ଗଳ୍ପ

ବୋହୁଚୋରି

Paramita Mishra's odia story Bohuchori

ଖାଲି ସେତିକି ନୁହଁ ଦିନେ ନା ଓଳିଏ ପୁରା ସାତ ଦିନ ସାତ ରାତି ସେଇ ବୈଶୀ ମାନେ ଚିଲ ଶାଗୁଣା ପରି ତାକୁ ଖାଇଥିଲେ।

ବୋହୁଚୋରି

ବାଃ ବାଃ, କି ପ୍ରସ୍ତାବ ଖଣ୍ଡେ ମିଳିଛି ଆଜ୍ଞା, ପାନ ଛେପ ଥୁକି କହି ହେଉଥିଲା ରାଧେ ଆଚାର୍ଯ୍ୟ । ଯେମିତି ଆପଣେ ଖୋଜୁଥିଲେ ହୋ ଠିକ୍ ହେମିତି । ବୁଝିଲେ ହୋ ଆଜ୍ଞା ଝିଅ ବମ୍ବେରେ ଚାକିରି କରୁଛି । ବାପା ତାର ଚାକିରି ଅବସର ହୋଇ ଘରେ ରହିବି ମାସକୁ ମାସ ୫୦ ପାଉଚି। ଆରେ ସରକାରୀରେ କି ଅଫିସର ଥେଲା ବୁଝିଲ ଆଉ ଝିଅ ମ, ପୁରା ଲକ୍ଷ୍ମୀ ମାଆ ତ ଆଉ ମାସକୁ ୨ଲକ୍ଷ ରୋଜଗାର କରୁଛି । ବିଶ୍ୱମ୍ବର ସିଂଦେଓ ପିଇ ଜାଉଥିଲା ରାଧେ ର କଥା ସବୁ । ଛେପ ଢୁକି କହିଲା ଆଚାର୍ଯେ ଏମିତି ପ୍ରସ୍ତାବ ଟେ ତମେ ପାଇଲ କୋଉଠୁ । କାହି ଆଗରୁ ତ କହି ନଥିଲ । ରାଧେ ଆଚାର୍ଯ୍ୟ ଯୋଗସୂତ୍ର କମ୍ ପାଖରେ ସବୁ ପ୍ରକାର ପ୍ରସ୍ତାବ ମିଳିବ । ଆପଣ ଯେମିତି ଖୋଜୁଥିଲେ ସେମିତି ଆପଣଙ୍କୁ ଫିଟ କରେଇ ଦେଇଛି । ପୁରା ଭୁବନେଶୋରରେ କାହାକୁ ଏଯାଏଁ ଜଣେଇନି ବୁଝିଲ । ଆହେ ଝିଅର ବାପାର ଇଚ୍ଛା ପୁଅ ଆମ ଓଡିଆ ହେବାର ଅଛି ସେମାନେ ତ ମାଟ୍ରିମୋନି ସାଇଟରେ ପକଉଥିଲା ହେଲେ ଫୁସୁଲେଇ କି ରୋକିନେଲି ବୁଝିଲ । ଆଉ ତମ ପୁଅର ଫୋଟ ଆଉ ବାଇଓ ତାଙ୍କର ପସନ୍ଦ ହୋଇଛି ବୁଝିଲ । ଆଜିକାଲି ଏମିତି ସର୍ବଗୁଣ ସମ୍ପୁର୍ଣ୍ଣ ଝିଅ ମିଳିବା ଯେ କେତେ ଯେ କଷ୍ଟ ଆପଣଙ୍କ ଠୁ ବେଶି କିଏ ଜାଣେ କହିଲେ ।

ଏବେ କମିସନ ଟା…

ଆହେ ଶୁଣୁଚ ମିଠା ଆଣ ଟି ଆମ ଶିବୁନର ପ୍ରସ୍ତାବ ଠିକ୍ ହୋଇଗଲା । ଖୁସିରେ କହି ଉଠିଲା ବିଶ୍ଵ ଭିତରୁ ମାଳତୀ ହାତରେ ମିଠା ଧରି ବଡ ଉତ୍ସାହ ର ସହ ଆସିଲେ । କହିଲେ ଶିବୁନର ବାହାଘର ହୋଇଗଲା ମାନେ ମୁଁ ଗଂଗା ଗୋଧୋଇଲି ଜାଣ । ତାହେଲେ କେବେ ଯିବା ଝିଅ ଦେଖି ।

ଆରେ ଭାଉଜ ଏଇ ପରା ଝିଅର ଫୋଟ । ସେମାନେ ଖାଲି ବାହାଘର ପାଇଁ ଏଇଠିକି ଆସିଛନ୍ତି । ମାସେ ପନ୍ଦର ଦିନରେ ସବୁ କାମ ଛିଣ୍ଡେଇ ପୁଣି ଫେରିବେ । ତମେମାନେ ଆଉ ଦେଖାଦେଖିରେ ସମୟ ବରବାଦ କରନି । ତମର ହଁ କହିଲେ ମୁଁ ସେପଟେ କଥା ଆଗକୁ ବଢେଇବି । ଏମିତି ଝିଅ ଆଉ ମିଲିବନି ଯେ । କହିଲା ରାଧେ ।

ଆରେ ଇଏ କେମିତି କଥା ଯେ କିଛି ନଜାଣି, ମାଳତୀ ଅଭିଯୋଗ କରୁଥିଲା,

ଆରେ ରୁହ ମ ଆମର ହଁ ବୋଲି କହିଦିଅ ରାଧେ ମଝିରେ ପଶି ବିଶ୍ୱ ବାବୁ କହିଦେଲେ । ଆଉ ହଁ ଆମର ଯୌତୁକରେ କୌଣସି ଜିନିଷର ଆବଶ୍ୟକତା ନାହିଁ ବୋଲି କହିଦେବ । ବାକି ଆମ ଘର ବାବଦରେ ତ ସବୁ କହିବ । ଆମ ଖାନଦା ଆମ ପ୍ରତିପତ୍ତି ଆଉ ଗୋଟେ ଦେଖାସାକ୍ଷାତ ଠିକ୍ କରାଓ । ତୁମ ଟଙ୍କା ମିଳିଯିବ ହେଲା ।

ଆଜ୍ଞା କହି ବିଦାୟ ନେଲେ ଖଣ୍ଡି ।

ମାଳତୀ ଚିନ୍ତା ଦେଖି ବିଶ୍ୱ ବାବୁ ତାଙ୍କୁ କହିଲେ ଆରେ ଥରେ ବାହାଘର ହୋଇଯାଉ ଦେଖିବ ବୋହୂ ଆସିଗଲେ ସବୁ ଠିକ୍ ହୋଇଯିବ । ଏଇତ ରାଧେର ଫୋନ ଆସିଲାଣି, ହଁ କୁହ ରାଧେ କହି କହି ବାହାରକୁ ଚାଲିଗଲେ ବିଦ୍ୟା ବାବୁ । କିଛି ସମୟ ପରେ ହସ ହସ ମୁହଁ ରେ ଫେରିଆସି କହିଲେ ବୁଝିଲ କାଲିକି ମିଟିଙ୍ଗ ଛିଡିଲା କୋଉଠି ଜାଣିଛ ହୋଟେଲ ସି ଭିଉ ।

ମାଳତୀ ତାଟକା ହୋଇ କହିଲେ ହଁ ଏତେ ବଡ଼ ହୋଟେଲରେ ।

ଚାଲ ଆଉ କିଛି ଚିନ୍ତା କରନି । ସବୁ ଭଲ ହେବ । ଶିବୁ ଆସିଲେ ତାକୁ ଏଇ ଶୁଭ ଖବର ଟା ଦେଇଦେବ ଆଉ ଝିଅ ର ଫଟୋ ଟା ଦେଖେଇ ଦେବ । ଝିଅ ର ନାଆଁ ଟା ହେଲା, ବନ୍ୟା…

