କବିତା

ଦୁଷ୍ଟ

Gupteshwar Nanda's odia poem for children Dushta

ପାଠ ପଢ଼ିବାକୁ ନାହିଁ ମୋ ମନ
ଶ୍ରେଣୀ କୋଠରୀରେ ମୋ କି କାମ ।

ଦୁଷ୍ଟ

ମୋତେ ଲାଗେ ମୁହିଁ ଭଲ ପିଲାଟି
ହେଲେ ଅନ୍ୟମାନେ ଦୁଷ୍ଟ କୁହନ୍ତି ।

କହୁଛି ଶୁଣ ମୋ ଗୁଣ ଗାରିମା
ମନ ଦିଅ ସର୍ବେ ହେଉ ଶୁଣିମା ।

ପାଠ ପଢ଼ିବାକୁ ନାହିଁ ମୋ ମନ
ଶ୍ରେଣୀ କୋଠରୀରେ ମୋ କି କାମ ।

ମୋତେ ମୋ ଗୁରୁଜୀ ଯାହା କୁହନ୍ତି
ମନ ମୋର ତହିଁ ନ ବଳେଟି ।

ଅନ୍ୟ ପିଲା ସାଥେ କରେ ମୁଁ କଳି
କିଏ ଯିବ ମୋଠୁ ଦୁଷ୍ଟରେ ବଳି ।

ଥଟ୍ଟା, ମଜା ଖେଳ କସରତରେ
ଦିନ ମୋର ଯାଏ ବିଦ୍ୟାଳୟରେ ।

ଗୁରୁ ବାଧା ଦେଲେ ମୋହର କାମେ
କେତେ ଗାଳି କରେ ମୁଁ ମନେ ମନେ ।

ଭଲ ମନ୍ଦ ସବୁ ମୋ ପାଇଁ ସମ
ତେଣୁ କରେ ନିତି ଚଗଲା କାମ ।

କି କରିବି ମୁହିଁ ବିଶ୍ୱ କରତା
କୃପାକର ମୋତେ ପଶୁ ମୋ ଚେତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top