ଇତିହାସ

ଗାନ୍ଧୀ-ଇରଉଇନ୍ ଚୁକ୍ତି

Balaram Mohanty'd Odisha History

ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।

ଗାନ୍ଧୀ-ଇରଉଇନ୍ ଚୁକ୍ତି

୧୯୩୦ ମସିହାରେ ବ୍ରିଟିଶ୍ ସରକାର ଭାରତର ଶାସନ ସଂସ୍କାର ସମ୍ୱନ୍ଧରେ ଆଲୋଚନାର କରିବା ପାଇଁ ତାଙ୍କ ମନୋନୀତ ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ଗୋଲ୍‌ଟେବୁଲ୍ ବୈଠକ ଡକାଇଥିଲେ ମାତ୍ର ଏହି ବୈଠକକୁ କଂଗ୍ରେସ ବର୍ଜନ କରିଥିଲା । ବୈଠକ ଶେଷରେ ଭାରତର ଭବିଷ୍ୟତ ଶାସନ ଖସଡ଼ା ସମ୍ପର୍କରେ ଯେଉଁ ଘୋଷଣା କଲେ ତାକୁ ବିଚାରକୁ ନେବା ପାଇଁ ମହାତ୍ମାଗାନ୍ଧୀ ଓ ଜାତୀୟ କଂଗ୍ରେସ୍ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲ୍‌ରୁ ଖଲାସ କରି ଦିଆଯାଇଥିଲା । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି ଇରଉଇନ୍ ଚୁକ୍ତି ସ୍ୱାକ୍ଷରୀତ ହେଲା । ସନ୍ଧି ସର୍ତ୍ତ ଅନୁସାରେ ସମଗ୍ର ଦେଶରେ ରାଜନୈତିକ ବନ୍ଦୀମାନେ ଖଲାସ ହେଲେ ।

ସେତେବେଳେ ବିହାରର ହଜାରୀବାଗ ଜେଲ୍‌ରେ ଆବଦ୍ଧ ଥିବା ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇଥିଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ । ସେମାନେ ପ୍ରଥମେ ବାଲେଶ୍ୱରଠାରେ ଓହ୍ଲାଇ ଶ୍ରୀଜଙ୍ଗ ଗ୍ରାମକୁ ଯାଇଥିଲେ ଓ ସେଠାରେ ଶ୍ରୀଜଙ୍ଗ ଅଧିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ପୋଲିସର ଅତ୍ୟାଚାର କାହାଣୀ ଶୁଣି ଅଭିଭୂତ ହୋଇ ଯାଇଥିଲେ । ତା’ପରେ ସେମାନେ କଟକରେ ପହଞ୍ଚାଇବା ପରେ ସେମାନଙ୍କୁ ଅଦ୍ଭୂତପୂର୍ବ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳକୁ କଂଗ୍ରେସର କେନ୍ଦ୍ର କାର୍ଯ୍ୟାଳୟ କଟକରେ ସ୍ୱରାଜ ଆଶ୍ରମ ଇଂରେଜ ସରକାର ତାଲା ପକାଇ ବନ୍ଦ କରି ଦେଇଥିଲେ ଓ ସବୁ କାଗଜପତ୍ର ନେଇ ଯାଇଥିଲେ । ତେଣୁ କଂଗ୍ରେସ ସଂଗ୍ରାମୀମାନେ ଆସି କଟକ ଜୈନମନ୍ଦିରରେ ଅସ୍ଥାୟୀ ଭାବରେ ରହି କାର୍ଯ୍ୟ କରିଥିଲେ । କଟକଠାରେ କାଠଯୋଡ଼ି ନଦୀ ବାଲିଠାରେ ଆଚାର୍ଯ୍ୟ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀମତୀ ରମାଦେବୀ ବାନରସେନାଙ୍କ ନିଷ୍ଠାପର ଆନ୍ଦୋଳନ ଓ ସେମାନଙ୍କ ଉପରେ ଅତ୍ୟାଚାର କାହାଣୀ ବର୍ଣ୍ଣନା କଲାବେଳେ ସେଠାରେ ଉପସ୍ଥିତ ଜନତାଙ୍କ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା ।

୧୯୩୧ କରାଚି କଂଗ୍ରେସ ଅଧିବେଶନ ପରେ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅତିରିକ୍ତ ସଭ୍ୟ ଭାବରେ ପ୍ରଥମଥର ପାଇଁ ଓଡ଼ିଶାରୁ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମନୋନୀତ ହୋଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top