କହିଦେଇ ଗଲେ ବିଶ୍ୱମ୍ବର

ଶିବ ପ୍ରସାଦ ସିଂହଦେଓ । ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଆଗରୁ ସେ ବିଶାଖା ପାଟଣା ରେ ଆଛାଖାସ଼ ଚାକିରି ଟିଏ କରୁଥିଲେ ବର୍ତମାନ ତାକୁ ଛାଡି ସେ ଏଠି ବାପା, ମାଆ ପାଖରେ ରୁହନ୍ତି । ବାପାରତ ଅକଳନ୍ତରି ସମ୍ପତ୍ତି ଅଛି ତାକୁ କିଏ ଖାଇବ ।

ବାହାଘର ପାଇଁ ସେ ବି ଭାରି ଉତ୍ସୁକ । ଫୋଟ ଦେଖି ସେ ବି ହଁ ମାରିଲା । ଏବେ ବାକି ରହିଲା ମୁହାଁ ମୁହିଁ ଦେଖା ହେବା ଯାହା ।

ଠିକ୍ ସମୟରେ ହୋଟେଲରେ ସଭିଏଁ ଉପସ୍ଥିତ ରହିଲେ । ଝିଅ ମାନେ ବନ୍ୟା ଓ ତାର ବାପା ମଧୁସୂଦନ ଦେବରାୟ ହୋଟେଲ ପୂର୍ବରୁ ଅପେକ୍ଷା କରିଥିଲେ. ବନ୍ୟା ଏକା ଧାରାରେ ସୁନ୍ଦର ପାଠୋଈ ଓ ସଂସ୍କାରୀ ଦେଖି ବିଦ୍ୟାଧର ଓ ପରିବାର ସମସ୍ତେ ଭାରି ଖୁସି । ଶିବ ବନ୍ୟାର ରୁପରେ ଏକଦମ୍ ପାଗଳ ।

କାର୍ତ୍ତିକର ପହିଲି ଗୁରୁବାରେ ନିର୍ବନ୍ଧ ଆଉ ଠିକ୍ ଦଶ ଦିନରେ ବାହାଘର । ସବୁ ଦିନ ବାର ଠିକ୍ କରାଗଲା ।

ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ହଠାତ୍ ତା ଦିନେ ପରେ ଫୋନ ଆସିଲା ମଧୁ ବାବୁଙ୍କର ଯେ ସେ ଏ ପ୍ରସ୍ତାବ ବାବଦରେ ପୁଣି ଭାବିବାକୁ ଚାହୁଁଛନ୍ତି । ବିଶ୍ୱମ୍ବର ବିଚଳିତ ହୋଇ ଉଠିଲେ ଏତେ କଷ୍ଟ ରେ ଏତେ ଭଲ ପ୍ରସ୍ତାବ ଟା ହାତରୁ ଚାଲିଯିବ । ମାଳତୀ ତ ଘର ପରିବାର ସାହି ପଡ଼ିଶା ସମସ୍ତଙ୍କୁ କହି ବୁଲୁଚି । ଲୋକ କଣ କହିବେ । ନାକରେ ଆଙ୍ଗୁଠି ଦେଇ ହସିବେ ସବୁ । ନା ନା ସେମିତି କେମିତି ହେବ । ସାଙ୍ଗେସାଙ୍ଗେ ବସିବା ଜାଗାରୁ ଉଠିଗଲେ ବିଶ୍ୱ ବାବୁ। ମାଳତୀ ଜଲଦି ଚାଲ କହି ମୁହାଁଇଲେ ମଧୁ ବାବୁ ଙ୍କ ପାଖକୁ ।

ଝରକା ଫାଙ୍କ ରେ ମଧୁ ବାବୁ ଝାଙ୍କି ରହିଥିଲେ । ଫଟାଫଟ ସେମାନଙ୍କୁ ଆସିବା ଦେଖି ଆସି ନିଜ ସ୍ଥାନ ବସିଗଲେ । ବନ୍ୟା ବୈଠକର ସାମ୍ନା ଘର କବାଟ ପଛରେ ନିଜକୁ ଲୁଚାଇ ନେଇଥିଲା । ଘରେ ଆଉ ଜଣେ ସଦସ୍ୟ ଦିଶୁଥିଲେ । ମୋହିନୀ ଖୁଡୀ । ଏକଦମ୍ ଅତ୍ୟାଧୁନିକ ସ୍ତ୍ରୀ । ଜନ୍ତ୍ର ଚାଳିତ ପରି ସମସ୍ତେ ନିଜ ନିଜ ଜାଗା ନେଇ ଯାଇଥିଲେ । ବିଶ୍ୱ ଓ ମାଳତୀ ଆସିବା ଦେଖି ମଧୁ କିଛି ନ ଜାଣିଲା ପରି ଆଶ୍ଚର୍ଯ୍ୟ ର ଭାବ ଦେଖାଇ ପଚାରିଲେ ଆରେ ଆପଣ ମାନେ ! କିଛି ଖବର ନାହିଁ ଏମିତି ହଠାତ୍ । ବସନ୍ତୁ ନା

ବିଶ୍ଵ ଓ ମାଳତୀ ଦେବୀ ସୋଫା ଉପରେ ବସୁ ବସୁ ହିଁ ଆରମ୍ଭ କରିଦେଲେ, “ଆଜ୍ଞା ଆମର ଗୋଟିଏ ବୋଲି ପୁଅ ଆମେ ବୁଢ଼ାବୁଢ଼ୀ ଅନ୍ତେ ସବୁ ସେ ହିଁ ଉପେଭାଗ କରିବ। କେଉଁଥିକି ଅଭାବ ନାହିଁ । ଆପଣ ଖାଲି ପ୍ରସ୍ତାବ ରେ ହଁ କହିଦେଲ, ବିବାହ ସାଙ୍ଗେସାଙ୍ଗେ କରିେଦବା । ଆପଣଙ୍କ ଝିଅ ଘରର ମାଲିକାଣୀ ହୋଇ ରହିବ । କୋଉଠିକି ଅଭାବ କରିବୁନି ।

ମଧୁ ବାବୁ କହିଲେ

‘କ୍ଷମା କରିବେ ଆଜ୍ଞା ଆପଣଙ୍କ ପୁଅର ଉଚ୍ଚତା ଟିକେ କମ, ତେଣୁ ମୋ ଝିଅ ନାପସନ୍ଦ କରୁଛି । ସେ ଚାହୁଁଚି ଅନ୍ତଃତ ଛ୍ଅ ଫୁଟ୍ ଉଚ୍ଚତା ଥିବା ଭଳିଆ ବର ଗୋଟେ । ନଥିେଲ ବି ଚଳିବ ହେଲେ ଅନ୍ତତଃ ପକ୍ଷେ ଘରେ ବଡ଼ କାର୍ ଟିଏ ଥିବ। ସକାଳୁ ସଞ୍ଜ ଘରେ ଖଟିବା ପାଇଁ ଚାକର ବାକର ଥିବେ । ‘

