ଅମାନିଆ ଶୀତ ରାତି ଅବାଧ୍ୟ ହେଉଛି
ବେଳୁ ବେଳ ଦୁଷ୍ଟାମୀ ତା’ ବଢ଼ିଯାଉଅଛି,
ବନ୍ଦ କର ଝର୍କା କାଚ
ଥଣ୍ଡା ଥଣ୍ଡା ଶିଶିର ପଶୁଛି,
ପାଶେ ଆସ ଜାକିଜୁକି ହେବା
ପ୍ରୀତିର କମ୍ୱଳ ଘୋଡ଼ି
ଟୁପ୍ଟାପ୍ କଥା ହେଉଥିବା । ୧ ।
କବାଟ ସନ୍ଧିରେ ପଶି ଆସିବାର ପାଇଁ
ଚାହିଁ ଚାହିଁ ସେପଟେ ସେ
ପଡ଼ିବ ଘୁମେଇ,
ଟପ୍ ଟପ୍ କାକର ଟୋପା
ଝରୁଥିବ ଟିଣ ଛାତ ପରେ,
ଆମେ କିନ୍ତୁ ବେଧଡ଼କ
ଶୋଇଥିବା କମ୍ୱଳର ତଳେ,
ଝର୍କା ପାଶେ ଶୀତରାତି ମାରୁଥିବ ହାଇ
ଆମେ କିନ୍ତୁ ରହିଥିବା ନିଘୋଡ଼ରେ ଶୋଇ,
ମିଠା ମିଠା ସ୍ୱପ୍ନ ଦେଖୁ ଦେଖୁ
ପାହିଯିବ ଦୁଷ୍ଟ ଶୀତରାତି
ତୁମେ ଥିଲେ ସାଥେ ମୋର ସାଥୀ । ୨ ।