କବିତା

ସପନ ନଉକା

Ashok Biswal's odia poem Sapana Naukaa

କ’ଣ ଭାବୁଛ ତୁମେ ମୋ ଯୋଜନା ଉପରେ
ସୁଖୀ ରଖିବି ତୁମକୁ, ବିଶ୍ୱାସ କର ମୋତେ

ସପନ ନଉକା

ମା’ ରାଗିଥିଲେ, ବାପା କରୁଥିଲେ ଛଳନା
ମୁଁ ତୁମକୁ ଏତେ ଭଲପାଏ,
ଏତିକି କହି ପାରେ
ଏକୁଟିଆ ହୋଇଯିବି,
ଯଦି ତୁମେ ନ ଚାହିଁବ
ପ୍ରେମ ମୋର ରହିବ ଏମିତି ସବୁବେଳ ପାଇଁ
ହୃଦୟକୁ ଚାଲିଆସ ମୋର ଆଜିର ରାତିରେ
ଉଡ଼ିଚାଲ ମୋ ସହ ।

ଖୋଜିନିଅ ସ୍ୱପ୍ନର ନଉକା
ସପନ ନଉକା ଭାସିଯିବା ଚାଲ ଏହି ତାରକା ଖଚିତ ରାତିରେ
ସପନ ନଉକା, ସ୍ୱର୍ଗ ଦୂରରେ ତ ନୁହେଁ
ଏମିତି ତ ରହୁ, ଛାଡ଼ିବ ନାହିଁ ମୋତେ ସେଠାରେ କେବେ
ସ୍ୱପ୍ନ, ଛୋଟ ସ୍ୱପ୍ନ, ପ୍ରତି ରାତିରେ ଦିନରେ
ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା, ଲା ।

ମା’ ରାଗିଥିଲେ, ବାପା କରୁଥିଲେ ଛଳନା
କ’ଣ ଭାବୁଛ ତୁମେ ମୋ ଯୋଜନା ଉପରେ
ସୁଖୀ ରଖିବି ତୁମକୁ, ବିଶ୍ୱାସ କର ମୋତେ
ଆଉ ଆମର ପ୍ରେମ ସରିବନି କେବେ
ଆସ ତୁମର ଲମ୍ୱା ବାଳ ଝୁଲି ପଡୁ
ମୋ ସହ କର ଯାତ୍ରା ତୁମେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top