କବିତା

ଆଦର୍ଶ

Minati Pradhan's odia poem Aadarsha

ରୋଗ ଶୋକ ଦୁଖ
ହଜିଯିବେ ଦୁନିଆରୁ ଦୂସପ୍ନ ସାଜି
ମୋର ବୋଲି ଦାବିକରି କେହି ମାରିବେନି ବାଜି …………

ଆଦର୍ଶ

ଆବଦ୍ଧ କରନି ମୋତେ ମୁଁ ମଧ୍ୟେ,
ବଞ୍ଚିବାକୁ ଚାହେଁ ଆମେ ହୋଇ …..
ତୁମ ସ୍ଵାଧୀନତାରେ ହସ୍ତକ୍ଷେପ
ନ କରି, ରହିବି ନିଜର ନିଜତ୍ଵ ନ ହରାଇ …..

ତୁମ ଭିତରେ ତିଷ୍ଠିବ ଜଗତ ଆମେ ହୋଇ
ସମସ୍ତେ ପାରିବେ ଅନ୍ୟକୁ ଆପଣାର କରିନେଇ …..
ସୁନ୍ଦର ସାଜିବ ଏ ଦୁନିଆ,
ପ୍ରକୃତି ହସିବ ଚିର ସବୁଜ ହସ
ସୃଷ୍ଟି କୋଳେ ଖିଲି ଖିଲି ହୋଇ ….

ରୋଗ ଶୋକ ଦୁଖ
ହଜିଯିବେ ଦୁନିଆରୁ ଦୂସପ୍ନ ସାଜି
ମୋର ବୋଲି ଦାବିକରି କେହି ମାରିବେନି ବାଜି …………

ଅଯଥା ରକ୍ତପାତ ଗୁଳି ଗୁଳା କମାଣ ବଦଳିବ
ସାଜିବ ପ୍ରେମର ତରଂଗ …
ପ୍ରୀତି ପ୍ରଣୟ ସହୃଦୟତା ଢାଳିବ
ସୂରଜ ଉଇଁବ,
ଫୁଲର ପାଖୁଡାରେ ଭରି ନୂଆ ରଙ୍ଗ ……..

ପକ୍ଷୀ ନୀଡ ଛାଡି ଉଡି ବୁଲିବେ ,
ମୁକୁଳା ଆକାଶେ|
ଆଶାର ଚନ୍ଦ୍ରମା ଉଇଁବ ଦୂର ଦିଗବଳୟେ
ଉଜ୍ଜୀବିତ ଆତ୍ମାର ନୟନରେ
ସ୍ଵଚ୍ଛ ହୋଇ ଦିଶେ ……………..

ଆଖିରୁ ଖୋଲିଦିଅ ଅନ୍ଧ ପୁଟୁଳି
ସାମନାରେ ତୁମ ଦୋ ଛକିର ବାଟ ……………
ଘୃଣା ଅହଂ ପିଶାଚିକତାକୁ
ଫୋପାଡି ଦେଲେ ଖୋଲିଯିବ
ଆପେ ଆପେ ଶାନ୍ତିର କବାଟ ……………….

ଲୋକପ୍ରିୟ ଲେଖା

To Top