କବିତା

ପରିଶ୍ରମ

Kanishtha Kishore Sahu's odia poem for children Parishram

ପରିଶ୍ରମ ବିନା ଉତ୍ତର ଜୀବନ
ଦୁର୍ବିସହ ଆଉ କଷ୍ଟ
ଦେହ ଆଉ ମନ ରୋଗଗ୍ରସ୍ତ ହୋଇ
ଆପେ ହୋଇଥାଏ ନଷ୍ଟ !

ପରିଶ୍ରମ

ମଣିଷ ଉନ୍ନତି କରିବା ପଛରେ
ଅଛି ଯେତେ ଭଲ ଗୁଣ,
ତା’ ମଧ୍ୟରେ ଏହି ପରିଶ୍ରମ ଶ୍ରେଷ୍ଠ
କରି ନରେ ମହୀୟାନ !

ଗୁରୁକୁଳେ ଶିଷ୍ୟ ଅଧ୍ୟୟନ ସହ
ଯାଉଥିଲେ କାଷ୍ଠ ଆଣି,
ଜଳ ପ୍ରବାହକୁ ରୋକିବା ଉଦ୍ୟମେ
ଶେଷେ ଶୋଇଲେ ଆରୁଣି !

ଆମେରିକି ପୋର୍ସ ନିଜ ହାତରେ
ଧୋଉଥିଲେ ନିଜ ଗାଡ଼ି,
ଋଷ୍ ମହାନେତା ଷ୍ଟାଲିନ୍ ସାହେବ
ଯାଉଥିଲେ ଢେଲା ତାଡ଼ି !

ପରିଶ୍ରମ ବିନା ଉତ୍ତର ଜୀବନ
ଦୁର୍ବିସହ ଆଉ କଷ୍ଟ
ଦେହ ଆଉ ମନ ରୋଗଗ୍ରସ୍ତ ହୋଇ
ଆପେ ହୋଇଥାଏ ନଷ୍ଟ !

ପରିଶ୍ରମୀ ସଦା ଅଜେୟ ଅମର
ଦୂରୁ ଦେଖି ଡରେ ଯମ,
ଆଳସ୍ୟକୁ ଯିଏ ଆମନ୍ତ୍ରଣ କଲା
ଭାଗ୍ୟଲକ୍ଷ୍ମୀ ହୁଏ ବାମ !

ଲୋକପ୍ରିୟ ଲେଖା

To Top