କବିତା

ସାଙ୍ଗ ହୋଇ ମେଳ

Madhabananda Panda's odia poem for children Saanga Hoi Mela

ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା ।
ଚୁପାଚୁପା ହସ ହରିନିଏ ବ୍ୟଥା ।।

ସାଙ୍ଗ ହୋଇ ମେଳ

ନଈ କୂଳିଆ ପବନ ଗଛମୂଳ ଛାଇ ।
ଖରାଦିନେ ପରା ଆରାମରେ ଭାଇ ।।

ଗଛ ପାଚିଲା ଫଳ ଆଖୁ ରସ ଆଣ ।
ପଇଡ଼ର ଜଳ କେଡ଼େ ମିଠା ଜାଣ ।।

ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା ।
ଚୁପାଚୁପା ହସ ହରିନିଏ ବ୍ୟଥା ।।

କୁଁ କୁଁ କେନ୍ଦେରା ଖୁଁ ଖୁଁ କାଶ ।
ଘୁଁ ଘୁଁ ମଟର ଦେଖିବାରେ ଆସ ।।

ଚିଂ ଚିଂ କୁକୁଜଡା ଚିଆଁ ଛୁଁ ଛୁଁ ଖେଳ ।
ଖେଳିବାରେ ଆସ ସାଙ୍ଗ ହୋଇ ମେଳ ।।

ଲୋକପ୍ରିୟ ଲେଖା

To Top