କବିତା

ତୁମେ କିଏ!

Jagruty Naik's odia poem Tume Kie

ତୁମେ କିଏ!
କିଏ ମୋର!
ଚାହିଁଥାଏ ନିର୍ଣ୍ଣିମେଶ ଚକ୍ଷୁରେ
ତୁମ ହୃଦୟର ବିନ୍ଦୁଏ
ବର୍ଷାଜଳ ପାଇଁ
ଏହି ତୃଷ୍ଣା ମାନେ କଣ
ଖୋଜିବୁଲେ ମୁଁ, କିଛି ବି ପାଇପାରେନା…

ତୁମେ କିଏ!

ତୁମେ କିଏ!
କିଏ ମୋର!
କାହିଁକି ଯେ ଇଚ୍ଛାହୁଏ
ହଜିବାକୁ ତୁମ ସତ୍ତାରେ
ଏକାକାର ହେବାପାଇଁ
ଏଇ ଭାବର ମାନେ କଣ
ଜାଣେନା ମୁଁ, ଜାଣିବି ପାରେନା …

ତୁମେ କିଏ!
କିଏ ମୋର!
କାହିଁକି ଯେ ଚୁମିବାକୁ ଚାହେ
ଶିଶୁର ହସପରି
ତୁମରି ହୃଦୟ
ଏ ସମ୍ପର୍କର ମାନେ କଣ
ବୁଝେନା କିଛି, ବୁଝିବି ପାରେନା …

ତୁମେ କିଏ!
କିଏ ମୋର!
ଚାହିଁଥାଏ ନିର୍ଣ୍ଣିମେଶ ଚକ୍ଷୁରେ
ତୁମ ହୃଦୟର ବିନ୍ଦୁଏ
ବର୍ଷାଜଳ ପାଇଁ
ଏହି ତୃଷ୍ଣା ମାନେ କଣ
ଖୋଜିବୁଲେ ମୁଁ, କିଛି ବି ପାଇପାରେନା…

ତୁମେ କିଏ!
କିଏ ମୋର!
ମୁଁ ତୁମର କେହି ନୁହେଁ
ତୁମେ ମୋର ସବୁକିଛି
ନାମହୀନ ସର୍ବନାମ
ଭାଷାମୂକ୍ତ ଅଭିଧାନ
ସର୍ବନାମ କିଏ କଣ
କିଛି ଜାଣି, ଜାଣି ବି ହୁଏନା
କିଛି ବୁଝି,ବୁଝି ବି ହୁଏନା
କିଛି ଖୋଜି , ପାଇଁ ବି ପାରେନା….

ଲୋକପ୍ରିୟ ଲେଖା

To Top