କବିତା

ଭିନ୍ନରେ ଏକତା

Gupteshwar Nanda's odia poem for children Bhinnataare Ekataa

ଏତେ ଭିନ୍ନ ଭିନ୍ନ
ଗୁଣ ଅଛି ଜାଣ
ଭିନ୍ନରେ ଏକତା
ଦେଖ ଆମ ମନ ।

ଭିନ୍ନରେ ଏକତା

ଭିନ୍ନ ରଙ୍ଗ ଆମ
ପୁଣି ଭିନ୍ନ ବାସ
କେତେ ଜାତି କେତେ
ମିଠା ମିଠା ହସ ।

ଏତେ ଭିନ୍ନ ଭିନ୍ନ
ଗୁଣ ଅଛି ଜାଣ
ଭିନ୍ନରେ ଏକତା
ଦେଖ ଆମ ମନ ।

ହେନା ମଲ୍ଲୀ ପୁଣି
କେତକୀ ଗୋଲାପ
ଆମ ମନେ ନାହିଁ
ହିଂସା ଆଉ ପାପ ।

ବାସ ବାଣ୍ଟିବାକୁ
ମଣୁ ଆମ କାମ
ଜନ ମନ ମୋହି
ପାଳୁ ଜାତି ଧର୍ମ ।

ସବୁ ଫୁଲ ଆମେ
ଗୋଟିଏ ଜାତୀୟ
ଭିନ୍ନତାକୁ ଛାଡ଼ି
ହୁଅ ଭାରତୀୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top