କବିତା

ଗଛ

Gupteshwar Nanda's odia poem for children Gacha

ଅନୁରୋଧ କରେ କି,
ହେ ମାନବ ସମାଜ ହୋଇ ସଚେତନ
ତ୍ୟାଗକର ଗଛ କାଟିବା ।
କାରଣ ମାନବ ସତ୍ତା ତେତେ ସମ୍ଭବ
ଯେତେ ଆମେ ବୃକ୍ଷ ଲଗାଇବା ।

ଗଛ

ତୋତେ ଦେଖି ଲାଗେ,
ସୃଷ୍ଟିକର୍ତ୍ତା ସତେ କି ତିଆରିଛି ତୋତେ
ବହୁତ ଫୁରୁସତ୍‌ରେ
କାରଣ ମନ ମତୁଆଲା ହୁଏ ତୋର
ଖୋଲା ହସରେ ।

ଅନୁଭବ କରେ,
ପ୍ରଦାନ କରିବାର ପ୍ରବଳ ଆଗ୍ରହ ରହିଛି
ତୋତେ ସମ୍ପୂର୍ଣ୍ଣ ରୂପେ
କାରଣ ଅନ୍ୟକୁ ଦାନ କରି ତୃପ୍ତ ହେଉ
ତୁ ଆପେ ଆପେ ।

ତୁଳନା କରି ପାଏ,
ସାଗରର ଗଭୀରତା ଠୁ ବଳି ତୋର
ଗୁଣର ଗଭୀରତା
କାରଣ ଅନ୍ୟର ଉପକାରରେ ଜୀବନ
ଦେବା ଅଟେ ତୋର ମହାନତା ।

ସମୀକ୍ଷାରୁ ଜାଣେ,
ପର ଆପଣା ଭେଦ ଭାବରୁ ବହୁ ଉର୍ଦ୍ଧରେ
ଶୀର ଟେକି ହସୁଛୁ ତୁ
କାହିଁକି ନା ପତ୍ର ପଣତରେ ଶୀତଳ ଛାଇ
ଶତ୍ରୁ କୁ ବି ଦାନ କରୁ ତୁ ।

ଏତେ ଗୁଣ ଥାଇ ବି,
ଖାଦ୍ୟ, ବସ୍ତ୍ର, ବାସଗୃହ ଆଉ ସବୁଠୁ ବଳି
ଅମ୍ଳଜାନ ପ୍ରଦାନ କରି
ଧ୍ୱଂସ ହେଉ ମଣିଷ ହାତରେ, ଯାହା ପାଇଁ
ତୁହି ସବୁବେଳେ ଉପକାରୀ ।

ଅନୁରୋଧ କରେ କି,
ହେ ମାନବ ସମାଜ ହୋଇ ସଚେତନ
ତ୍ୟାଗକର ଗଛ କାଟିବା ।
କାରଣ ମାନବ ସତ୍ତା ତେତେ ସମ୍ଭବ
ଯେତେ ଆମେ ବୃକ୍ଷ ଲଗାଇବା ।

ଲୋକପ୍ରିୟ ଲେଖା

To Top