କବିତା

ମିଠା ମିଠା ଶୀତ

ଖବର ଆଣେ
ସକାଳର ନରମ ଖରା
କାନ୍ଦିଥିଲା କିଏ
କାଲି ରାତିରେ,
ବିନ୍ଦୁ ବିନ୍ଦୁ ଅଚିହ୍ନା ଲୁହ
ଚିହ୍ନା ଚିହ୍ନା ଫୁଲର ପାଖୁଡ଼ାରେ,

ମିଠା ମିଠା ଶୀତ

କୁହୁଡ଼ିଆ ପଣତ ତଳେ
ଲୁଚିଥାଏ ପାହାଡ଼ର ଦେହ
ଯୋଉଠୁ ବାହାରିଥାଏ ଝରଣା
ସେଇଠି ଲୁଚିଥାଏ ଶୀତ ।

ଖବର ଆଣେ
ସକାଳର ନରମ ଖରା
କାନ୍ଦିଥିଲା କିଏ
କାଲି ରାତିରେ,
ବିନ୍ଦୁ ବିନ୍ଦୁ ଅଚିହ୍ନା ଲୁହ
ଚିହ୍ନା ଚିହ୍ନା ଫୁଲର ପାଖୁଡ଼ାରେ,

ସତେ ଅବା ଅମାଲୁମ୍
ଆକାଶକୁ
ସେ ଗୁମର କଥା
ରାତି ନ ପାହୁଣୁ
ଫୁଲେଇ ଫୁଲର ହସ
କରିବସେ ପ୍ରଚାର
ଜାଣିଛ,
କାଲି ରାତିରେ ଆସିଥିଲା
ମିଠା ମିଠା ଶୀତ ।

ଲୋକପ୍ରିୟ ଲେଖା

To Top