ଗଳ୍ପ

ପରିଶ୍ରମର ଫଳ

Kanishtha Kishore Sahu's odia story for children Parishramara Phala

ଚାଷ କାମ ଯାହାର କେଡେ ସୁଖ ତାହାର । ମୁଁ ତ ଆଗେ ପାଠ ପଢ଼ି ପଛରେ କିଛି କରିବାକୁ ଚାହୁଁଥିଲି । ମାତ୍ର ମୋ କଥା ନ ରହିବାରୁ ମୁଁ ଗାଆଁରେ ବୁଲା ବୁଲି କଲି ।

ପରିଶ୍ରମର ଫଳ

ମୋଡ଼ା ମୋଡ଼ି କରି ଦଶ ଟଙ୍କିଆ ନୋଟ୍‌ଟିକୁ ହୁଦ୍‌ ହୁଦ୍‌ ହୋଇ ଜଳୁଥିବା କାଠ ଚୁଲିକୁ ଫୋପାଡ଼ି ଦେବା ପୂର୍ବରୁ ରବି ତା’ ବାପାଙ୍କର ହାତକୁ ଧରି ପକାଇଲା । ହାତ ଯୋଡ଼ି କହିଲା, “ବାପା ! ଆଜି ତାହା ହୋଇ ପାରିବ ନାହିଁ । କାରଣ, ଏ ଦଶଟଙ୍କିଆ ହେଉଛି ମୋ ପରିଶ୍ରମର ଫଳ । ପରିଶ୍ରମ କରି ଉପାର୍ଜନ କରିଛି ।”

ତେର ବର୍ଷିଆ ପୁଅଠାରୁ ସେଭଳି ସାର ଗର୍ଭକ କଥା ଶୁଣି ଦିଗାମ୍ବର ବାବୁ ବିସ୍ମିତ ହେଲେ । ପୁଅଟା କ’ଣ କ’ଣ ଗପୁଛି ବୁଝି ପାରିଲେ ନାହିଁ । ପଚାରିଲେ, “କ’ଣ ହୋଇଛି କି’ରେ ତୋର ?”

ରବି ସବୁକଥା ମନେ ପକାଇ କହିଲା, “ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ବାହାରିଲି ନଈଟିଏ ପଡୁଛି ବୋଲି ମୋ ପାଠରେ ଡୋରି ବାନ୍ଧିଦେଲ । କହିଲ ପାଠ ପଢି କିଏ ସରଗକୁ ଗଲାଣି । ଚାଷ କରିବା । ଦେଶ ଗଢ଼ିବା । ଚାଷ କାମ ଯାହାର କେଡେ ସୁଖ ତାହାର । ମୁଁ ତ ଆଗେ ପାଠ ପଢ଼ି ପଛରେ କିଛି କରିବାକୁ ଚାହୁଁଥିଲି । ମାତ୍ର ମୋ କଥା ନ ରହିବାରୁ ମୁଁ ଗାଆଁରେ ବୁଲା ବୁଲି କଲି । ଗୋଲାମୀ କଲି । ଘରୁ ମାଗିନେଇ ଯାବତୀୟ ଖର୍ଚ୍ଚ କଲି । ଏ ସବୁ ଦେଖି ଦେଖି ମୋତେ ଦିନେ ତୁମେ ଖୁବ ଗାଳି ଦେଇ କହିଲ କିଛି ଆୟ କରୁନୁ । ଅଳସୁଆ ଟା ।

ସେ ଦିନଠାରୁ ମୁଁ ମାଆଙ୍କଠାରୁ ପ୍ରତିଦିନ ଦଶ ଟଙ୍କା ଲେଖାଏଁ ମାଗେ ଓ ତୁମକୁ ଆୟ କରିଛି କହି ଖର୍ଚ୍ଚ ନ କରି ଦେଇଦିଏ । ତୁମେ ସେ ଟଙ୍କାକୁ ଚୁଲିରେ ପକାଇଦିଅ । ଏ ସବୁ ବହୁ ଦିନରୁ ଚାଲି ଆସୁଛି । ଟଙ୍କା ପୋଡ଼ି ଯାଉଥିବା ଦେଖି ମାଆଙ୍କୁ କଷ୍ଟ ହୁଏ । ମାତ୍ର , ସେ ନ ଦେଖିଲା ଭଳି ଚୁପ ରହନ୍ତି । ଯାହା ହେଉଥିଲା ଠିକ ଅଛି । ମାତ୍ର , ଆଜିକାର ଏ ଦଶଟଙ୍କି ନୋଟକୁ ପୋଡ଼ିବାକୁ ଦେବି ନାହିଁ । ପରଘରେ କାମ କରି ପାଇଛି ।”

ପୁଅର କଥାଗୁଡ଼ାକ ଶୁଣି ଦିଗାମ୍ବର ବାବୁ ତିନି ମାସ ତଳର କଥା ମାନେ ପକାଇଦେଲେ । ମନ ଦୁଃଖ କଲେ । ପିଲାଟାକୁ ପାଠ ପଢ଼େଇ ନ ପଠାଇବା କଥାକୁ ନେଇ ଅଭିମାନ କରୁଛି ଏ କଥା ବୁଝି ପାରିଲେ । ତା’ ସହ ପିଲାଟି ପରିଶ୍ରମର ମୂଲ୍ୟ ବୁଝି ପାରିଥିବାରୁ ବହୁତ ଖୁସି ହେଲେ । ତା’କୁ ପୁଣି ପାଠ ପଢ଼ାଇବାକୁ ମନସ୍ଥ କଲେ ।

ସତକୁ ସତ । ରବି ପୁଣି ସ୍କୁଲ୍‌କୁ ପାଠ ପଢିବାକୁ ଗଲା । ରବିର ମୁହଁରେ ହସ ଫୁଟି ଉଠିଲା । ପରିବାରର ସମସ୍ତେ ରବିର ପାଠ ପଢ଼ାକୁ ନେଇ ଆନନ୍ଦରେ ବିଭୋର ହେଲେ । ରବି ମଧ୍ୟ ଭଲ ପଢ଼ିଲା । ନାଁ କଲା ମଧ୍ୟ ।

ଲୋକପ୍ରିୟ ଲେଖା

To Top