ଅର୍ଜୁନଙ୍କ ସନ୍ଦେହ

Deepak Baral's odia prose Arjunanka Sandeha

ସାର୍ବଜନିକ କଥାରେ ମୋର କିଛି ବିଶେଷ ରୁଚି ନାହିଁ

ଅର୍ଜୁନଙ୍କ ସନ୍ଦେହ

ହସ୍ତିନାପୁରରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖରେ ପଞ୍ଚୁ ପାଣ୍ଡଵ ଏବଂ ଦୁର୍ଯ୍ୟାଦ୍ଧନ ମିଶି ବିଦ୍ୟା ଶିକ୍ଷା ଲାଭ କରୁଥିଲେ, ସେହି ସମୟର କଥା । ଗୋଟେ ଦିନ ସଂନ୍ଧ୍ୟା ସମୟରେ ସେ ସମସ୍ତେ ମିଶି ପ୍ରାକୃତିକ ସନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ଠିକ ସେହି ସମୟରେ ଅର୍ଜୁନ କର୍ଣ୍ଣଙ୍କୁ ପ୍ରଶ୍ନ କଲେ, ହେ କର୍ଣ୍ଣ ! କୁହ, ଯୁଦ୍ଧ ଶ୍ରେଷ୍ଠ ନା ଶାନ୍ତି ?

(ଏହା ମହାଭାରତର ଗୋଟିଏ ଉପକଥା । ପ୍ରାମାଣିକ, ଆଦୌ କାଳ୍ପନିକ ନୁହେଁ )

କର୍ଣ୍ଣ ଉତ୍ତର ଦେଲେ, “ଶାନ୍ତି ହିଁ ଶ୍ରେଷ୍ଠ । ”

ଅର୍ଜୁନ ପଚାରିଲେ, ” କାହଁକି ? କାରଣ କ’ଣ ? ”

କର୍ଣ୍ଣ କହିବାକୁ ଲାଗିଲେ, ” ହେ ଅର୍ଜୁନ ! ଯଦି ଯୁଦ୍ଧ ହେବ ତେବେ ମୋତେ ତମ ସହ ଲଢ଼ିବାକୁ ପଡିବ । ତୁମକୁ କଷ୍ଟ ହେବ । ମୁ ତ ଦୟାଳୁ , ତୁମ କଷ୍ଟ ମୁ ସହନ କରିପାରିବିନାହିଁ । ଦୁହିଁଙ୍କୁ ଦୁଃଖ ସହିବାକୁ ପଡିବ । ସେଥିପାଇଁ ଶାନ୍ତି ହିଁ ଶ୍ରେଷ୍ଠ । ”

ଅର୍ଜୁନ କହିଲେ “ହେ କର୍ଣ୍ଣ ! ଏ ପ୍ରଶ୍ନ ଆମ ଦୁହିଁଙ୍କ ଉଦ୍ଧେଶ୍ୟରେ ମୁ ପଚାରି ନଥିଲି, ସାମାନ୍ୟ ରୂପେ ପଚାରିଥିଲି ଯୁଦ୍ଧ ଶ୍ରେଷ୍ଠ ନା ଶାନ୍ତି ? ”

କର୍ଣ୍ଣ ଉତ୍ତର ଦେଲେ, “ସାର୍ବଜନିକ କଥାରେ ମୋର କିଛି ବିଶେଷ ରୁଚି ନାହିଁ ” ।

ଅର୍ଜୁନ ମନେ ମନେ ନିଶ୍ଚିତ କଲେ ଏହି ବ୍ୟକ୍ତିକୁ ମାରି ଦେବି । ଅର୍ଜୁନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ସେହି ପ୍ରଶ୍ନକୁ ଦୋହରାଇଲେ ।

ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଲେ, ” ଯୁଦ୍ଧ ହିଁ ଶ୍ରେଷ୍ଠ ” ।

ପାର୍ଥ (ଅର୍ଜୁନ) ପଚାରିଲେ, “କେମିତି ?”

ଦ୍ରୋଣାଚାର୍ୟ କହିଲେ, “ହେ ବିଜୟ (ଅର୍ଜୁନ) ! ଯୁଦ୍ଧ ରୁ ଧନ-ସମ୍ପତି, ଯଶ ଓ କୀର୍ତ୍ତି ଲାଭ ହେବ । ନଚେତ ବୀର-ଗତି ପ୍ରାପ୍ତିହେବ । ଶାନ୍ତିରେ ଏ ସବୁ ପ୍ରାପ୍ତି ଅନିଶ୍ଚିତ ନା । ”

ପରେ ଅର୍ଜୁନ ପିତାମହଃ ଭୀଷ୍ମଙ୍କ ସହିତ ମିଶିଲେ । ତାଙ୍କୁ ପଚାରିଲେ, “ପିତାମହଃ ! ଯୁଦ୍ଧ ଶ୍ରେଷ୍ଠ ନା ଶାନ୍ତି ?”

