ଗଳ୍ପ

ବୁଆରୀ

Dr Sharat Chandra Parida's odia story Buaaree

ମୁଁ କିନ୍ତୁ ସାରୁ ପରିବା । ଲୋକଙ୍କ ସାଙ୍ଗରେ ମିଶିଲେ ମୋତେ ବହୁତ ଆନନ୍ଦ ମିଳେ ।

ବୁଆରୀ

ତମେମାନେ କୁହ, ତମମାନଙ୍କ ଚଳଣିରେ ବୁଆରୀକୁ ବୁଆରୀ ପରି ବ୍ୟବହାର ଦେଖାଯାଏ, ନା ମାଇକିନିଆ ଭଳି ବ୍ୟବହାର କରାଯାଏ । ଏ କଥା ଶୁଣି ସେଦିନ ଚମକି ପଡ଼ିଥିଲା ଗାଁର ପଞ୍ଚାୟତ । ଆଜି ବି ଚମକି ପଡ଼ିଲେ ସୁକାନ୍ତ ବାବୁ ।

ଖରାଦିନ । ଅପରାହ୍ଣ । ଆଜିକାଲି ତ ସାନ କି ବଡ଼ ସମସ୍ତେ ସ୍ୱାସ୍ଥ୍ୟ ବିଷୟରେ ଊଣା ଅଧିକେ ସଚେତନ । ଅବଶ୍ୟ ଏହା ଶିକ୍ଷିତ ସମାଜର କଥା । ଶାରୀରିକ ପରିଶ୍ରମ କଲେ ସମ୍ମାନ କୁଆଡ଼େ ମାଟିରେ ମିଶିଯାଏ ବୋଲି ଆମ ଦେଶର ତଥାକଥିତ ଶିକ୍ଷିତମାନଙ୍କର ଧାରଣା । ପୁଣି ଆଜିକାଲି ସରକାରୀ କ୍ୱାଟର୍ସ କୁହ ବା କମ୍ପାନୀ କ୍ୱାଟର୍ସ କୁହ ଆଗପଛ ହୋଇ ଏମିତି ଯୋଡ଼ା ଯୋଡ଼ି ଲଗାଲଗି ହୋଇ ଛିଡ଼ା ହୋଇଥାନ୍ତି ଯେ ପବନ ଯିବାକୁ ବାଟ ପାଏ ନାଇଁ । ସେଥିରେ ପୁଣି ବାଡ଼ି ବଗିଚାରେ ପରିଶ୍ରମ କଲା ଭଳି ଭୂଇଁ ଆସିବ କେଉଁଠୁ ? ତେଣୁ ବନ୍ଦ ହୋଇ କିଛି ସମୟ ଚାଲିବା ହେଉଚି ଏକମାତ୍ର ସହଜ ସରଳ ଉପାୟ । ସୁକାନ୍ତ ବାବୁ, ମଧୁବାବୁ ଓ ନକୁଳ ବାବୁ ତିନିବନ୍ଧୁ ମିଶି ଚାଲୁଥିଲେ । ଯେତେବେଳେ ତିନିଜଣ ହେଲେଣି ମନ କଥା ବାହାରେ ପ୍ରକାଶ କରିବା ପାଇଁ ପାଟି ଖଲ ଖଲ ହେଉଥାଏ । ଅବଶ୍ୟ ଚାଲିଲାବେଳେ ମୌନୀ ହୋଇ ବେଗରେ ଚାଲିଲେ ଶରୀର ପାଇଁ ହିତ । ହେଲେ ବନ୍ଧୁ ମିଳନ ପାଖରେ ହିତ ଫିକା ପଡ଼ି ଯାଉଥିଲା । ଏମିତି ତ୍ରିବେଣୀ ସଙ୍ଗମ ସବୁବେଳେ ସମ୍ଭବ ନ ହୋଇ ପାରେ । କିଛି ଅର୍ଜିତ ଅନୁଭୂତି ପରସ୍ପର ମଧ୍ୟରେ ବାଣ୍ଟିଲେ ମିଳନଟା ଜମେ ଓ କିଛି ଅଜଣା କଥା ଜାଣିବାକୁ ମିଳେ । ମଧୁବାବୁ ଓ ସୁକାନ୍ତ ବାବୁଙ୍କ ବୟସ ପଚାଶ ଧରିଲାଣି । ନକୁଳ ବାବୁ ବୟସରେ ଆଠ ଦଶ ବର୍ଷ ଊଣା । ହେଲେ ବି ତିନିକୁ ତିନି ହେଁ ଖୋଲା ହୃଦୟ । ସଂସାରୀ । କର୍ମ ଜଞ୍ଜାଳରେ ନିଜ ନିଜ ଜାଗାରେ ବ୍ୟସ୍ତ ।

