କବିତା

ନିରାପଦ ବିଦ୍ୟାଳୟ

Gupteshwar Nanda's odia poem for children Niraapada Bidyalaya

ବାରବାର କରି ଏହି କଥା କୁହେ
ତାହାରି କଥା ତ ଆଦୌ ମିଛ ନୁହେଁ ।

ନିରାପଦ ବିଦ୍ୟାଳୟ

ନିରାପଦ ଅଟେ ଆମ ବିଦ୍ୟାଳୟ
ସିଏ ପୁଣି ପରା ବିଦ୍ୟାର ଆଳୟ ।

ବିଦ୍ୟାକୁ ବିତରି ଆମରି ନିକଟେ
ମନେ ମନେ ଖୁସି ହୋଇଥାଏ ସତେ ।

ସ୍ୱଚ୍ଛ ରହିଲେ ତ ଜୀବାଣୁ କେବେହେଁ
ମାଡ଼ିବନି ପାଖ ଜାଣହେ ସଭିଏଁ ।

ବାରବାର କରି ଏହି କଥା କୁହେ
ତାହାରି କଥା ତ ଆଦୌ ମିଛ ନୁହେଁ ।

ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ମୁଦ୍ରା-ଦୁଇପାର୍ଶ୍ୱ
ଭୁଲିବାନି କେବେ ଏହି କଥା ଦେଖ ।

ଲୋକପ୍ରିୟ ଲେଖା

To Top