ଏହା ଉପରେ ଗଙ୍ଗା ପୁତ୍ର (ଭୀଷ୍ମ) ଉତ୍ତର ଦେଲେ, “ହେ ଅର୍ଜୁନ ! ଶାନ୍ତି ହିଁ ଶ୍ରେଷ୍ଠ । ଯୁଦ୍ଧରୁ କ୍ଷତ୍ରିୟ କୂଳର ମର୍ଯ୍ୟଦା ବଢିଥାଏ ସତ ହେଲେ ଶାନ୍ତିରୁ ସମଗ୍ର ସଂସାରକୁ ମହାନତା ପ୍ରାପ୍ତି ହୋଇଥାଏ । ”

ଅର୍ଜୁନ ପ୍ରତ୍ୟୁତ୍ତର ଦେଇ କହିଲେ “ଆପଣଙ୍କ ଉତ୍ତର ନ୍ୟାୟ ସଂଗତି ଲାଗୁନି ।” ପିତାମହଃ କହିଲେ, “ହେ ଅର୍ଜୁନ ପ୍ରଥମେ କାରଣ କୁହ ପରେ ତୁମର ନିର୍ଣ୍ଣୟ ଶୁଣେଇବ । ”

“ପିତାମହଃ ! ଶାନ୍ତି ରେ କର୍ଣ୍ଣ ଶ୍ରେଷ୍ଠ ମୁ ନିକୃଷ୍ଠ । ଯଦି ଯୁଦ୍ଧ ହୁଏ ତେବେ ସତ୍ୟତା ପ୍ରକଟ ହୋଇଯିବ ।

ଏଉପରେ ପିତାମହଃ ଭିଷ୍ମ କହିଲେ, “ହେ ପାର୍ଥ (ଅର୍ଜୁନ) ଧର୍ମ ସଦା ସର୍ବଦା ଉନ୍ନତ ରହିବ । ଯୁଦ୍ଧ ହେଉ କିମ୍ବା ଶାନ୍ତି, ବିଜୟ କେବଳ ଧର୍ମର ହିଁ ହେବ । ସେଥିପାଇଁ ମନରୁ କ୍ରୋଧାଦିକୁ ଦୂର କରି ଶାନ୍ତି ର କାମନା କର । ସମସ୍ତ ମଣିଷ ତୁମର ଭାତୃ ତୁଲ୍ୟ ଅଟେ । ମଣିଷକୁ ପରସ୍ପର ପ୍ରେମର ସହ ରହିବା ଆବଶ୍ୟକ । ପ୍ରେମ ହିଁ ଶାନ୍ତି ର ମନ୍ତ୍ର । ତ୍ରିଭୂବନର କଥା କହୁଛି । ପ୍ରେମ ଏବଂ ଭକ୍ତି ହିଁ ସମସ୍ତ ମାନବ ଜାତି ଉଦ୍ଧାର ମାର୍ଗ । ” ଏ ତିକି କହି ପିତାମହଃ ଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା ।

କିଛି ଦିନ ପରେ ବେଦବ୍ୟାସ ମୁନି ହସ୍ତୀନାପୁର ଆସି ପହଁଚିଲେ । ଅର୍ଜୁନ ତାଙ୍କ ପାଖକୁ ଯାଇ ନିଜର ପ୍ରଶ୍ନକୁ ଦୋହରାଇଲେ । ମୁନି ଉତ୍ତର ଦେଲେ, “ଦୁହେଁ ଶ୍ରେଷ୍ଠ । ସମୟର ଅନୁରୂପେ ଏମାନଙ୍କୁ ଆପଣାଇବାକୁ ପଡେ ।

ଅନକେ ବର୍ଷ ପରେ ବନବାସ ସମୟରେ ଦୂର୍ଯ୍ୟଧନଙ୍କ ପାଖକୁ ଦୂତ ପଠାଇବା ପୂର୍ବରୁ ଅର୍ଜୁନ କୃଷ୍ଣଙ୍କୁ ପଚାରିଲେ, “ହେ କୃଷ୍ଣ ! କୁହ, ଯୁଦ୍ଧ ଶ୍ରେଷ୍ଠ ନା ଶାନ୍ତି ?”

କୃଷ୍ଣ ଉତ୍ତର ଦେଲେ, “ଏବେ ଶାନ୍ତି ହିଁ ଠିକ ଲାଗୁଛି । ସେଥିପାଇଁ ଶାନ୍ତିର ଦୂତ ହୋଇ ହସ୍ତୀନାପୁର ଯାଉଛି । “

ଲୋକପ୍ରିୟ ଲେଖା

To Top