ଆଳାପର ମୁଖବନ୍ଧ ଖୋଲି ମଧୁବାବୁ କହିବା ଆରମ୍ଭ କଲେ- “ବୁଝିଲେ ସାର୍, ମୋ ଚାକିରୀ ଜୀବନଟା ଏକ ବିଚିତ୍ର ଅନୁଭୂତି । ମୋର ଦାଦା ଥିଲେ ଜଣେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ । ସେତେବେଳେ ମୁଁ ମାଟ୍ରିକ୍ ପାଶ୍ କରିଥାଏ । ଆମ ଘରେ କହିଲେ- ତୁ ଯା’ ! ଚାକିରୀ ଖୋଜ ।” ଦାଦା କୋରାପୁଟ ଜିଲ୍ଲାରେ ପୋଷ୍ଟିଙ୍ଗ ହୋଇଥିଲେ । ମୁଁ ତାଙ୍କ ପାଖକୁ ଚାଲି ଆସିଲି । ପ୍ରଥମେ ଶିକ୍ଷକ ଚାକିରୀ ମିଳିଗଲା । ମାତ୍ର ଦାଦା ଖୁସୀ ହେଲେ ନାଇଁ । ଶିକ୍ଷକ ଚାକିରୀରେ କ’ଣ ଉପୁରି ଅଛି ଯେ । ଦିନ ରାତି ଖାଲି କଳାପଟା ଓ ଚକ୍ ସାଥିରେ ବନ୍ଧୁତା ସିନା । କୃଷି ବିଭାଗରେ ଚାକିରୀ ବାହାରିଲା । ଦାଦାଙ୍କ ଶୁଭ ଦୃଷ୍ଟିରୁ ମୁଁ ଗ୍ରାମସେବକ ଚାକିରୀଟି ପାଇଲି । ହେଲେ ସହର ବଜାର ଜାଗାରେ ଖାଲି ନଥିବାରୁ, ମୋତେ ନିପଟ ଜଙ୍ଗଲିଆ ଆଦିବାସୀ ଗ୍ରାମକୁ ପଠେଇ ଦିଆଗଲା । ମୁଁ ସେମିତି ହୋମ୍‌ଶିକ୍ ନୁହେଁ । ମୋ ପାଇଁ ନିଜ ଗାଁ ପରଗାଁ ଅପରିଚିତ ଗାଁ ସବୁ ଏକାପରି ।

