କବିତା

ଭତ୍ତା

ଅଣ୍ଟା ଉପରକୁ ଉଠିବାକୁ ନାରାଜ
ମୁଣ୍ଡଟେକି ଚାହିଁଲା
କହିଲା, ପାଇଖାନା ପିଲ ଗଣ୍ଡେ
ଦେବୁତ ବାପ ।

ଭତ୍ତା

ନିଜେ ବଙ୍କୁଲି ବାଡ଼ି ପରି
ନାକ ଲାଗିବା ଲାଗିବା ଉପରେ ଆଣ୍ଠୁକୁ
ବୁଢ଼ୀ ବାଡ଼ିଖଣ୍ଡେ ଧରି
ଆସି ପହଞ୍ଚିଲା ।

ଅଣ୍ଟା ଉପରକୁ ଉଠିବାକୁ ନାରାଜ
ମୁଣ୍ଡଟେକି ଚାହିଁଲା
କହିଲା, ପାଇଖାନା ପିଲ ଗଣ୍ଡେ
ଦେବୁତ ବାପ ।

ଆରି ଭିତରେ ବୁଢ଼ୀ
ତିନି ଚାରିଥର ପଞ୍ଚାୟତ ପିଣ୍ଢାଆଡ଼େ
ମୁହଁ ବୁଲାଇ ଚାହିଁଲାଣି
ଫେରି ଗଲାବେଳେ କହିଲା :
“ଭତ୍ତା ଗଣ୍ଡାକ କେବେ ମିଳିବ
ଜାଣିଛୁକି ବାପ
ପାଞ୍ଚଥର ଆଇଲିଣି
ଦେଖା ମିଳୁନି କାଆର
କେତେ ବେଳେ ଖୋଲୁଛି କି ?”
କହିଲି “ପତି ଘରକୁ ଯାଇ ପଚାରୁନୁ ” ।

ବୁଢ଼ୀ କହିଲା
“ସିଏ କ’ଣ ଆଉ ଦଉଚିକି,
ତା ବଦଳେ ଜଣେ ମିଆଁ ପୁଅ ଦଉଥିଲା
ସିଏ ଗଲାଣି ।

ଯିଏ ଆଇଲା ଖାଇଲା ଗଲା
ଶୁଣୁଚି, ଏବେ କାଳେ
ଜଣେ ବଙ୍ଗାଳି ପୁଅ ଦବ” ।

ପଚାରିଲି କେତେମାସ ହେଲାଣି ?
“ମାସେ ନଅଦିନ ହେଲାଣି
କିଏ ଦଉଚି କାହିଁ ?
ଯାହାଜଣା ଯାଉଚି ଆଉ ଆସି ପାରିବି ନାହିଁ ।”

ଲୋକପ୍ରିୟ ଲେଖା

To Top