ସମ୍ପାଦକୀୟ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ପ୍ରାଣୀମାନଙ୍କର ଏତେ ଆର୍ତ୍ତନାଦ ଆଉ ଦୁଃଖ ଦେଖି ଦେଖି ମୁଁ ଆଉ ସହି ପାରୁନାହିଁ ।

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଆମ ମାଟି ପାଣି ପବନରେ ଗଢ଼ିଉଠିଥିବା ସନ୍ଥକବି ଭୀମଭୋଇ ଦିନେ ଗାଇ ଉଠିଥିଲେ-

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।

ପ୍ରାଣୀମାନଙ୍କର ଏତେ ଆର୍ତ୍ତନାଦ ଆଉ ଦୁଃଖ ଦେଖି ଦେଖି ମୁଁ ଆଉ ସହି ପାରୁନାହିଁ । ହେ ପ୍ରଭୁ, ମୋ ଜୀବନକୁ ନର୍କରେ ପକାଇ ଏ ବିଶ୍ୱବାସୀଙ୍କୁ ଉଦ୍ଧାର କର । ବେଦ ମନ୍ତ୍ର “ସର୍ବେ ଭବନ୍ତୁ ସୁଖିନଃ…ଭାଗ ଭବେତ୍”ର ଯଥେଷ୍ଟ ଉର୍ଦ୍ଧ୍ଵରେ ଆମ କବିଙ୍କର ଚିନ୍ତାଧାରା । ସେହି କରୁଣାରେ ଛଳଛଳ ବ୍ୟାକୁଳ ପ୍ରାଣ ନିକଟରେ ଆମେଓଡ଼ିଆ ପରିବାର ସତତ ନମନ କରୁଛି ।

ଲୋକପ୍ରିୟ ଲେଖା

To Top