ସେତେବେଳେ ମୁଁ ସରକାରୀ ବାବୁ । ଭାରି ଖାତିରି । ଲୋକେ ଦୂରରେ ରହି ସମ୍ମାନ ଜଣାନ୍ତି । ମୁଁ କିନ୍ତୁ ସାରୁ ପରିବା । ଲୋକଙ୍କ ସାଙ୍ଗରେ ମିଶିଲେ ମୋତେ ବହୁତ ଆନନ୍ଦ ମିଳେ । ଭାବ ବାଣ୍ଟିଲେ ସିନା ସମ୍ପର୍କ ବଢ଼େ । ସହଜେ ମୁଁ ମଣିଷପ୍ରିୟ ଲୋକ । ମୋର ଚାକିରୀ ତ ଲୋକମାନଙ୍କ ସହିତ ମିଳିମିଶି କାମ କରିବା । ମୋର ସ୍ୱଭାବକୁ ମଧ୍ୟ ବିଧାତା ସେହି ଭଳି ଛାଞ୍ଚରେ ଗଢ଼ିଚି । ମଣି କାଞ୍ଚନ ସଂଯୋଗ ପରି ମୋର ଆଦିବାସୀ ଲୋକମାନଙ୍କ ସହିତ ମିଶିବାରେ ଟିକେ ବି ଅନ୍ତରାୟ ସୃଷ୍ଟି ହେଉ ନଥିଲା । ମୋତେ ଆଦୌ ଚାଉଳ ପନିପରିବା କିଣିବା ପାଇଁ ଲୋକେ ଦିଅନ୍ତି ନାଇଁ । କିଏ ଚାଉଳ ସେରେ, କିଏ ଡାଲି ମୁଠାଏ, କିଏ ବାଡ଼ିରେ ଫଳିଥିବା ପନିପରିବାରୁ ଦି’ଟା ବଳେ ବଳେ ଆଣି ଦୁଆର ମୁହଁରେ ଥୋଇ ଦେଇ ଯା’ନ୍ତି । ସେଥିରେ ମୋର ଚଳିଯାଏ । ପଇସାଟିଏ ଦରମାରୁ ଖର୍ଚ୍ଚ କରିବାକୁ ପଡ଼େ ନାଇଁ ।