ସେ ସବୁ ବ୍ୟବସ୍ଥା ବିବାହ ପୂର୍ବରୁ କରିଦେବୁ । ଆପଣ ଖାଲି ହଁ କୁହନ୍ତୁ ଦେଖନ୍ତୁ ବହୁ ଆଶା କରି ଆସିଛୁ । ବାର ଦୁଆର ଶୁଣ୍ଢିପିଣ୍ଡା ହେଲୁଣି, କୋଉଠି ବି ପ୍ରସ୍ତାବଟେ ହେଉନି ଆପଣ ଯଦି ଚାହାନ୍ତି ଆମେ ଅଗ୍ରୀମ କିଛି ଅର୍ଥ ଦେବା ବ୍ୟବସ୍ଥା ବି କରିଦେବୁ । ଆପଣ ଖାଲି ହଁ କୁହନ୍ତୁ । ”

ଆରେ ନାନା ସେ ଟଙ୍କା ର କିଛି ଆବଶ୍ୟକ ନାହିଁ ।

ମଧୂ ବାବୁ ପୁଣି କହିଉଠିଲେ ଆରେ ଏସବୁ କଥା ତ ଚାଲିଥିବ ଆପଣ ପ୍ରଥମ ଥର ଆମ ଘରକୁ ଆସିଛନ୍ତି । ଏଇଟା ଆମ ଖାନଦାନି ଘର । ସହରରୁ ଟିକେ ଦୁରରେ ଅଛି । ମୋହିନି ଖୁଡି ହାତରେ କିଛି ପାଣି ଆଉ ଖାଇବା ନେଇ ଆସିଲେ । ତ ମଧୁ ବାବୁ ପରିଚୟ କରାଇ କହିଲେ ଏ ହେଉଛନ୍ତି ମୋ ଭାଇଙ୍କ ସ୍ତ୍ରୀ ମୋହିନୀ । ଭାଇର ଦେହାନ୍ତ ପରେ ସେ ଆମ ସହ ରୁହନ୍ତି। ବନ୍ୟା ବାହାରକୁ ଯାଇଛି । ଆପଣ ବସନ୍ତୁ ମୁଁ ଟିକେ ଆସୁଛି ଏତକ କହି ମଧ ଉଠିକି ବନ୍ୟା ଲୁଚିଥିବା ରୁମ ଆଡକୁ ପାଦ ବଢାଇଲେ । କବାଟ ଫାଙ୍କ ରେ ଏବେବି ବନ୍ୟା ଲୁଚି ରହିଚି । ମୁହଁ ରେ ଏକ ଛଳନା ର ହସ ଆବୃତ ହୋଇ ରହିଥିଲା । ଆଖିରେ କିଛି ଗୋଟେ ଇସାରା ଆସିଲ ଆଉ ମଧୁ ବାବୁ ବାହାରକୁ ଆସି ବିଶ୍ଵ ଆଉ ମାଳତୀ କୁ ସାନ୍ତ୍ଵନା ଦେଇ କହିଲେ ଆପଣ ସତରେ ଅତ୍ୟନ୍ତ ସଜ୍ଜନ ଲୋକ ଆଜ୍ଞା ମୋ ଝିଅ ର ବଡ ଭାଗ୍ୟ ସେ ଆପଣଙ୍କ ଘର କୁ ବୋହୂ ହୋଇ ଯିବ । ମୁଁ ପ୍ରତିଶୃତି ଦେଉଛି ଆପଣ ଚିନ୍ତା ମୁକ୍ତ ହୋଇ ଯାଆନ୍ତୁ ।

ଆଚ୍ଛା ଯଦି କିଛି ଅସୁବିଧା ନଥାଏ ତେବେ ପୁଅ ଓ ଝିଅ ଙ୍କୁ ପରସ୍ପରକୁ ମିଶିବାର ସୁଯୋଗ ଦେଲେ କେମିତି ହୁଅନ୍ତା କହିଲେ ବିଦ୍ୟାଧର, କଥା ନ ସରୁଣୁ ମଧୁ ବିଚଳିତ ହୋଇ କହି ଉଠିଲେ ନା ନା ସେ କେମିତି ସମ୍ଭବ । କଥା ସମ୍ଭାଳିବା କୁ ଯାଇ ଖୁଡି ମୋହିନି କହିଉଠିଲେ ଭାଇ ଆମର ଟିକେ ସଂସ୍କାରି ତ। ଦେଖନ୍ତୁ ବନ୍ୟାର ଫୋନ ନମ୍ବର ଟା ନିଅନ୍ତୁ ଶିବଙ୍କୁ କହିବେ ଯାହା କଥା ହେବାର ଫୋନରେ ହୋଇଯିବେ।

ଆଛା କହି ବିଶ୍ୱ ଓ ମାଳତୀ ପ୍ରସ୍ଥାନ ହେଲେ। ଗାଡି ରେ ବସୁବସୁ ମାଳତୀ ଟିକେ ଚିନ୍ତିତ ହୋଇ ପଚାରିଲେ, ହେଇଟି ଶୁଣୁଚ ଆଜି ମଧୁ ବାବୁଙ୍କ ମୁହଁ ଟିକେ ଅଲଗା ଲାଗୁଥିଲା । ଚୁଟି ସବୁ ଟିକେ ବେଶି କଳା ଲାଗୁ ନଥିଲା । ବିଦ୍ୟା ଆଖି ଦେଖେଇ କହିଲା ଦେଖୁଚି ତୁମ ନିୟତ କିଛି ଠିକ୍ ଲାଗୁନି । ତୁମ ସମୁଦି ସେ ବୁଝିଲ ।

ଏ ଦୃଶ୍ୟ ରୁ ଆଉ କିଛି ବୁଝିବାକୁ ବାକି ରହିଲାନି ଯେ ମଧୁ, ବନ୍ୟା ଆଉ ମୋହିନୀ ଚରିତ୍ର ସବୁ ସମ୍ପୁର୍ଣ୍ଣ ଜାଲି । ଏକ ବହୁତ୍ ବଡ ଷଡଯନ୍ତ୍ରର ଯୋଜନା ଚାଲିଛି ଏଇଠି କିନ୍ତୁ କାହିଁକି ?? ଏଠି ସମସ୍ତେ ଥିଲେ ଛଦ୍ମବେଶରେ।

ଶ୍ଵାସର ତୀବ୍ରତା କୁ ଚାପି ଧରିଥିବା ବନ୍ୟା କବାଟ ଫାଙ୍କରୁ ବାହାରି ଆସି ରୋକି ରଖିଥିବା ଶ୍ଵାସ ସବୁ ବାୟୁମଣ୍ଡଳ ରୁ ଆହରଣ କରୁଥିଲା। ମୋହିନୀ ଜିନ୍ସ ଉପରେ ପିନ୍ଧି ଥିବା ଶାଢୀ ଟିକୁ କାଢି ନିଜ ଅସଲ ରୁପରୂ ଆସି ଜାଇଥିଲା ଓ ବାପା ରୁପି ମଧୁ ଓରଫ ମାଧବ ମୁଣ୍ଡର ଧଳା ରଙ୍ଗ ଗୁଡିକ୍ ହଟାଇ ବାରେ ଲାଗିଥିଲା । ମୋହିନୀ କହିଲା ଆଜି ତୁମ ଚୁଟି ପାଇଁ ଆମେ ଧରା ପଡିଥାନ୍ତେ ସେ ବୁଢୀ ତୁମ ଚୁଟି ଗୁଡିକୁ ବଡ ନିରିଖେଇ କି ଦେଖୁଥିଲା । ଆଉ ସମସ୍ତେ ମିଶି ଏକ ସଫଳତା ହସ ହସି ଉଠିଲେ ।

ବିଶ୍ୱ, ମାଳତୀ ଓ ଶିବ, ବାହାଘର କୁ ନେଇ ଆଖିରୁ ସବୁ ନିଦ ହଜି ଯାଇଥିଲା ସେମାନଙ୍କ ର କିନ୍ତୁ ଏଇ ଦଶ, ପନ୍ଦରଟି ଦିନରେ ତାଙ୍କର ଯେ ଆହୁରି ବହୁତ କିଛି ହଜିବାର ଥିଲା ତାଙ୍କୁ ବା କି ଖବର !

