ବ୍ୟଙ୍ଗକବିତା

ତୁମରି ମନ୍ତ୍ର

Fakir Ojha's odia satire poem Tumari Mantra

ଇଏ କହୁଛି ମୁଁ ଟାଣୁଆ
ସିଏ କହୁଛି ମୁଁ ଭଲ ବାଣୁଆ ।
ଇଏ କହୁଛି ମୁଁ ବାହାଣିଆ
ସିଏ କହୁଛି ମୁଁ ସିଆଣିଆ ।

ତୁମରି ମନ୍ତ୍ର

ବିଶ୍ୱଜଳୁଛି ଯୁଦ୍ଧ ଆତେଙ୍କ
ଧ୍ୱଂସର ତାଲିକା ସମସ୍ତଙ୍କ ମୁଖେ ।
ଇଏ କହୁଛି ମୁଁ ଟାଣୁଆ
ସିଏ କହୁଛି ମୁଁ ଭଲ ବାଣୁଆ ।
ଇଏ କହୁଛି ମୁଁ ବାହାଣିଆ
ସିଏ କହୁଛି ମୁଁ ସିଆଣିଆ ।
କିଏ କହୁଛି ମୁଁ ଜାଣିଛି ପରମାଣୁ ଯୁଦ୍ଧ
କିଏ କହୁଛି ମୁଁ ଜାଣିଛି ତାରକା ଯୁଦ୍ଧ ।
କିଏ କହୁଛି ମୁଁ ଶିଖିଛି ଜୀବାଣୁ ଯୁଦ୍ଧ
କିଏ କହୁଛି ମୋତେ ଜଣା ପ୍ରଳୟ ସୃଷ୍ଟିକାରୀ ଫାନ୍ଦ ।
ବିଶ୍ୱକୁ ଧ୍ୱଂସ କରିବାକୁ ବାହାଦୁରୀ ଦେଖାଉଛି ଅସ୍ତ୍ରବାଦ
ସବୁ ଅସ୍ତ୍ରକୁ ଅକାମି କରିଦେବାକୁ ବିଜ୍ଞାନ ପାଖରେ ନାହିଁ ଗଦ ।
ଏଣେ ବିଶ୍ୱ ଆତଙ୍କିତ
ଆତଙ୍କବାଦୀ, ଉଗ୍ରବାଦୀ, ସନ୍ତ୍ରାସବାଦୀରବାଦରେ
ଅନ୍ୟ ସବୁବାଦ ଫଣା ନଇଁଛି ହିଂସାବାଦର ଗଦରେ ।

ସମସ୍ତଙ୍କ ହସ୍ତେ ବିଶ୍ୱ ଧ୍ୱଂସକାରୀ ଅସ୍ତ୍ର
କା’ ପାଖରେ ନାହିଁ ବିଶ୍ୱ ରକ୍ଷାକାରୀ ମନ୍ତ୍ର ।
ନେଡ଼ିଗୁଡ଼ ଆଜି କହୁଣିକି ବହି ଗଲାଣି
ଧରମରେ ଆଜି ପରମ ଗ୍ଲାନି ଦେଖା ଦେଲାଣି ।
ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି …
ଆଉ ଏଣିକି କୋଉ ଭଗବାନ ଅବତାର ନେବେ ନାହିଁତି ।
ଏ ସମୟେ ତୁମେ ଲୋଡ଼ା ହୁଅ ହେ ଗାନ୍ଧୀ
ସମସ୍ତଙ୍କୁ ଦିଅ ତୁମ ଅହିଂସା ମନ୍ତ୍ରରେ ବାନ୍ଧି ।
ହଁ……..ଗାନ୍ଧୀର ଅହିଂସା ଗନ୍ଧଉଥିଲା,
ରକ୍ତ ଦେଉଥିଲାମହକ
ଆଜିଚିଙ୍ଖାପଟା ପାଇ ପୃଥିବୀ ଗାଉଛି,
ଅହିଂସାରେ ଅଛି ପୁଲକ । ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top