ଗଳ୍ପ

ଶିଙ୍ଘ ବଢ଼ିବ !

Kanishtha Kishore Sahu's odia story for children Singha Badhiba

ପୁଅ ! ତୁ କାହିଁକି ଏମିତି କାନ୍ଦୁଛୁ ? ଆଗରୁ ତ ବହୁତ ବଢ଼ିଆ । ସ୍କୁଲ୍‌କୁ ଆସୁଥିଲୁ । ଏବେ କ’ଣ ହେଲା ? କିଏ ମାରିଲା ? ନା ଆଉ କ’ଣ ହେଲା ? ମୋତେ ତୁ କହିବୁନି ?

ଶିଙ୍ଘ ବଢ଼ିବ !

ସଦାନନ୍ଦ ! ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଠିକ୍‌ଠାକ୍ ସ୍କୁଲ୍‌କୁ ଆସେ । ବଡ଼ ଆନନ୍ଦରେ ଆସେ । ଗୁରୁଜନଙ୍କୁ ଭକ୍ତି କରେ । ସାଙ୍ଗସାଥିଙ୍କ ସହିତ ନାଚେ, ଖେଳେ ଓ ମୌଜ୍ ମଜଲିସ୍ କରେ । ଛୁଟି ହେଲେ ବ୍ୟାଗ୍‌ଟା କାନ୍ଧରେ ଝୁଲାଇ ଫେରେ ।

ପନ୍ଦର ଦିନ ପରେ ସଦାନନ୍ଦ ବଦଳିଗଲା । ସ୍କୁଲ୍ ଆସିବାକୁ ମନା କଲା । ଜୋର୍ ଜବରଦସ୍ତି ଧରି ଆଣିବାକୁ ପଡ଼ିଲା । ଘରୁ କାନ୍ଦି କାନ୍ଦି ଆସେ । ସ୍କୁଲ୍‌ରେ ମଧ୍ୟ କାନ୍ଦି କାନ୍ଦି ଗଡ଼ିଯାଏ । ତା’ ମାଆ ଦୁଇ ତିନି ଦିନ ଏଭଳି ହେବା ଦେଖି ତାକୁ ଚକ୍‌ଲେଟ୍, ଟଙ୍କା ଆଦି ଦେଲା ପରେ ମଧ୍ୟ ଅବସ୍ଥା ସେଇଆ ଦେଖିଲେ । କ’ଣ ହେଉଛି ଆଦୌ ଜାଣିପାରୁ ନଥାନ୍ତି । ସବୁ ଉପାୟ ଫେଲ୍ ମାରିବା ଦେଖି ତା’ ମାଆ ଶିକ୍ଷକ ପ୍ରଧାନ ବାବୁଙ୍କୁ କିଛି କରିବାକୁ ନେହୁରା ହେଲେ ।

ପରଦିନ ଯେତେବେଳେ ତା’ ମାଆ ସାଙ୍ଗରେ ସ୍କୁଲ୍‌କୁ ଆସିଲା କାନ୍ଦି କାନ୍ଦି ଛାଟିପିଟି ହେଉଥାଏ । ପଧାନ ବାବୁ ସଦାନନ୍ଦକୁ କାଖେଇ ଧରିଲେ । ତା’ ମାଆଙ୍କୁ ଘରକୁ ଫେରିବାକୁ ଇସାରା କଲେ । ପଧାନବାବୁ ତାକୁ ଭଲ ଭଲ ବହି ଦି’ ଖଣ୍ଡ, ପେନ୍‌ଟିଏ, ଦୁଇ ତିନି ପ୍ରକାରର ଚକ୍‌ଲେଟ୍ ଦେଲେ । ତାକୁ ସାଙ୍ଗରେ ନେଇ ସ୍କୁଲ୍‌ର ବଗିଚା ଦେଖାଇଲେ । ବଗିଚା କୋଣରେ ଥିବା ଦୋଳିରେ ଝୁଲାଇଲେ । ଦୋଳିରେ ଝୁଲିଲା ପରେ ସଦାନନ୍ଦ ସବୁ ଭୁଲିଗଲା । ଆନନ୍ଦରେ ଝୁଲିଲା ।

କିଛି ସମୟ ପରେ ପଧାବାବୁ ତା’ ହାତଧରି ଅଫିସ୍‌କୁ ଆଣିଲେ । ପଚାରିଲେ, “ପୁଅ ! ତୁ କାହିଁକି ଏମିତି କାନ୍ଦୁଛୁ ? ଆଗରୁ ତ ବହୁତ ବଢ଼ିଆ । ସ୍କୁଲ୍‌କୁ ଆସୁଥିଲୁ । ଏବେ କ’ଣ ହେଲା ? କିଏ ମାରିଲା ? ନା ଆଉ କ’ଣ ହେଲା ? ମୋତେ ତୁ କହିବୁନି ?”

ଶିକ୍ଷକଙ୍କଠାରୁ ଅଭୟ ଦାନ ପାଇଲା ପରେ ସଦାନନ୍ଦ କହିଲା, “ସେଦିନ ମଧ୍ୟାହ୍ନ ଭୋଜନ ପରେ ନଳକୂଅରେ ମୁଁ ଥାଳି ଧୋଉ ଥିଲି । ସେତେବେଳେ ପଞ୍ଚମର ମନୁଆଁ ଦୌଡ଼ି ଆସିଲା । ମୋ ମୁଣ୍ଡ ସହ ତା’ ମୁଣ୍ଡ ବାଡ଼େଇ ହୋଇଗଲା । ସେ ଆଉ ଥରେ ମୋ ମୁଣ୍ଡରେ ବାଡ଼େଇ ହେବା କଥା । ହେଲାନି ମୋର ବାଳ ଆଉ ବଢ଼ିବନି । ଶିଙ୍ଘ ବଢ଼ିବ ।”

ସଦାନନ୍ଦର ମୁହଁରୁ ଏକଥା ଶୁଣି ପଧାନ ବାବୁ ହସିଲେ । ଅନ୍ୟ ଗୋଟିଏ ପିଲା ହାତରେ ମନୁଆଁକୁ ଡକାଇଲେ । ମନୁଆଁ ତା’ ମୁଣ୍ଡକୁ ଆଣି ସଦାନନ୍ଦର ମୁଣ୍ଡକୁ ଆସ୍ତେ କରି ବାଡ଼େଇଲା । ତା’ପରେ ସଦାନନ୍ଦର ମୁହଁରେ ହସ ଫୁଟି ଉଠିଲା ।

ଲୋକପ୍ରିୟ ଲେଖା

To Top