କବିତା

ବାଜି ରାଉତ

Sourya Acharya's odia poem Baji Rout

ବାରଶତ ସିଂହର ବୁଦ୍ଦୁ ତା’ର
ବାରଶତ ସୂର୍ଯ୍ୟର ତା’ର ଶୌର୍ଯ୍ୟ,
ବାରଶତ କୋଣାର୍କର ଧର୍ମପଦ ସେ,
ବାର ବରଷର ବାଜି ରାଉତ ।

ବାଜି ରାଉତ

କାଳରାତି ଆଜି ଭିଜୁଛି ବର୍ଷାରେ
ଫୁଲି ଉଠେ ଆଜି ବ୍ରାହ୍ମଣୀ ତଟ ।
ପ୍ରଚଣ୍ଡ ଢେଉ ଗର୍ବେ ଉଲ୍ଲସିତ,
ପ୍ରହରୀ ତା’ର ଆଜି ବାଜିରାଉତ ।

ବାରଶତ ସିଂହର ବୁଦ୍ଦୁ ତା’ର
ବାରଶତ ସୂର୍ଯ୍ୟର ତା’ର ଶୌର୍ଯ୍ୟ,
ବାରଶତ କୋଣାର୍କର ଧର୍ମପଦ ସେ,
ବାର ବରଷର ବାଜି ରାଉତ ।

ଦେଶ ମାତୃକାର ଅଲିଅଳ ଧନ,
କୋମଳ ହାତେ ତା’ ଦମ୍ଭର କାତ,
କର୍ମଧର୍ମର କୁରୁକ୍ଷେତ୍ରେ ଆଜି,
ଅଭିମନ୍ୟୁ ସାଜେ ବାଜି ରାଉତ ।

ଗୋରା ଶାସକର ହୀନ ପ୍ରତାରଣା,
ପ୍ରତାଡ଼ିତ ଆଜି ସାରା ମୂଲକ,
ରଣ ଅଟେ ତା’ର ଜୀବନର ଋଣ,
ରଚିଯିବ ଆଜି ମହାଭାରତ ।

ଫିରଙ୍ଗୀ ସୈନ୍ୟ ଚିତ୍କାର କଲା
ନଦୀ ପାର କର ତୁଚ୍ଛ ବାଳକ,
ସେ କି ଜାଣେ ଆଜି ତୁଠର ପ୍ରହରୀ,
କଳିଙ୍ଗର ସୂତ ବାଜିରାଉତ ।

ପ୍ରହାର କଲା ସେ ନପୁଂସକ ସେନା,
ରକ୍ତରେ ଲାଲ୍. . . ବ୍ରାହ୍ମଣୀ ସ୍ରୋତ,
ଲେଖିଗଲା ତା’ର ଜୀବନର ଗାଥା
ବିଶ୍ୱ ଭୁବନରେ ବାଜି ରାଉତ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top