ଗଳ୍ପ

ପିଲାଙ୍କ ଏକତା ଓ ବୁଦ୍ଧି

Kanishtha Kishore Sahu's odia story for children Pilanka Ekata O Buddhi

ଅଭିଭାବକ ଜଣକ ସେଭଳି କଥା ଆଦୌ ଚିନ୍ତା କରି ନ ଥିଲେ । ବୁଝିମଧ୍ୟ ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ

ପିଲାଙ୍କ ଏକତା ଓ ବୁଦ୍ଧି

ଏହା ଗୋଟିଏ ପ୍ରାଥମିକ ବିଦ୍ୟାଳୟର ଘଟଣା । ଦିନେ ଜଣେ ଆଗ୍ରହୀ ଅଭିଭାବକ ପିଲାଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ବଢ଼ାଇବା ନିମନ୍ତେ ଗୋଟିଏ ଦୌଡ଼କୁଦ ପ୍ରତିଯୋଗିତାର ଆୟୋଜନ କରାଇଲେ, ସେଥିରେ ପ୍ରଥମ ଶ୍ରେଣୀ ର ପାଞ୍ଚ ରୁ ଛ ବର୍ଷର କୋଡିଏ ଜଣ ପିଲାଙ୍କୁ ସୁଯୋଗ ପ୍ରଦାନ କରାଯାଇଥିଲା ।

ସେ ଦିନ ପିଲାମାନଙ୍କୁ ଗୋଟିଏ ଧାଡିରେ ପଡ଼ିଆର ଗୋଟିଏ ମୁଣ୍ଡରେ ଛିଡା କରାଇ ଦିଆଗଲା । ସୂଚନା ଦିଆଗଲା ପଡ଼ିଆର ସେ ମୁଣ୍ଡରେ କ୍ରିକେଟ ବଲ୍‌ଟାକୁ (କେଉଁଠି ଥିଲା ଦେଖାଇ) ଯିଏ ଦୌଡ଼ିଯାଇ ଆଗ ଆଣିବ ତାକୁ ଶହେଟି ମିଠେଇ ପୁରସ୍କାର ଦିଆଯିବ ।

ଅଭିଭାବକଙ୍କ କଥା ଶୁଣିଲା ପରେ ପିଲାମାନେ ନିଜ ନିଜ ରାସ୍ତାରେ ନ ଦୌଡ଼ି ସମସ୍ତେ ହାତ ଧରାଧରି ହୋଇ ଦୌଡିଲେ । ସମସ୍ତେ ଏକାଥରକେ ଦୌଡିଲେ ଓ ବଲ୍‌ଟାକୁ ଆଣି ଜଣେ ଅଭିଭାବକଙ୍କୁ ଦେଲେ ।

ଅଭିଭାବକ ଜଣକ ସେଭଳି କଥା ଆଦୌ ଚିନ୍ତା କରି ନ ଥିଲେ । ବୁଝିମଧ୍ୟ ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ପିଲାଏ ! ତୁମେମାନେ ମିଳିମିଶି କାହିଁକି ଦୌଡ଼ିଲ ଓ ବଲ୍‌ଟିକୁ ମଧ୍ୟ ଆଣିଲ ?”

ପିଲାମାନେ ତାଙ୍କ ପ୍ରଶ୍ନ ଶୁଣି ଚୁପ୍‌ ପଡ଼ିଲେ । ତାଙ୍କ ମଧ୍ୟରୁ ରମେଶ କହିଲା “ସାର୍‌ ! ଆମେ ସମସ୍ତେ ଗୋଟିଏ ଶ୍ରେଣୀର ପିଲା । ସମସ୍ତେ ଗୋଟିଏ ପରିବାର ଭଳି । ସମସ୍ତେ ଭାଇ ଓ ଭଉଣୀ । ମିଳିମିଶି ଚଳୁ । ଜଣେ ଦୌଡ଼ି ଯାଇ ଶହେଟି ମିଠେଇ ପାଇବା ବଦଳରେ ମିଳିମିଶି ଦୌଡ଼ି ଓ ଖାଇବାକୁ ନିଷ୍ପତ୍ତି ନେଲୁ । ଆମେ ସେଭଳି କରି କିଛି ଭୁଲ କରିନାହୁଁ ବୋଲି ଚିନ୍ତା କରୁଛୁ । ”

ଅଭିଭାବକ ଜଣକ ଏଭଳି କଥା ପୁଣି ଏତେ ଛୋଟ ପିଲାଙ୍କଠୁ ଶୁଣି ବିସ୍ମିତ ହେଲେ । ତାଙ୍କ ଏକତା ଓ ବୁଦ୍ଧିକୁ ମାନେ ମାନେ ପ୍ରଶଂସା ନ କରି ରହି ପାରିଲେ ନାହିଁ ।

ଲୋକପ୍ରିୟ ଲେଖା

To Top