କବିତା

କବିତା ପରି କେହି ଜଣେ

କେହି ଜଣେ ମୋ ଆଖିକୁ ପଢ଼ି କହିଲା ବାବୁରେ
କବିତା କ’ଣ ଆଜିକାଲି ରହୁଛି ଗାଁରେ ।
ଫୁଲ ବନରେ ?
ତାର ଠିକଣା ଖୋଜିବା ମନା ତୋତେ
ତା’ବାଟକୁ ଚାହିଁବା ମନା ତତେ ।।

କବିତା ପରି କେହି ଜଣେ

ସମଗ୍ର ନଗର ବୁଲିଲି ପୋଖରି ତୁଠରୁ ପାଣିଘାଟ
ହେଇ ଦୁର ଗାଁ ମୁଣ୍ଡ ତାଳବଣଠୁ
କୂଅ ମୁଳର ଶାଗ କିଆାରି ପର୍ଯ୍ୟନ୍ତ ନା ପାଇଲି ନାହିଁ
ଏମନ୍ତ ନଜରଥିବା ଝିଅଟିଏ ଯା’କୁନେଇ ଗାରେଇଥାନ୍ତି କବିତା ।।

ନଈ ଆରପାରି ଗଳି ତ ଚହଲି ଗଲେ ଉଦାସିଆ ଚେହେରାମାନ
ନା’ ମିଳିଲା ନାଇଁ ସୁନା ଗୋରିର ଠିକଣା କି ଗାଁ
ଯା’ର ଚର୍ଚ୍ଚାରେ ମହକୁଥିବ
ନଈର ଘାଟ ଆଉ ବାଟ ।।

କେହି ଜଣେ ମୋ ଆଖିକୁ ପଢ଼ି କହିଲା ବାବୁରେ
କବିତା କ’ଣ ଆଜିକାଲି ରହୁଛି ଗାଁରେ ।
ଫୁଲ ବନରେ ?
ତାର ଠିକଣା ଖୋଜିବା ମନା ତୋତେ
ତା’ବାଟକୁ ଚାହିଁବା ମନା ତତେ ।।

ନା’ ମାନିଲି ମୁଁ ତା’ର କାନକୁହା
ନା’ ଛାଡ଼ିପାରିଲି କବିତାର ଖୋଜା
କେବେ ନା କେବେ ତ ଭେଟ ହେବ
ହାତ ଧରି ବୁଲେଇ ନବ ତାର ଗାଁ ଆଡେ଼
କ’ଣ ଆଡେ଼ ବାଟ ହୁଡ଼ି ଆସିବ ନିଶ୍ଚୟ
ଠିଆ ହେବ
ମୋ ସାମ୍ନାରେ ଯେମିତି
କବିତା ପରି କେହି ଜଣେ ।

ଲୋକପ୍ରିୟ ଲେଖା

To Top