୀରର ପ୍ରତିଟି ଅଣୁ କଣିକାରେ
କେତେଦୂର, କେଉଁଠି କୁହୁନି ଭିତରେ ତୁମେ
ଆଜି ମୁଁ ପାଉନି ତୁମକୁ ପାଇବାର ଇଚ୍ଛାମତ ।
ତୁମେ ସେଇନା ।।

ଅପେକ୍ଷା କରିଛି, ନିଶ୍ଚେ ମୁଁ ଜନ୍ମିବି ତୁମ କୋଳେ
ତୁମ ବିନା ଲାଗେ ପ୍ରତିଟି ମୁହୂର୍ତ୍ତ ବିଷମୟ
ମରି, ମରି ବଞ୍ଚିବାର ବାଧ୍ୟ ବାଧ୍ୟକତାର
ତୁମର ପ୍ରତିଟି ବଚନ, ପ୍ରତିଟି ମୁହୂର୍ତ୍ତ ଆମ ପାଇ ଅଭୂଲା ।
ତୁମେ ସେଇନା ।।

ଲୋକପ୍ରିୟ ଲେଖା

To Top