ଗଳ୍ପ

ତାଲା ଠାରୁ ଚାବି ସାନ

Gupteshwar Nanda's odia short story for children Taalaa Tharu Chaabi Saana

ଦରକାର ହେଲେ ଆଙ୍ଗୁଠି ବଢ଼େଇ ଦିଏ । ତା’ର ପୁଅ ମଧ୍ୟ କଷ୍ଟେ ମଷ୍ଟେ ତୃତୀୟ ଶ୍ରେଣୀ ଯାଏ ପଢ଼ିଥାଏ । ମଙ୍ଗଳୁର ଜମିବାଡ଼ି କିଛି ଥାଏ । ସେଥିଲାଗି ସେ ଇନ୍ଦ୍ରଚନ୍ଦ୍ର ମାନୁନଥାଏ ।

ତାଲା ଠାରୁ ଚାବି ସାନ

ଗୋଟେ ଗାଁରେ ଲୋକଟିଏ ଥିଲା । ତା ନାଁ ମଙ୍ଗଳୁ । ନାଁଟା ସିନା ମଙ୍ଗଳୁ । ହେଲେ ଗୋଟାପଣେ ଈର୍ଷାଳୁ ଲୋକଟିଏ । ନିରକ୍ଷର ଲୋକଟା । କଲମ ଧରିବା ଜାଣିନି । ଦରକାର ହେଲେ ଆଙ୍ଗୁଠି ବଢ଼େଇ ଦିଏ । ତା’ର ପୁଅ ମଧ୍ୟ କଷ୍ଟେ ମଷ୍ଟେ ତୃତୀୟ ଶ୍ରେଣୀ ଯାଏ ପଢ଼ିଥାଏ । ମଙ୍ଗଳୁର ଜମିବାଡ଼ି କିଛି ଥାଏ । ସେଥିଲାଗି ସେ ଇନ୍ଦ୍ରଚନ୍ଦ୍ର ମାନୁନଥାଏ ।

ଦିନେ ମଙ୍ଗଳୁ ତାର ହଳିଆର ଘକୁ ଗଲା । ହଳିଆ ସାନ ପୁଅ ପଢୁଥାଏ । ସେ ପିଲାଟିକୁ ପଢୁଥିବାର ଦେଖି ମଙ୍ଗଳୁ ଆଉ ସମ୍ଭାଳି ପାରିଲାନି । କହିଲା, “ଆରେ ତୋ ବାପ ବଡ଼ ଭାଇ ମୋର ହଳିଆ । ସେମାନେ ମୋ ପାଖରେ କାମ କରି ଚଳନ୍ତି । ତୁ ବି ତ ବଡ଼ ହୋଇ ମୋ ପୁଅ ପାଖରେ କାମ କରିବୁ । ତା’ର ହଳିଆ ହେବୁ । ତୁ ତ ଏଡ଼େ ବକଟେ ହେଇଚୁ । ପାଠ ପଢ଼ିଲେ କଅଣଟା କରି ପକେଇବୁ ।” ପିଲାଟିକୁ ବହୁତ ଖରାପ ଲାଗିଲା ସେ କଥା ।

ତା’ପରେ ସେ ପିଲାଟା କୌଣସି ପ୍ରକାରେ ସାହସ ଜୁଟାଇଲା । ଓ କହିଲା, “ଘର ଠାରୁ କବାଟ ସାନ, କବାଟ ଠାରୁ ତାଲା ସାନ । ତାଲା ଠାରୁ ଚାବି ସାନ । ହେଲେ ମଧ୍ୟ ବଡ଼ ବଡ଼ ଘର ଓ କବାଟ ସେହି ସାନ ଚାବିରେ ଖୋଲିଯାଏ । ଠିକ୍ ସେହିପରି ସାନ ସାନ କଥାକୁ ଭଲ କରି ବିଚାର କରିପାରିଲେ, ବଡ଼ ବଡ଼ ପରିବର୍ତ୍ତନ ହୋଇପାରିବ ।” ସେହି ସାନ ପିଲାଟିକୁ ଉତ୍ତର ଦେବା ପାଇଁ କୌଣସି ଶବ୍ଦ ପାଇପାରୁନଥିଲା ମଙ୍ଗଳୁ (ସେଦିନ) ।

ଲୋକପ୍ରିୟ ଲେଖା

To Top