କବିତା

ପୁନେଇଁ

Sesha Bhusan Acharya

ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି,
ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।

ପୁନେଇଁ

ଉଦଉଦିଆ ଖରାବେଳରେବାଡ଼ି ପଛରେ ଟୁପୁର ଟାପ,
ବର କୋଳିର ଡ଼ାଳ ଦୋହଲେପୁନେଇଁ ଡ଼ିଏଁ ଖୁପୁରୁ ଖାପ ।।୧।।

“କିଏରେ ସିଏ, ରହରେ ରହ”ଖୋଲେ ଝରକା ଶୁଭଇ ପାଟି,
“ଜରି କାଗଜ ବାହାନା କରିଚୋରି କରିବା ତୁମ କାମଟି” ।।୨।।

ହେଲେ ପୁନେଇଁ ନ ଡ଼ରେ ଟିକେନିତି ଦିନିଆ ଏ କାରବାର,
ଖାଲି ଅଖାଟି ଧରି ଫେରିଲେମାଡ଼ ଖାଇବା ହୋଇବ ସାର ।।୩।।

ସକାଳୁ ପେଟେ ପଡ଼ିନି କିଛିମିଳିଛି ଭାଗ୍ୟେ ପାଚିଲା କୋଳି,
ଚୋବାଇ ଯାଏ ମଞ୍ଜିକୁ ଥୁକିକି ଅବା ମାଡ଼ କି ଅବା ଗାଳି ।।୪।।

କହରା ବାଳ ଧୂସର ଦିହଛୁଇନି କେବେ ସାବୁନ ତେଲ,
ଆଖି ଦିଓଟି ଚମକୁ ଅଛିସତେ କାଦୁଏ ଫୁଟିଛି ଫୁଲ ।।୫।।

ଖଣ୍ଡିଆ, ଘାଆ ଶୁଖନ୍ତି ଆପେନାହିଁ ମଲମ ନାହିଁରେ ପଥି,
କୁନି କୁନି ତା ହାତେ ଓ ଗୋଡ଼େକଟା, ଆଞ୍ଚୁଡ଼ା ଦାଗ ଭରତି ।।୬।।

କି ଚିନ୍ତିବ ଅବା ତା କୁନି ମନକୋଉଠିକୁ ତାର ନାହିଁ ଖାତିର,
ଡ଼େଇଁ ଡ଼େଇଁକା ଖାଲିପାଦରେଅଳିଆ ବଣ ହୁଅଇ ପାର ।।୭।।

ସତେ କି ଏକ ପରଜାପତିଏଇଠୁ ଉଡ଼ି ସେଇଠି ବସେ,
ତା ମନ ଲାଖି ଫୁଲଟେ ଖୋଜେଡେଣା ହଲାଇ ଅଣ ନିଶ୍ୱାସେ ।।୮।।

ପୁନେଇଁ ଛୋଟ ଅଖାଟି ବଡ଼ଜରି କାଗଜ ତହିଁ ଭରତି,
ପୁନେଇଁ ଚାଲେ ନଇଁ ନଇଁକିତା ପିଲାଳିଆ ଝୁଙ୍କରେ ମାତି ।।୯।।

ଭାବିଛୁ ଆମେ ତା ଦେଖ ଭାଲତା ବାପା ଆଉ ମା ଙ୍କ ଠେଇ,
ଆମରି ପିଲା ଆମକୁ ଖାଲିଆମେ ଅବା କିସ କରିବୁ ଭାଇ ।।୧୦।।

ଅଛିକି ଆମ ପାଖରେ ଭାଇତା ଆଖି ପାଇଁ କିଛି ସପନ,
ଅବା ଦୂରେଇ ଯେତେ ପୁନେଇଁରହି ଯେ ଥିବା ଆମେ ମଉନ ।।୧୧।।

ଲୋକପ୍ରିୟ ଲେଖା

To Top