ବନ୍ୟା ବେଶ୍ ଜାଣିଥିଲା ଆଜି ଶିବୁ ନିଶ୍ଚୟ ଫୋନ କରିବ । ସେମାନେ ଆଗରୁ ପ୍ରସ୍ତୁତ ଥିଲେ । ମୋହିନୀ ଓ ବନ୍ୟା ବେଶ୍ ଚପଳତା ର ସହ ତା ସହ କଥା ହେଉଥିଲେ । ଯେମିତି ତାକୁ ଟିକେ ବି ସନ୍ଦେହ ନହେଉ । କିଛି ସମୟ ପରେ ମାଧବ ବନାମ ମଧୁ ଜାଣିଶୁଣି ପାଟି କରି କହିଲା, ଶୋଇଲଣି କି ନାହିଁ । ଓ ବନ୍ୟା ସେ ବାହାନାରେ ଫୋନ କୁ ରଖିଦେଲା । ଶିବା କିନ୍ତୁ ବନ୍ୟା ର ସ୍ୱପ୍ନରେ ହଜିଗଲା ।

ମାଧବ ବନ୍ୟା ଉପରେ ଟିକେ ବିରକ୍ତ ହୋଇ କହିଲା, ଆମର ଏତେ କଥା ହେବା କିଛି ଆବଶ୍ୟକ ନାହିଁ ଆଉ ଗଣି ଗଣି ପନ୍ଦର ଦିନ ରହିଲା । ଯେତେ ଶୀଘ୍ର ହେବ ଆମର ଲକ୍ଷ୍ୟ ପୂରଣ କରି ଆମକୁ ଏଠୁ ବାହାରି ବାକୁ ପଡିବ । ତାଠୁ ଅଧିକ ଆଉ କିଛି ନାହିଁ । ମୋହିନି ଟିକେ ମଜାକିଆ ଅନ୍ଦାଜରେ କହିଲା କୋଉଠି କିଛି ଜଳୁଛି । ଆଉ ବନ୍ୟା ର ମୁହଁ ରେ ଟିକେ ଗୋଲାପି ହୋଇ ଉଠିଲା ।

ବନ୍ୟା କହିଲା, ମୌସୁମୀ ରୁ ବନ୍ୟା ହେବା ମୋର ଆବଶ୍ୟକତା ନୁହଁ ମୋର ବିବଷତା । ତୁମେ ତ ଜାଣିଛ ମୋହିନୀ ଦି,

ମୋହିନୀ କହିଲା ଦେଖ ସେସବୁ କଥା ଛାଡ଼ ଏବେ ଆଗକୁ କଣ ଯୋଜନା ତା ଉପରେ ଧ୍ୟାନ ଦିଅ। ହାତରେ ସମୟ କମ ଆଉ ଲକ୍ଷ୍ୟ ବହୁତ୍ ବଡ ।

କାଲି କଣ କରିବା ସେକଥା କୁହ ।

ମାଧବ ଚେତନା କୁ ଆସି କହି ଉଠିଲା, ଶୁଣ ତାହେଲେ, ଓ ପରସ୍ପର ମଧ୍ୟରେ ନିଜର ଯୋଜନା ଉପରେ କଥା ହେବା ଆରମ୍ଭ କଲେ ।

ରାଧେ ଯାଇ ଶିବା ଘରେ ବାହାଘରର ଦିନ ଓ କିଣାକିଣି ବିଷୟ ରେ କହିଦେଇ ଆସିଲା । ମଧୁ ବାବୁ ଝିଅ ବନ୍ୟା ବାହାଘର କିଣାକିଣି ପାଇଁ ବାହାରିଲେ ସହର ର ସବୁଠୁ ବଡ଼ ଅଳଙ୍କାର ଦୋକାନ ରେ ଥାଇ ଶିବୁ ପାଖକୁ ଫୋନ କଲେ ଯେ ସେ ଶିବ ପାଇଁ ତଥା ତା ମାଆ ଆଉ ବନ୍ୟା ପାଇଁ ସୁନା ଗହଣା କିଣିବେ ତେଣୁ ଶିବା ବି ସେଠି କୁ ଆସିବ । ଅଳଙ୍କାର ର ନାଆଁ ଶୁଣି ଶିବୁ ସାଙ୍ଗେ ସାଙ୍ଗେ ସେଠି ହାଜିର ହେବାକୁ ପ୍ରସ୍ତୁତ ହୋଇଗଲା କିନ୍ତୁ ଶିବ ରାସ୍ତା ରେ କିଛି କାରଣ ରୁ ଫଶି ଯିବାରୁ ବହୁତ୍ ଡେରି ହୋଇ ଗଲା ସେ ପହଞ୍ଚିଲା ବେଳକୁ କିଣା ସରିଯାଇଛି । ସେଠୁ ସମସ୍ତେ ଫେରିଯାଇଥିଲେ ।

ତାପରେ ଲୁଗାପଟା କିଣା ହେଲା ସେଠି ବି ବିଶ୍ୱକୁ ଡକାଗଲା । ମୋହିନୀ ଓ ବନ୍ୟା ର କ୍ରେଡିଟ୍ କାର୍ଡ ଟା କାମ କରୁ ନଥିଲା । ଓ ମଧୁ ଆସି ପାରିଲାନି । ବୋହୂ କଣ ସବୁ କପଡ଼ା କିଣିଛି ସେସବୁ ନଦେଖି ଶ୍ୱଶୁର ଏଇଟା ଦେଖୁଥିଲେ ଯେ ପାଖାପାଖି ଲକ୍ଷେ ଟଙ୍କା ର ଲୁଗାପଟା ଆଉ ସମୁଦି ପଇସା ବାଲା ବଳେ ଟଙ୍କା ଫେରି ଆସିବ ପୁଣି ସୁଧ ସଙ୍ଗେ ବୋଲି ଭାବି ଆଗୁଆ ହୋଇ ସବୁ ତକ ଟଙ୍କା ହାତାହାତି ପୈଠ କରିଦେଲା ବିଶ୍ୱମ୍ବର। କଥା ସେତିକି ରେ ସରିନି ବନ୍ୟାର ବରାଦ ଅନୁସାରେ ବିଦ୍ୟାଧର ଘରେ ଦୁଇଦଇଟା ଚାକର ଲଗେଇ ଦେଲା ଘରେ। ପୁଣି ବୋହୂ ପସନ୍ଦର ଗାଡି ପାଇଁ ଆଗୁଆ ଟଙ୍କା ବି ଦେଇ ଦେଲା । ଏମିତିକି କୋଉ ଗାଡି ଆସିବ କାହାକୁ ଜଣା ନଥିଲା । ମାଳତୀ କୁ ଏସବୁ ଟିକେ ଅଡୁଆ ଲାଗୁଥିଲେ ବି ସେ ପୁଅ ର ଖୁସି ରେ ବାଧା ହେବାକୁ ଚାହୁଁ ନଥିଲା ।
ସବୁ ଯୋଜନା ଅନୁସାରେ ଚାଲିଥିଲା କିନ୍ତୁ ଗୋଟିଏ ବଡ଼ ଯୋଜନା ଏବେବି ବାକି ଥିଲା । ବନ୍ୟା ଯେମିତି ରାଣ ଖାଇଚି ବିଶ୍ୱମ୍ବରର ପରିବାର କୁ ତଳିତଳାନ୍ତ କରି ଦେବାକୁ ।

