କବିତା

ପବନର ଡ଼ାକ !!!

ଓଡ଼ିଆ ଲେଖିକା ବିଜୟଲକ୍ଷ୍ମୀ ପତ୍ରୀ

ସାମ୍ନାରେ ତ …. କେବଳ,
ଉଚ୍ଚ ପରବତ,
ଆଉ….,
ଲୋମ ଟାଙ୍କୁରା, ସୁଲୁସୁଲିଆ ପବନ ।

ପବନର ଡ଼ାକ !!!

ପାହାଡ଼ ଫାଙ୍କରୁ,
ଝୁଙ୍କାଏ ପବନରେ,
ଯେମ୍‌ତି ବହୁଛି….
କେଉଁ ….(!)
ହଜିଯାଇଥିବା ବନ୍ଧୁର,
ପ୍ରୀତିଭରା ଡାକ ।

ୟେ ଡାକ…. ଯେମ୍‌ତି (!)
କାନର ପରଦା ଦେଇ
ହୃଦୟ ଯାଏ
ଯାଉଛି ଭିଜି ।

କିନ୍ତୁ ….
ଡାକ ୟେ କାହାର,
କାହା ଓଠର ୟେ ,
କୋମଳ ଶବ୍ଦ ?
କାହଁ….,
କିଏ ସେ….,
କେଉଁଠି….,
କେହିତ…., ଦିଶୁନାହିଁ ସାମ୍ନାରେ ।

ସାମ୍ନାରେ ତ …. କେବଳ,
ଉଚ୍ଚ ପରବତ,
ଆଉ….,
ଲୋମ ଟାଙ୍କୁରା, ସୁଲୁସୁଲିଆ ପବନ ।

କିନ୍ତୁ, ଏଇ ଟିକେ ପୂର୍ବରୁ,
କେହି ଯେମ୍‌ତି ପାଖରେ ଥାଇ,
ଡାକିବାର ଶବ୍ଦ ! ଏ କାହାର ???
ଆଜି ଏମ୍‌ତି ….
ହଠାତ୍ ମଧୁବୋଳା ଡାକ
କାହାର ?
ସତରେ,
ଏ ଡାକ ଯେମ୍‌ତି
ଗୋଧୂଳିର ଅସ୍ତମିତ ସୂର୍ଯ୍ୟ ପରି,
ଗାଢ଼ ଲାଲ ରଙ୍ଗର,
ଖେଳିଲାଣି ହୃଦୟ ପରି ଗଛଲତାରେ,
ମନପରି….
ଲେଉଟାଣି ଗାଇଗୋରୁଙ୍କ,
ଖୁରାର ଉଡ଼ନ୍ତା ଧୂଳିରେ ।

ସବୁଠି ସେଇ….
କୋମଳ ଭରା ଡାକର ଶବ୍ଦ ।

ସାମ୍ନା ପାହାଡ଼ର ଦୂରତା
ମୁହୁର୍ତ୍ତ ପରେ ମୁହୁର୍ତ୍ତ
ବଢ଼ିଚାଲିଛି ।

ଯେଉଁଠୁ ଭାସିଆସୁଥିଲା….
ପ୍ରୀତିଭରା ଡାକ,
ସେ ପାହାଡ଼କୁ ଛୁଇଁବାର ଆଶା,
ପାଲଟିଛି ଅନ୍ଧାର ରାତିର ସ୍ୱପର୍ ।
ଆଉ ସ୍ୱପର୍ ….
ନିଦ ଭାଙ୍ଗିଗଲା ପରେ,
ସବୁ ସ୍ୱପ୍ନ ତ କେବଳ ସ୍ୱପ୍ନ ।
କିନ୍ତୁ…. ସତ ଏଠି….
ଝୁଙ୍କାଏ ପବନର ମିଠା ମିଠା ଡାକ ।

ଲୋକପ୍ରିୟ ଲେଖା

To Top