ଗଳ୍ପ

ଇଏ ବୋଧେ ଭଗବାନ !

Kanishtha Kishore Sahu's odia story for children Eia Bodhe Bhagabaan

ଏତେବେଳ ଯାଏ ପାଖରେ ବାଦାମ ବିକୁଥିବା ଗରିବ ପିଲାଟିଏ ଏ ସବୁ ଦେଖୁଥାଏ ।

ଇଏ ବୋଧେ ଭଗବାନ !

ହାତରେ ଏକ ଶହେ ଟଙ୍କିଆ ଚିରା ନୋଟ୍‌ ଓ ଛାତିରେ ବର୍ଷିକିଆ ରୋଗିଣୀ ପୁଅକୁ ଧରି ଦୋକାନୀକୁ ନେହୁରା ହୋଇ କହୁଥାଏ, “ବାବୁ ! ଏ ନୋଟ୍‌ ସାମାନ୍ୟ ଚିରା ହେଲେ ଯେ କଣ ହେଲା ? ଚଳିବ ! ଔଷଧ ଦିଅ । ମୋ ପୁଅ ଦେହରେ ଖଇ ଫୁଟିଯିବ । ଛୁଇଁ ହଉନି । ମରିଯିବି । ମୋ କୂଳ ବୁଡ଼ିଯିବ ! ଏ ହିଁ ମୋର ସାହା ଭରସା ! ନିଏ ! ଦିଅ !”

“ନା ! ନା ! ଏ ନୋଟ୍‌ ଚଳିବନି । ଅନ୍ୟଟା ଅଛି ଦିଅ । ଔଷଧ ଦେବି । ” କହୁଥାଏ ଦୋକାନୀ ।

“ମୋ ପାଖରେ ଏହା ହିଁ ଅଛି । ଦୟାକରି ଏହାକୁ ନେଇ ଔଷଧ ଦିଅ” କହୁଥାଏ ମହିଳାଟି ।

ଏତେବେଳ ଯାଏ ପାଖରେ ବାଦାମ ବିକୁଥିବା ଗରିବ ପିଲାଟିଏ ଏ ସବୁ ଦେଖୁଥାଏ । ସେ ଆଉ ସମ୍ଭାଳି ପାରିଲା ନାହିଁ । ସେ ମହିଳାଟିର ପାଖକୁ ଯାଇ ହାତ ଧରି ଡାକି ଆଣିଲା । ଏ ସାମାନ୍ୟ କଥା ପାଇଁ କଣ ଚିନ୍ତା କରୁଚ ? ଦିଅ ସେ ଚିରା ଶହେ ଟଙ୍କିଆ ନୋଟ୍‌ ଖଣ୍ଡକ । ଏଇ ନିଅ ଦୁଇଟା ପଚାଶ ଟଙ୍କିଆ ନୋଟ୍‌ । ଔଷଧ କିଣ ଓ ପୁଅକୁ ଔଷଧ ଦିଅ । ”

ମହିଳା ଜଣକ ଛୋଟ ପିଲାଟିର କଥାକୁ ଶୁଣି କାନକୁ ବିଶ୍ୱାସ କରି ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ପିଲାଟିର ମୁହଁକୁ ଅନାଇବା ଦେଖି ପିଲାଟି କହିଲା, “କଣ ଦେଖୁଛ ? ଏଇ ଚିରା ନୋଟ୍‌ଟାକୁ ସହଜରେ ଚଳେଇଦେବି । ଦରକାର ସେଲୋ ଟେପ୍‌ ଟିକିଏ ମାତ୍ର । ”

ପିଲାଟିର ବୁଦ୍ଧି ଓ ବିଚାର ଦେଖି ମହିଳାଙ୍କ ଆଖି ଛଳ ଛଳ ହୋଇଗଲା । ସେ କେଉଁ ମୁହଁରେ ପିଲାଟିକୁ ଧନ୍ୟବାଦ ଦେବେ ଭାବି ପାରିଲେ ନାହିଁ । ମୁହଁରୁ କିଛି ଶବ୍ଦ ମଧ୍ୟ ବାହାରି ପାରିଲା ନି । ମନେ ମନେ ଭାବିଲେ “ଇଏ ବୋଧେ ଭଗବାନ ! ନ ହେଲେ ଏଭଳି ଚମତ୍କାର କରି ପାରନ୍ତେ ନାହିଁ । “

ଲୋକପ୍ରିୟ ଲେଖା

To Top