ଶିବକୁ ନିଜ କିଛି କଥା ବାହାନାରେ ଘରକୁ ଡାକି ଆଣିଥିଲେ ବନ୍ୟା କିନ୍ତୁ ସେ ନିଜେ ହିଁ ଘରେ ନଥିଲା। ଘରେ ମୋହିନୀ ଏକା ଥିଲା ବେଳେ ଶିବ ନଜାଣି ମୋହିନୀ ପଛ ପଟୁ ବନ୍ୟା ଭାବି ଧରି ନେଇଥିଲା ଏବଂ ଠିକ୍ ସମୟରେ ବାପା ମଧୁ ଆସି ଖୁବ୍ ଗର୍ଜନ କଲା । ବାହାଘର ଭାଙ୍ଗିଲା ବୋଲି ନିଷ୍ପତ୍ତି ଶୁଣାଇ ଦେଲେ । ବନ୍ୟାର କାନ୍ଦି କାନ୍ଦି ଅବସ୍ଥା ଖରାପ । ପୁଣି ବିଦ୍ୟାଧର ଆସି ପୁଅ ର ଭୁଲ ପାଇଁ କ୍ଷମା ମାଗିଲେ । ବନ୍ୟା ବି କେତେ ନେହୁରା ହେଲା କିନ୍ତୁ ମଧୁବାବୁ ମାନିବାକୁ ନାରାଜ୍ । ଶେଷ୍ କୁ ଗୋଟିଏ ସର୍ତରେ ସେ ରାଜି ହେଲେ। କବାଟ ବନ୍ଦ କରି ବିଶ୍ୱ ଓ ମଧୁ ଏକାନ୍ତରେ କଥା ହେଲେ । ବାହାଘର ପୂର୍ବରୁ ବିଶ୍ୱମ୍ବର ତାର ସମସ୍ତ ସମ୍ପତ୍ତି ବନ୍ୟା ନାଆ ରେ ଲେଖିଦେବ । ଏବଂ ବାହାଘର ଆଗ ଦିନ ନିଜେ ଯାଇ କୋର୍ଟରେ ଗୋଟିଏ କାଗଜ ଜମା କରେଇ ଦେବେ । ଏସବୁ କଥା କେବଳ ମଧୁ ଓ ବିଶ୍ଵ ମଝିରେ କଥା । ମଧୂ କହିଲା ଦେଖ ସମୁଦି ତୁମର ଗୋଟିଏ ବୋଲି ବୋହୂ ତୁମ ପରେ ସବୁ ସମ୍ପତ୍ତି ତ ତାର ତ ଏବେ କରିବାରେ ଅସୁବିଧା କଣ । ମୁଁ କୋଉ ଭରସାରେ ମୋ ସୁନା ଝିଅ ର ହାତ ତୁମର ଏମିତି ପୁଅ ହାତରେ ଟେକିଦେବି କୁହନ୍ତୁ । ଆପଣ ଯଦି ମୋ ସର୍ତ ରେ ରାଜି ତେବେ କଥା ଆଗକୁ ବଢିବ ନହେଲେ…

ବିଶ୍ୱ କଣ ଟିକେ ବିଚାର କଲା ପରେ କହିଲା ନା ଆଜ୍ଞା ଆପଣ ଠିକ୍ କହୁଛନ୍ତି ମୁଁ ଆପଣଙ୍କ ପ୍ରସ୍ତାବ ରେ ରାଜି । ମୋ ପୁଅ ର ଏତଦ୍ ବ୍ୟବହାର ପାଇଁ ମୁଁ କ୍ଷମା ମାଗୁଛି । ଆପଣ ବାହାଘର ପାଇଁ ପ୍ରସ୍ତୁତ ହୁଅନ୍ତୁ । ମୁଁ ଆଜି ଆମ ଓକିଲ କୁ ଡାକି ସବୁ ସମ୍ପତ୍ତି ବନ୍ୟା ନାଆ ରେ ପକଉଛି । ଏତକ କହି ବାପ ପୁଅ ଦୁହେଁ ସେଠୁ ବିଦା ହେଲେ । ମୋହିନୀ ସଫଳତା ପାଇ ଖୁବ୍ ଖୁସି ହୋଇ କହିଉଠିଲା ଆମେ ତାହେଲେ ଜିତିଗଲୁ । ବୋହୂଚୋରି ସଫଳତା ର ସହ ପୁରା ହେଲା । କିନ୍ତୁ ବନ୍ୟା କହିଲା ନା ଯେ ପର୍ଯ୍ୟନ୍ତ କାଗଜ ଆମ ହାତକୁ ଆସିନି ସେ ପର୍ଯ୍ୟନ୍ତ କିଛି ନିର୍ଣ୍ଣୟ ନେବା ଠିକ୍ ହେବନି।

ପୁଣି ଆଉ ଏକ ସଫଳ ପାଦ ଆଗକୁ ବଢାଇଲେ ଏ ତିନିଜଣ । ଅଳ୍ପ ଦିନରେ ମୌସୁମୀ ଯେ ବନ୍ୟା ହୋଇ ତାକୁ ସର୍ବସ୍ୱାନ୍ତ କରିଦେବ ଏ କଥା ବିଦ୍ୟାଧର ଓ ତା ପରିବାର ସମ୍ପୂର୍ଣ୍ଣ ଅଗୋଚର ।

ଯୋଜନା ପୁଣି ଆଗକୁ ବଢିଲା । ଏଥର ରହିଲା ସବୁଠୁ ବଡ଼ କାମ । ବିଶ୍ୱମ୍ବର ର ନାକ ତଳୁ ତା ନିଶ କୁ ଉପାଡି ନେଲା ଭଳି କାମ । ଏବେବି ବିଦ୍ୟାଧର ପାଖରେ ଏତିକି ସାହସ ଅଛି ଯେ ସେ ସମ୍ପତ୍ତି ସବୁ ପୁଣି କମେଇ ପାରିବ । କିନ୍ତୁ ବନ୍ୟା ବନାମ୍ ମୌସୁମୀ ଚାହେଁନି ଶିବ,ବିଶ୍ୱମ୍ବର ଓ ମାଳତୀ ପୁଣି ଏହି ସାମାଜ ରେ ଆଖି ଉଠେଇ ବଞ୍ଚନ୍ତୁ । ତେଣୁ ଆଉ ବାକି ରହିଲା ସେହି ଶେଷ ଅସ୍ତ୍ର । ବନ୍ୟା ର କହିବା ଅନୁସାରେ ବିଶ୍ବମ୍ବର ର ଓକିଲ ସମ୍ପତ୍ତି କାଗଜ ଖଣ୍ଡେ କୋର୍ଟ ରେ ଜମା କରିନେଲେ । ଏପଟେ ରାତିରେ ବନ୍ୟା ଓ ଅନ୍ୟମାନେ ନିଜର ବ୍ୟାଗ୍ ପ୍ରସ୍ତୁତ କଲେ ଭୁବନେଶ୍ୱର ରୁ ସିଧା ମୁମ୍ବାଇ ପାଇଁ। ବୋହୁଚୋରୀ କାର୍ଯ୍ୟ ର ପରିସମାପ୍ତି ଘଟାଇଲା ।

