ଏ ମୋ ଅବୁଝା ମନ

Deepak Baral's odia poem E Abujhaa Mana

ଦେହରେ ତା ମାଖିହୋଇ କଳା କଳା କଳଙ୍କର ଚିହ୍ନ
ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ…

ଏ ମୋ ଅବୁଝା ମନ

ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ
ଜହ୍ନକି ରହେ ଓଢଣୀରେ ଘୁରି ବୁଲେ ସେତ ଆକାଶରେ
ତାରାଙ୍କୁ ସେ ସାଥିକରି ଖେଳେ ମେଘ ସାଥେ ଲୁଚକାଳି
ଦେହରେ ତା ମାଖିହୋଇ କଳା କଳା କଳଙ୍କର ଚିହ୍ନ
ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ…

ଅମାବାସ୍ୟା ଅନ୍ଧାରରେ ଯାଇଛି ସେ ଯେ ବୁଡ଼ି
ତୋ ପ୍ରେମ ପୂର୍ଣ୍ଣିମାରେ ନିଶ୍ଚେ ଆସିବ ସେ ବାହୁଡ଼ି
ଜହ୍ନକୁ ବି ଢାଙ୍କି ପାରେ ମେଘ ଦେଇତା ପ୍ରିତି ବର୍ଷା
ମଳୟ ହୋଇ ମେଘ ବର୍ଷାକୁ ଉଡେଇ ତୁ ନେଇଯା
ନିଦରେ ତା ସଜେଇଦେ ଭିଜା ଭିଜା ତୋ ସପନ
ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ…

ରେଖା ପରି ଜହ୍ନ ଅଛି ଆକାଶର ପାପୁଲିରେ
ଚମକୁ ଥାଉ ସେ ସବୁ ରାତି ଏମିତି ମୋ ଆଖିରେ
ସକାଳ ବି ଲୁଚାଇ ପାରେ ଜହ୍ନକୁ ଦେଇତା ସୁନେଲି ଛୁଆଁ
ରାତି ହୋଇ ସକାଳକୁ ବନ୍ଦୀ କରି ତୁ ନେଇଯା
ଛାତିରେ ତା ଭରିଦେ ଦେ ମିଠା ମିଠା ତୋ ସ୍ପନ୍ଦନ
ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ…

ଲୋକପ୍ରିୟ ଲେଖା

To Top