କବିତା

ପାଠ ଦି’ ଅକ୍ଷର

Gupteshwar Nanda's odia poem Paatha Di Akshyar

ପାଠ ପଢ଼ିବାକୁ ଲାଗେ ଭାରି ମଜା
ଅ, ଆ, ଇ, ଈ
ବେଗେ ଆସ ତୁମେ ବିଦ୍ୟାଳୟ ଯିବା
ଆମେରେ ଭଉଣୀ, ଭାଇ ।

ପାଠ ଦି' ଅକ୍ଷର

ପାଠ ପଢ଼ିବାକୁ ଲାଗେ ଭାରି ମଜା
ଅ, ଆ, ଇ, ଈ
ବେଗେ ଆସ ତୁମେ ବିଦ୍ୟାଳୟ ଯିବା
ଆମେରେ ଭଉଣୀ, ଭାଇ ।

ପାଠ ପଢ଼େ ଯିଏ ବଡ଼ ଲୋକ ହୁଏ
ସଂସାର ଜାଣେ ଏ କଥା
ଆମେ ପାଠ ପଢ଼ି ବଡ଼ଲୋକ ହୋଇ
ଦେଶର ଟେକିବା ମଥା ।

ଅନ୍ୟାୟ, ଅଧର୍ମ ଆଉ ଅନୀତିର
ଆଗରେ ହୋଇବା ଟାଣ
ଦେଶରୁ ଦୁର୍ନୀତି ଦୂର କରିଦେବା
କରିବା ଆମେ ଏ ପଣ !

 

ଜାତି, ଧର୍ମ ଆଉ ଭାଷାର ଉର୍ଦ୍ଧ୍ଵକୁ
ନେବା ଆମ ଦେଶ ମା’କୁ
ଭାରତୀୟ ହୋଇ ଆଗକୁ ବଢ଼ିବା
ପଛେଇ ନ ଯିବା କା’ଠୁ !

ପାଠ ଦି’ ଅକ୍ଷର ପଢ଼ିଲେ ସିନାରେ
ବୁଝିବା ଭଲ ମନ୍ଦକୁ
ନ ପଢ଼ିଲେ ପାଠ କି କରି ପାରିବା
ନିନ୍ଦିବା ସିନା ଭାଗ୍ୟକୁ ।

ଲୋକପ୍ରିୟ ଲେଖା

To Top