ରାତି ପାହିଲେ ବାହାଘର । ଶିବ ଘରେ ଖୁବ୍ ଜୋରସୋର ରେ ପ୍ରସ୍ତୁତି ଚାଲିଛି । ସକାଳ ହେଲା ବର ଯାଇ ବାହାରେ ଠିଆ ହୋଇଛି । ବରଯାତ୍ରୀ ଯାଇ ମଣ୍ଡପ ରେ ପହଁଚି ଗଲେଣି କିନ୍ତୁ କନ୍ୟା ଆଉ ଆସିଲାନି । ବହୁତ ବେଳ ଅପେକ୍ଷା ପରେ କେହି ଯାଇ ତାଙ୍କ ଘର ଆଡ଼େ ଦେଖି ଆସିଲେ । ସେଠି ତାଲା । ଆଉ ବୁଝିବାକୁ ବାକି ରହିଲାନି ଯେ କନ୍ୟା ଆଉ ନାହିଁ । ଠକେଇ ହୋଇଛି ଖୁବ ବଡ଼ । ମାଳତୀ ଆଉ କାହାକୁ କଣ କହିବ ମୁଣ୍ଡ ରେ ହାତ ଦେଇ କଣେ ବସି ଯାଇଚି । ବିଦ୍ୟାଧରକୁ ହୃଦଘାତ ମାରିଛି କାରଣ କେବଳ ସେ ହିଁ ଜାଣିଛି ଯେ ତାର ସବୁ ସମ୍ପତ୍ତି ଯାଇଛି । ଆଉ ଶିବର ସବୁ ସ୍ଵପ୍ନ ଭାଙ୍ଗି ଯାଇଚି । କିନ୍ତୁ ଏତିକିରେ ସରି ନଥିଲା ଅଫିସ ରୁ ଫୋନ୍ ଆସିଲା ତା ଚାକିରି ଗଲା । ତା ଲାପଟପ ରୁ ଅଫିସ ର କିଛି ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ଚୋରି ହୋଇଛି । ଆଉ ସେସବୁୁ ସେ କାହାକୁୁ ବିକି ଥିବାର ତଥ୍ୟ ବି ମିଳିଛି ସେଥିପାଇଁ ତାକୁ ଜେଲ ଦଣ୍ଡ ବି ମିଳିପାରେ । ଏପଟେ ବାପା ମେଡିକାଲ ରେ ସେପଟେ ପୁଅ ଜେଲରେ ।

ବନ୍ୟା ନାଆଁ ରେ ପୋଲିସ ରେ ଏତଲା ଦିଆ ଯାଇଚି । ପୋଲିସ କହୁଚି ସେ ଏ ବିଷୟରେ ଖୋଜ୍ ତାଡ଼ କରିବ ।

ମାଳତୀ ମୁଣ୍ଡ ପିଟି ପିଟି କାନ୍ଦୁଚି । କେତେକଣ କାଟ ବାଛ କରି ଗାଳି କରୁଛି ବନ୍ୟା ଓରଫ ମୌସୁମୀ କୁ.. ।

କିନ୍ତୁ ବନ୍ୟା ଓଃ କ୍ଷମା କରିବେ ମୌସୁମୀ

ତାର କଣ ହେଲା…

ମୌସୁମୀ ଓ ତାର ସାଥୀ ମାନେ ସଫଳତା ର ସହ ନିଜର କାର୍ଯ୍ୟ କରି ସାରିଥିଲେ । ଏବଂ ନିଜ କ୍ଷେତ୍ର ମୁମ୍ବାଇ ରେ ଥିଲେ ବର୍ତ୍ତମାନ । ତେବେ ପ୍ରଶ୍ନ ଉଠୁଛି ଏମାନେ କିଏ ? କଣ ଏମାନେ ଚୋର ? ନା ଏମାନଙ୍କ ଅଭିପ୍ରାୟ ଆଉ କିଛି ?

ଅସଲରେ ମୌସୁମୀ , ମାଧବ ଓ ମୋହିନୀ ଅଲଗା ଅଲଗା ଜାଗାରୁ କାମ କରୁଥିବା ବେସରକାରୀ କର୍ମଚାରି । ତେବେ ଏମାନେ ଏକାଠି କେମିତି ହେଲେ ? ଏକ ସ୍ୱୟଂ ସେବା ସଂସ୍ଥା ରେ ତିନିହେଁ ଏକାଠି ହୋଇଥିଲେ । ଚାକିରି ଛଡ଼ା ଏମାନେ ସମାଜ ସେବା କରନ୍ତି । ତେବେ ଭାବିବାର କଥା ହେଉଛି ଯେ ଏ କି ସାମାଜ ସେବା । କଣ ଚୋରି କରି ! ଏଠି କଥା କିଛି ଅଲଗା । ଏବେବି ମୌସୁମୀ ର ମନ ଟିକେ ଉଦାସ ଥିଲା । ସାଇ କରୁଣା ସେବା ସଂସ୍ଥାନ ଯୋଉଠି ସେମାନେ କାମ କରନ୍ତି ସେଇଠି ସେହି ଅନାଥ ପିଲା ମାନଙ୍କ ଭିତରେ କିଛି ସମୟ ବିତାଇ ବାକୁ ଭାରି ଭଲ ଲାଗେ ତାକୁ । ମନର ବୋଝ କୁ ହାଲକା କରିବାକୁ ସାଇ ବାବାଙ୍କ ଚରଣ ରେ ବସି ଯାଇଛି ସେ । ମାଧବ ବେଶ୍ ବୁଝେ ତାକୁ । ମାଧବ ପଚାରିଲା କଣ ହୋଇଛି କାହିଁକି ଏତେ ଉଦାସ ଅଛ, ମୌଷୁମୀ କହିଲା ପୋଲିସକୁ ଆମ ବିରୋଧ ରେ ତଥ୍ୟ ମିଳି ଯିବ, ଦିନେ ନା ଦିନେ ଆମ ପାଖେ ପହଞ୍ଚି ଯିବ । ମାଧବ ଭରସା ଦେଇ କହିଲା ନା ମୌସୁମୀ ମୁଁ ଆଗରୁ ସବୁ ବ୍ୟବସ୍ଥା କରି ଦେଇଚି । ରାଧେ ଯୋଗସୂତ୍ର ର ଧୋକା ଧାଡ଼ି ପାଇଁ ଗିରଫ ହୋଇଛି । ଆମ ନାଆ କୁ କେହି ଚିହ୍ନି ପାରି ନାହାନ୍ତି । ଆମ ଛଦ୍ମବେଶ ଓ ଛଦ୍ମନାମ ବେଶ୍ କାମ କରିଛି।

ବିଦ୍ୟାଧର ଯୋଉ ଗାଡି କିଣିଥିଲା ତମ ପାଇଁ, ସେ ତ ଜାଣି ବି ନାହିଁ ଯେ ସେଥିରେ ଆମ୍ବୁଲାନ୍ସ କିଣା ହୋଇଛି । ତାର କିଛି ପ୍ରମାଣ ନାହିଁ । କାଗଜରେ ନିଜେ ବିଦ୍ୟାଧର ସାଇନ୍ କରି ତାକୁ ପାଖର ଜରାଶ୍ରମ କୁ ଦାନ କରିଛି ବୋଲି ଜଣାପଡିଛି।

ସୁନା ଦୋକାନକୁ ଶିବା କୁ ଡକେଇ ତା ପଛରେ ମୋହିନୀ ତା ଲାପଟପ ରୁ ସବୁ ତଥ୍ୟ ବାହାର କରିଥିଲା । ଆଉ ସେଦିନ ମୋହିନୀ ହି ବେଶ ବଦଲେଇ ତା ସହ ଜାଣିଶୁଣି ସମୟ ଅତିବାହିତ କରି ବିଳମ୍ବ କରିଥିଲା । ସେଦିନ ହି ସେ ସମୟ ପୁର୍ବ ରୂ ଅଫିସରୁ ବାହାରି ଆସିଥିଲା । କାହିିଁକି, ତାର କୌୌଣସିି ପ୍ରମାଣ ନାହିଁ । ପୋଲିସ୍ ତା କଥାକୁ ସତ ମାନୁନି । କାରଣ ସେ ଆସିବା ଆଗରୁ ଆମେ ସେ ଜାଗାରୁ ଚାଲିଆସି ଥିଲେ ।

