ଗଳ୍ପ

ହାତଧୁଆ

Kanishtha Kishore Sahu's odia story for children Haatadhuaa

ତା’ ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା’ ବାପା ମା’ ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି

ହାତଧୁଆ

ସବୁ ଠିକ୍‌ଠାକ୍ ଚାଲିଥିଲା । ଯେତେବେଳେ ରୁବି ଷଷ୍ଠ ଶ୍ରେଣୀରେ ପଢ଼ିଲା । ତା’ ଦେହ ବିଗିଡ଼ି ବସିଲା । ତାକୁ ସର୍ଦ୍ଦି, ଥଣ୍ଡା, କାଶ ଓ ଜ୍ୱର ଲାଗି ରହିଲା । ଡାକ୍ତରଙ୍କୁ ପରାମର୍ଶ କଲେ, ଡାକ୍ତର ଯାହା ମନା କରନ୍ତି ମାନେ, ଯେଭଳି ଔଷଧ ଖାଇବାକୁ କହନ୍ତି ଖାଏ । କିଛିଦିନ ଭଲ ଲାଗେ । ପନ୍ଦର କୋଡ଼ିଏ ଦିନ ପରେ ପୁଣି ସେହି ଅବସ୍ଥା । ଡାକ୍ତର ବଦଳନ୍ତି । ଔଷଧ ବଦଳେ । ରୁବି ବିଭିନ୍ନ ପ୍ରକାରର ଔଷଧ ଖାଇ ଖାଇ ଘାଣ୍ଟି ହେଉଥାଏ । ଔଷଧ ମଧ୍ୟ ଠିକ୍ ରୂପେ କାମ ଦେବା କମିଯାଉଥାଏ ।

ରୁବିର ଅବସ୍ଥା ସୁଧୁରୁ ନଥିବାରୁ ତା’ ମା’ ଓ ବାପାଙ୍କ ଚିନ୍ତା ବଢ଼ି ଯାଉଥାଏ । ରୁବିର ମଧ୍ୟ ପାଠପଢ଼ା ପ୍ରତି ବ୍ୟାଘାତ ହେଉଥାଏ । ସେମାନଙ୍କ ସ୍ଥାନୀୟ ଡାକ୍ତର ଓ ଡାକ୍ତରଖାନା ଗୁଡ଼ିକ ପ୍ରତି ଆସ୍ଥା ଓ ବିଶ୍ୱାସ ରହୁ ନ ଥାଏ ।

ଦିନେ ରୁବିକୁ ତା’ ମା’ ଓ ବାପା ଭୁବନେଶ୍ୱରକୁ ନେଇ ଏକ ବଡ଼ ଡାକ୍ତରଖାନାରେ ଦେଖାଇଲେ । ଡାକ୍ତର ତାଙ୍କ କଥା ଶୁଣି ବିଭିନ୍ନ ପ୍ରକାରର ପରୀକ୍ଷା କରି “ଇନଫ୍ଲୁଏଞ୍ଜା” ବୋଲି କହିଲେ । କ’ଣ ଖାଇବ ? କ’ଣ ମନା ? କିପରି ଚଳିବ ? ଏପରି ଗୁଡ଼ାଏ ଉପଦେଶ ଦେଇ ଔଷଧପତ୍ର ଦେଲେ । ସପ୍ତାହେ ପରେ ପୁଣି ଦେଖା କରିବାକୁ ପରାମର୍ଶ ଦେଲେ ।

ରୁବି ଓ ତା’ ବାପା ମା’ ବହୁତ ଖୁସିରେ ଘରକୁ ଫେରିଲେ । ଭାବୁଥିଲେ ଏଥର ଆଉ ହେବନି । ପାଞ୍ଚଦିନର ଔଷଧ ଖାଇ ସାରିଲା ପରେ ପୁଣି ଷଷ୍ଠଦିନ ସେଇ ଅବସ୍ଥା । ତା’ ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା’ ବାପା ମା’ ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି ।

ସେଦିନ ଅକ୍ଟୋବର ୧୫ ତାରିଖ । “ବିଶ୍ୱ ହାତଧୁଆ ଦିବସ” ଉପଲକ୍ଷେ ଦୂରଦର୍ଶନର ଓଡ଼ିଆ ଚ୍ୟାନେଲ୍‌ରେ ବଢ଼ିଆ କାର୍ଯ୍ୟକ୍ରମଟିଏ ଦେଉଥାଏ । ରୁବିକୁ ଭଲ ନ ଲାଗୁଥିଲେ ହେଁ ଦେଖୁଥାଏ । ଡାକ୍ତରମାନଙ୍କ କଥା ଓ ଦର୍ଶକମାନଙ୍କ ପ୍ରଶ୍ନରୁ ଦେଉଥିବା ଉତ୍ତରକୁ ଅନୁମାନ କରି ରୁବି ଭାବିଲା, ତା’ର ଅସୁସ୍ଥତାର କାରଣ ଏଇ ହାତ ନ ଧୋଇବା, ନୁହେଁ ତ ?

ରୁବି ମନେ ମନେ ସଂକଳ୍ପ କଲା । ପ୍ରତିଦିନ ଶୌଚ ପରେ ଓ ଖାଇବା ପୂର୍ବରୁ ଭଲ ରୂପେ ଅଧମିନିଟ୍ ହାତ ଧୋଇଲା । ଧୀରେ ଧୀରେ ହାତ ଧୋଇବା ତା’ ଅଭ୍ୟାସରେ ପରିଣତ ହୋଇଗଲା । ତା’ ସ୍ୱାସ୍ଥ୍ୟରେ ଅଦ୍ଭୂତ ପୂର୍ବ ପରିବର୍ତ୍ତନ ଆସିଲା । ଦେହ ଭଲ ରହିଲା । ଏବେ ଆଉ ତାକୁ କେବେ ମଧ୍ୟ ସର୍ଦ୍ଦି, କାଶ, ଥଣ୍ଡା ବା ଜ୍ୱର ହେଉନି ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top