ମଝିରେ ମଝିରେ ଗାଁର ଅଣ୍ଡିରା ଲୋକ ବେଣ୍ଟକୁ ଯା’ନ୍ତି । ସୁକାନ୍ତ ବାବୁ ଏ ଅପରିଚିତ ଶବ୍ଦଟିକୁ ନୂଆ ଜାଗାରେ ଶୁଣି ଚମକି ପଡ଼ିଲେ । ମଧୁବାବୁ ସୁକାନ୍ତ ବାବୁଙ୍କ ମନର କଥା ବୁଝିପାରି ବୁଝାଇ କହିଲେ- ଆଦିବାସୀ ଲୋକେ ଭାରି ମାଂସପ୍ରିୟ । ଖାସି ମାଂସ, ମେଣ୍ଢା ମାଂସ ଏସବୁ କିଣିବା ପାଇଁ ସେମାନଙ୍କ ପାଖରେ ଟଙ୍କା କୁଆଡୁ ଆସିବ । ତେଣୁ ପାଗଯୋଗ ଦେଖି ଦଳବଳ ହୋଇ ହାତହତିଆର ଧରି ସେମାନେ ଶିକାର କରିବାକୁ ବାହାରି ପଡ଼ନ୍ତି । ଏହା ହେଉଛି ଆଦିବାସୀ ଭାଷାରେ ବେଣ୍ଟ । ଆର୍ମିରେ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ବୀର ଦର୍ପରେ ଶୃଙ୍ଖଳିତ ହୋଇ ମାର୍ଚ୍ଚ ପାଷ୍ଟ କଲା ପରି ବେଣ୍ଟର ଅଣ୍ଡିରାମାନେ ଆଗକୁ ଆଗକୁ ମାଡ଼ି ଚାଲନ୍ତି । କାହା ହାତରେ ଧନୁ, କାହା ହାତରେ ବର୍ଚ୍ଛା, କାହା ହାତରେ ନଳୀ ବନ୍ଧୁକ । କଣ୍ଟା ଝଟାକୁ ଖାତିରି ନ ଥାଏ । ଆଖି ଖାଲି ଖୋଜୁଥାଏ ଶିକାର । କାଳେ କେଉଁଠି ହରିଣ, ସମ୍ୱର, ବାର୍ହା, ବୁଦାମୂଳେ ଲୁଚି ରହିଥିବେ । କାଳେ ହାବୁଡ଼େ ପଡ଼ିଯିବେ । ଲାଞ୍ଚଖୋର ଲୋକ ଲାଞ୍ଚ ଉପରେ ଆଖି ରଖିଲା ପରି ସେମାନେ ଏକ ଲକ୍ଷ୍ୟ ନେଇ ଆଗେଇ ଚାଲୁଥାନ୍ତି । ଅଧିକାଂଶ ବେଳେ ସେମାନେ ସେମାନଙ୍କର ଅଭିଯାନରେ ସଫଳ ହୁଅନ୍ତି । ଯାହା ଯେଉଁଦିନ ମିଳେ ସେଦିନ ତାଙ୍କର ଆନନ୍ଦ କହିଲେ ନସରେ । ସେମାନେ ଫେରିଲା ବେଳକୁ ସେମାନଙ୍କର ମୁଗୁନି ପଥର ପରି ଟାଣି ପାଦ ସବୁ ଖଣ୍ଡିଆ ଖାବରା ହୋଇ ଲହୁଲୁହାଣ ହୋଇ ଯାଇଥାଏ । ଏଣେ ଗାଁର ତିର୍ଲାଲୋକମାନେ ହଳଦିପାଣି ଧରି ସେମାନଙ୍କ ଫେରିବା ବାଟକୁ ଚାତକ ପରି ଚାହିଁ ରହିଥାନ୍ତି । ମନରେ ଅନେକ ଉତ୍କଣ୍ଠା । ଅଣ୍ଡିରାମାନେ ଗାଁରେ ପହଞ୍ଚୁ ନ ପହଞ୍ଚୁଣୁ ଆରମ୍ଭ ହୋଇଯାଏ ନିଉଛାଳିବା ଓ ରଙ୍ଗଖେଳ । ଏହି କଥା ଶୁଣି ନକୁଳ ବାବୁ ଆଉ ତୁନି ହୋଇ ରହି ପାରିଲେ ନାଇଁ । ପରିହାସ କରି କହି ଉଠିଲେ, ଆରେ ବଡ଼ ଆଶ୍ଚର୍ଯ୍ୟ କଥା । ଆମେ ବର୍ଷକରେ ଥରେ ରଙ୍ଗ ଖେଳିବା ବେଳେ ଏମାନେ ତ ବର୍ଷକ ଯାକ ରଙ୍ଗ ଖେଳନ୍ତି । ବଡ଼ ବିଚିତ୍ର ଏମାନଙ୍କ ଜୀବନ ଯାପନ ଶୈଳୀ । ମଧୁବାବୁ ଖାଦ୍ୟ ଶେଷରେ କ୍ଷୀରି ଖାଇଲା ପରି ଖୁସି ମନରେ କହିଲେ- ସେମାନେ ମୋତେ ମଧ୍ୟ ଛାଡ଼ନ୍ତି ନାଇଁ । ଧାଙ୍ଗେଡ଼ିମାନେ ରଙ୍ଗ ରସ ହେଲା ବେଳେ ମୋତେ ମଧ୍ୟ ଅନେକ ଥର ମାଡ଼ି ବସିଛନ୍ତି । ମୋ ମୁହଁରେ ହଳଦି ବୋଳି ଆନନ୍ଦରେ ବିଭୋର ହୋଇ ନାଚି ଯା’ନ୍ତି । ଦମେ ହସ ଖୁସିରେ କଟିଗଲା ପରେ ମାଂସର ଭାଗବଣ୍ଟା ଆରମ୍ଭ ହୋଇଯାଏ । ସତେ ଯେମିତି ଦେବତାମାନେ ଯଜ୍ଞଭାଗ ବଣ୍ଟାବଣ୍ଟି କରୁଛନ୍ତି । ଗାଁର ସବୁଲୋକ ମାଂସ ଭାଗବାଣ୍ଟି ନେଇ ଘରେ ଘରେ ରୋଷେଇ କରି ମହା ଆନନ୍ଦରେ ଖା’ନ୍ତି । ମୋତେ ମିଳିଥିବା ଭାଗରେ ମଧ୍ୟ ମୁଁ ତରକାରି ରାନ୍ଧି ଖାଏ । ସୁକାନ୍ତ ବାବୁ ଏହା ଶୁଣି ଭାବୁଥିଲେ ସେ ଜିମ୍ କାର୍ବେଟଙ୍କ କୁମାୟୁର ନରଖାଦକ କଥା ବା ରୁଢ଼ିୟାଡ୍ କ୍ଲିଫିଙ୍କ କୋଉ ଶିକାର କାହାଣୀ ସବୁ ଶୁଣୁଛନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top