ଲୁଗା ଦୋକାନର ଯୋଉ କପଡା କିଣା ହୋଇଛି ସେସବୁ ତ ଅନାଥ ଆଶ୍ରମ ରେ ନିଜେ ଦାନବିର ବିଦ୍ୟାଧର ହିଁ ଦାନ କରିଛନ୍ତି। ପୁରା ଲକ୍ଷେ ଟଙ୍କା ର ଲୁଗାାପଟା ।

ଆଉ ସବୁଠୁ ବଡ ଓ ମୂଳ କଥା ହେଲା ବିଶ୍ୱମ୍ବର ର ସମ୍ପତ୍ତି, ତ ସେ ସବୁ ତାର ଠିକ୍ ସ୍ଥାନ ରେ ପହଞ୍ଚି ଯାଇଛି ।ଯେମିତି ତୁମେ ଚାହିଁଥିଲ ବନ୍ୟା କୁ ନ୍ୟାୟ ମିଳିଲା ।

ମିଶନ ବୋହୁଚୋରି ସଫଳ ହେଲା।

ଆଶ୍ଚର୍ଯ୍ୟ ହୋଇ ଚାହିଁଲା ମୌସୁମୀ, ମାଧବ ଆଡକୁ, ଆଉ ପଚାରିଲା ତୁମେ ତାହେଲେ ?

ହଁ ମୌସୁମୀ ସବୁ ଜାଣେ ମୁଁ କିନ୍ତୁ ସତରେ ତୁମ ମୁହଁ ରୁ ଥରେ ଶୁଣିବାକୁ ଚାହେଁ । ଏମିତି କଣ ହୋଇଥିଲା ଯେ ମୌସୁମି ରୂପୀ ଶାନ୍ତ ସରଳ ପାଣିର ଧାରା ଏତେ ଭୟଙ୍କର ବନ୍ୟା ରୂପ କାହିଁକି ?

ମୌସୁମୀ ଦିର୍ଘ ଶ୍ୱାସ ନେଇ କହିଲା ମୋ ଜୀବନର ଲକ୍ଷ୍ୟ ଏଇଆ ଯେ ମୁଁ ଶେଷ ଯାଏଁ ସାମାଜ ସେବା ରେ ନିଜକୁ ଲଗାଇ ରଖିବି । କଲେଜ ରେ ବି ଆମେ ବହୁତ୍ କ୍ୟାମ୍ପ ରେ ଯାଉ । ଗରିବ, ଅଭାବୀ ଲୋକ ମାନଙ୍କ କାମରେ ଲାଗିଲେ ବହୁତ୍ ଶାନ୍ତି ଲାଗେ । ଏ ବି ସେମିତି ଗୋଟେ ପ୍ରୋଜେକ୍ଟ ଥିଲା ମୋ ପାଇଁ । ତୁମକୁ ବହୁତ୍ ଧନ୍ୟବଦ୍ ମାଧବ ବିନା କୌଣଷି ପ୍ରଶ୍ନ ରେ ତୁମେ ମୋର ସାଥ ଦେଲ । ଆଉ ମୋହିନୀ ଦି ର ମଧ୍ୟ ଯ ମୁଁ ଆଭାର ।

ଅସଲରେ ବନ୍ୟା ହେଉଛି ବିଦ୍ୟାଧର ଓ ମାଳତୀ ର ନାତୁଣୀ । ଯାହାକୁ କି ସେମାନେ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ନାରାଜ୍ । ଶିବା ହାଇଦ୍ରାବାଦ ରେ ଇଞ୍ଜିନିୟରିଂ ରେ ପାଠ ପଢୁଥିଲା । ସେତେବେଳେ ସେଠି ଆଉ ଗୋଟେ ଝିଅ ବି ପଢୁଥିଲା ଶାନ୍ତି । ମୁଁ ଗୋଟିଏ ସମାଜ ସେବା ଉପରେ ଗୋଟିଏ କୋର୍ସ କରୁଥିଲି । ମୁଁ ଓ ଶାନ୍ତି ଗୋଟିଏ ରୁମ୍ ରେ ରହୁଥିଲୁ । ଭାରି ଭଲ ଝିଅ ଟେ ଶାନ୍ତି । ବହୁତ୍ ଗରିବ ଘରୁ ଥିଲେ ବି ବହୁତ୍ ବଡ ସ୍ଵପ୍ନ ଥିଲା ତାର । ଶିବୁ ଆଉ ଶାନ୍ତି ପରସ୍ପରକୁ ଭଲ ପାଉଥିଲେ। ଏବଂ ଶାନ୍ତି ଏଇ ସମ୍ପର୍କ କୁ ନେଇ ବହୁତ ଖୁସି ଥିଲା । କିନ୍ତୁ ଶିବ ମନରେ ଭଲପାଇବାର ମାନେ କିଛି ଅଲଗା ଥିଲା । ମୋର କୋର୍ଷ କିଛି ଦିନ ପରେ ସରିଗଲା । କିନ୍ତୁ ଶାନ୍ତି ଓ ମୋର ବନ୍ଧୁତା ବହୁତ୍ ଭଲ ହୋଇଯାଇଥିଲା । ଆମେ ସବୁ କଥା ହେଉ ପରସ୍ପର ସହ । ସେଠୁ ଆସିବା ଆଗରୁ ମୁଁ ଶାନ୍ତି କୁ ଶିବ ର ମନ୍ଦ ଉଦ୍ଦେଶ୍ୟ ବିଷୟରେ କହି ଆସିଥିଲି । କିନ୍ତୁ ବୋଧେ ପ୍ରେମ ଅନ୍ଧ ହୋଇଥାଏ ତେଣୁ ସେ ମୋ କଥା କୁ ଗୁରୁତ୍ଵ ଦେଇ ନଥିଲା । କିଛି ଦିନ ପରେ ମୁଁ ମୁମ୍ବାଇ ଆସି ଗଲି କିନ୍ତୁ ଆମେ ଫୋନ ରେ ସବୁ ଦିନ କଥା ହେଉଥିଲୁ । ସେଦିନ ସେ ବହୁତ୍ ଖୁସି ଥିଲା । କହୁଥିଲା ଆଜି ଶିବ ତା ଘରେ ତାଙ୍କ ବିଷୟରେ କହିବ । ଟିକେ ଭାବୁକ ହୋଇ କହିଲା ଯେ ସେ ଅନ୍ତଃସତ୍ତ୍ଵା । ଆଉ ତା ଘର ଲୋକ ଏ କଥା ଜାଣିବା ପୁର୍ବରୁ ଶିବର ବାପା ପ୍ରସ୍ତାବ ଧରି ତାଙ୍କ ଘର କୁ ଯିବେ । ମୁଁ ଭାବିଲି ସତରେ ମୋ ଆଖି ହିଁ ଚିହ୍ନିବା ଭୁଲ କରିଛି ଯାହା ହେଉ ଶାନ୍ତି କୁ ତା ପ୍ରେମ ମିଳିଯିବ । ସେଇଟା ଶାନ୍ତି ସହ ମୋର ଶେଷ କଥା ବାର୍ତ୍ତା ଥିଲା । ସେଦିନ ରାତିରେ ଶିବ ମିଛ କହି ଶାନ୍ତି କୁ କୌଣସି ଜାଗା କୁ ଡାକି ନେଇଥିଲା । ସେଠି ସେ ଯାହା କରିବାର କରିଥିଲା ଆଉ ତା ପରେ କିଛି ଅସାମାଜିକ ଲୋକଙ୍କ ପାଖରେ ତାକୁ ଛାଡି ଚାଲିଗଲା। ସେମାନେ ମିଶି ତା ସହ ଯାହା ଦୁଷ୍କର୍ମ କଲେ ତା ମୁହଁ ରେ କହିଲା ବେଳକୁ ମତେ ବହୁତ୍ କଷ୍ଟ ହେଉଛି ମାଧବ । କାନ୍ଦି ଉଠିଲା ମୌସୁମି,
ଅଳ୍ପ କିଛି ସମୟ ପରେ ପୁଣି କହିଲା, ଖାଲି ସେତିକି ନୁହଁ ଦିନେ ନା ଓଳିଏ ପୁରା ସାତ ଦିନ ସାତ ରାତି ସେଇ ବୈଶୀ ମାନେ ଚିଲ ଶାଗୁଣା ପରି ତାକୁ ଖାଇଥିଲେ। ମୁଁ ବହୁତ ଥର ଚେଷ୍ଟା କରିଥିଲି ତାକୁ ଫୋନ କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଲାଗିଲାନି । ମୁଁ ଭାବିଲି ବୋଧେ ଶାନ୍ତି କୁ ତା ଜୀବନର ସବୁ ସୁଖ ମିଳି ଗଲା । ବାହା ଶାହା ହୋଇ ଶାନ୍ତି ରେ ଥିବ । ମୁଁ କେବେ ଭାବି ନଥିଲି ଏମିତି କିଛି ହୋଇ ପାରିଥିବା ।

