ବିଶ୍ୱ ଦରବାରେ ଭାରତ ଦେଖାଏ
ସହନଶୀଳତା ଗୁଣ
ଚୈନା ତରଫରୁ ଧମକା ଧମକି
ଉଠାଏ ଡ଼ମଣା ଫଣ
ବା’ଷଠି କଥା ପୋଥି ଇତିହାସ
ନୁହେଁ ଏବର ଭାରତ
କଂଗ୍ରେସ ଜମାନା ଓଲଟା ପାଲଟା
ନଥିଲା ବି ସହମତ
ସ୍ୱାର୍ଥପର ଲୋକ ଅଧିକ ଶାସନ
ଗାଦି ମାଡ଼ି ବସିଥିଲେ
ଭାରତ ମାଆର ସୁଯୋଗ୍ୟ ସନ୍ତାନ
ସଂଘର୍ଷରେ ମାତୁଥିଲେ
ଭାବା ସାହେବ ତ ଫସି ସାରିଥିଲେ
ଶତ୍ରୁର ବିଷ ବଳୟେ
ଶ୍ରୀନିବାସ ଆଉ ଶିବରାମ ଭାଇ
ମସ୍ତିଷ୍କ ନଥିଲା ଲୟେ
ରାଜଗୋପାଲ କୁ ରମଣା ଭେଟିଲା
ଅନୋଖା ବିଞାନ ସୁତ୍ର
ଅବ୍ଦୁଲ କଲାମ କ୍ଷେପଣାସ୍ତ୍ର ଆଣି
ଦେଇଦେଲେ ଗୁରୁମନ୍ତ୍ର
ଏବେକାର ସେନା ଭାରତ ମାଆର
ବହୁ ଉଚ୍ଚ ମନୋବଳ
ଚୈନା ଭାବୁଛି ବା’ଷଠି କଥା
ତାଳକୁ ଫୋପାଡ଼େ ବାଳ
ଶହେପଚାଶକୁ ଚୈନା ଟପିଗଲେ
ଆମେ ବି ଶହେ ତିରିଶ
ପରମାଣୁ ଅଛି ଦୁହିଁଙ୍କ ପାଖରେ
ସୃଷ୍ଟି କରିବାକୁ ଧ୍ୱଂସ
ମଗଜ ଭିତରେ ପଶୁନାହିଁ କିଆଁ?
ପାକିସ୍ତାନ ଧୋକାବାଜ
ଯେତେ ପିଆଇଲେ ଗୋଖରକୁ ଖିର
ଚୋଟ ଖାଇବା ସହଜ
ସନ୍ତ୍ରାସବାଦରେ ଭଲ ମନ୍ଦ ନାହିଁ
ସଭି ନିଷ୍ଠୁର ଦାନବ
ଯୁଦ୍ଧ ଲାଗିଗଲେ ବେନିଜନେ କ୍ଷତି
କିଛି ବି ହେବନି ଲାଭ
ଦୁହେଁ ଅଛ ଏବେ ଉନ୍ନତି ପଥରେ
ନିଜ ଦୁଃଖେ ନିଜେ ରୁହ
ଶାନ୍ତି ମୈତ୍ରୀ ପ୍ରିତି ବିଶ୍ୱକୁ ପରଶି
ପରିବେଶେ ରହୁ ମୋହ
ଅଳପ ଦିନରେ ତାପମାତ୍ରା ବଢ଼ି
ଆଣିବ ଅଚଞ୍ଛା କିଳା
ବରଫ ତରଳି ଜଳାର୍ଣ୍ଣବ ହେଲେ
ଏମିତି ବୁଡ଼ିବ ଭେଳା
ପ୍ରତିବର୍ଷ ଆସି ନୂଆନୂଆ ରୋଗ
ବିନାଶକୁ ଆଣେ ଡ଼ାକି
ସ୍ୱାସ୍ଥ୍ୟ, ଶିକ୍ଷା ସହ ବିଜ୍ଞାନ ଦିଗରେ
ପ୍ରଗତିକୁ ଚାଲ ଟେକି
ଆଜିକା ଯୁଦ୍ଧରେ ହାର ଜିତ୍ ନାହିଁ
ଦୁହେଁ ହାରିବା ନିଶ୍ଚିତ
ଡ଼େଙ୍ଗା ମୁଣ୍ଡେ ଠେଙ୍ଗା ହେବ ବେଶି ମାଡ଼
ଭୋଗିବ ଗହରା କ୍ଷତ
ଭୁଲିଗଲ ବନ୍ଧୁ ବୁଦ୍ଧ ଭଗବାନ
ବୌଦ୍ଧ ଧର୍ମ ପଞ୍ଚଶୀଳ
ଉନ୍ମାଦନା ହୋଇ ନାଚୁଛ ସିମାରେ
ଯୁଦ୍ଧ ଭାବି ଗେଲ ଖେଳ
ମୋଦି ମୁଖିଆକୁ ଭୁଲି ଯାଉଛ କି?
ବୁଲୁଚି ଦେଶରୁ ଦେଶ
ବସୁଧାକୁ ଏକ କୁଟୁମ୍ବ କହୁଛି
ଶାନ୍ତିର ପକାଏ ଫାଶ
ସାଥି ପାକିସ୍ତାନ ଚୁଙ୍ଗୁଡ଼ି ଚିପିଲେ
ମୁଣ୍ଡରେ ଭରିବ ଗୁହ
ଅବାଟ ବାଛିଲେ ବାଟୁଳି ବାଜିବ
ସ୍ଥିତି ହେବ ଭୟାବହ
କୁସଂପର୍କ ପାଇଁ ଚୈନା ଜିମେଦାର
ବୁଝି ଗଲାଣି ଭାରତ
ଦେଶବାସି ଘୃଣା ଆରମ୍ଭ କଲେଣି
ନିଜେ ଖୋଳ ନିଜ ଗାତ
ଭାରତ ପରିକା ବଜାର ଗୋଟିଏ
କୋଉଠୁଁ ଆଉ ପାଇବ?
କଳ କାରଖାନା ତାଲା ପଡ଼ିଯିବ
ଶାପ ବେଙ୍ଗ ଖାଉଥିବ
ସମୟ ଏବେବି ଅନେକ ରହିଛି
ସୁଧାର ମନର ସ୍ଥିତି
ମିଳିମିଶି କର ବିଶ୍ୱର କଲ୍ୟାଣ
ଉଭୟ କର ପ୍ରଗତି
ପରମାଣୁ ବୋମା ଉଭୟ ରଖିଛ
ସୁ କୌଶଳି ସୈନ୍ୟ ସହ
ନାଲି ଆଖି ଦେଖା ଦେଖି ବନ୍ଦ କର
ଛାଡ ସିମାବୃଦ୍ଧି ମୋହ