ଶେଷରେ ଦିନେ କେମିତି ଟିକେ ସୁଯୋଗ ପାଇ ଶାନ୍ତି ସେମାନଙ୍କ ହାତରୁ ଖସି ଆସି୍ଲା । ବଡ ବିଡ଼ମ୍ବନାର କଥା ମାଧବ ସମାଜରେ ତାକୁ ସବୁ ଦୋଚାରୁଣୀ ର ଆକ୍ଷେପ ଦେଲେ । ପୋଲିସ ଆସିଲା । ଖବର ହେଲା । କିନ୍ତୁ ଶିବୁ ଆଉ ଆସିଲାନି । ଶିବୁର ବାପା ପୋଲିସ କୁ ମୋଟା ଟଙ୍କା ଖୁଆଇ ଶିବ ସେଠି ନଥିବାର ପ୍ରମାଣ ଦେଇଦେଲେ । ଆଉ ଶାନ୍ତି କୁ ତା ନିଜ ଲୋକମାନେ ହିଁ ଅଗ୍ରାହ୍ୟ କରିଦେଲେ।

ମୁଁ ବହୁତ ଦିନ ପରେ ହାଇଦ୍ରାବାଦ କିଛି କାମରେ ଯାଇଥିଲି। ସେଠି ଆମ ସଂସ୍ଥାର ସ୍ତ୍ରୀ ସହାୟତା କକ୍ଷରେ ବୁଲୁ ବୁଲୁ ମୋ ନଜର ଶାନ୍ତି ଉପରେ ପଡିଥିଲା । ଭାରି ଖରାପ ଅବସ୍ଥା ଥିଲା ତାର । ସେ ତ ମତେ ବି ଚିହ୍ନି ପାରୁ ନଥିଲା । ଆଉ ଚିହ୍ନିଲା ପରେ ମତେ ଭିଡି ଧରି ଶିହରି ଶିହରି କାନ୍ଦି ଉଠିଲା । ତାର ସେ ଚିତ୍କାର ମୋର ଆଜିବି ମନେଅଛି । ସେଠିକା ଟ୍ରଷ୍ଟିଙ୍କ ସହ ବହୁତ୍ କଥା ହେଲା ପରେ ମୁଁ ଶାନ୍ତି କୁ ମୁମ୍ବାଇ ନେଇକି ଆସିଲି । ବଞ୍ଚିବାର ଇଚ୍ଛା ସବୁ ଯେମିତି ମରି ସାରିଥିଲା ତାର । କିନ୍ତୁ ତା ପେଟରେ ଛୁଆ ଟା ଯେ ନିର୍ଦୋଷ । ମୁ ତାକୁ ବହୁତ୍ ବୁଝାଏ କିନ୍ତୁ ସେ ଗୋଟିଏ କଥା କହୁଥିଲା ବଞ୍ଚିବାକୁ ତ ଭାରି ଇଚ୍ଛା ଥିଲା ମୌସୁମୀ କିନ୍ତୁ କାଲି କୁ ତା ଛୁଆ ର ପ୍ରଶ୍ନ ର ଉତ୍ତର ସେ କଣ ଦେବ । କେହି ମାନିବେ ଯେ ସେ ଛୁଆ ଶିବ ର । ଆଉ ଜମା ଇଚ୍ଛା ଲାଗୁନି ଜୀଇଁବାକୁ । ମୋର ମନ ଅଛି କଅଁଳିଆ ଛୁଆ ବନ୍ୟା କୁ ମୋ ହାତରେ ଟେକିଦେଇ ଶାନ୍ତି ମତେ ନ୍ୟାୟ ମାଗିଥିଲା ତା ପାଇଁ ।

ତା ଦେହର ଅବସ୍ଥା ବହୁତ୍ ଖରାପ ଥିଲା ମାଧବ । ଛୁଆ ଜନ୍ମ ଦେଲା ପରେ ରକ୍ତ ସ୍ରାବ ବନ୍ଦ ହେଲାନି । ବହୁତ ଚେଷ୍ଟା ପରେ ବି ସେ ବଞ୍ଚିଲାନି ।

ଭାବିଥିଲି ବନ୍ୟା କୁ ନେଇ ତା ଘରେ ଛାଡି ଆସିବି । କିନ୍ତୁ ବିଶ୍ୱମ୍ବର ଓ ଶିବ ଯେ ତାକୁ କଣ କେବେ ଗ୍ରହଣ କରିବେ ଓଲଟା ତାକୁ ମାରିଦେବେ । ତେଣୁ ବାଧ୍ୟ ହୋଇ ମତେ ଏ ରାସ୍ତା ଧରିବାକୁ ପଡିଲା । ଏବେ ସେମାନେ ନିଶ୍ଚିତ ସାରା ଜୀବନ ଭାବୁଥିବେ କାହାକୁ ସେମାନେ ତାଙ୍କର ସମସ୍ତ ସମ୍ପତ୍ତି ଦେଇଦେଲେ । ପୁଣି ଭାବୁଛି ମୋ ଶାନ୍ତି ର ଆତ୍ମା କୁ ଟିକେ ଶାନ୍ତି ନିଶ୍ଚୟ ମିଳି ଥିବ । ତମେ କଣ କହୁଛ ମାଧବ ମୁଁ ମୋ କଥା ରଖିପାରିଛି ।

ମାଧବ ଏକ ଶାନ୍ତ ହସ ଖେଳାଇ କହିଲା ଏଥିରେ ଭୁଲ ବା କଣ ? ଯଦି ଗ୍ରୀଷ୍ମର କଠିନ ଖରାରୁ ରକ୍ଷା କରିବା ପାଇଁ ତୁମେ ମୌସୁମୀ ହୋଇପାରେ ତେବେ କାହାର ମଂଗଳ ପାଇଁ, କାହାକୁ ବଞ୍ଚାଇବାକୁ ଯାଇ ତୁମେ ବନ୍ୟା ବି ସାଜିପାର ।

ଲୋକପ୍ରିୟ ଲେଖା

To Top