ଶିକ୍ଷା

ଜୀବଦାନ

Kanishtha Kishore Sahu's odia preach for children Jeebadaana

ମାଆ ଆପଣଙ୍କୁ ହେଲ୍‌ମେଟ୍ ପିନ୍ଧି ଯିବାକୁ କହିବାରୁ ବିରକ୍ତ ହେଲେ । ମୁଁ କିନ୍ତୁ ଘରୁ ହେଲ୍‌ମେଟ୍ ନେଇ ଦୌଡ଼ି ଯାଇ ଆପଣଙ୍କୁ ଧରାଇ ଦେଲି ।

ଜୀବଦାନ

ସେଦିନ ହୋଟେଲ୍ ତରଙ୍ଗିଣୀଠାରେ ଗ୍ରାହକମାନଙ୍କୁ ପାଣି ଦେଉଥିବା ବାର ବର୍ଷିଆ ହୋଟେଲ୍ ବୟ୍ ଦେଖି ନମସ୍କାର କରି କହିଲା, “ମହାନ୍ତି ସାର୍ ! ଆପଣ ! ଭାବି ନଥିଲି ପାଞ୍ଚ ବର୍ଷ ପରେ ପୁଣି ଦେଖିବି ।”

ଜଣେ ସାଧାରଣ ହୋଟେଲ୍ ବୟ୍ଠାରୁ ଏଭଳି କଥା ଆଶା କରିନଥିବା ଆଇ.ପି.ଏସ୍. ସରୋଜ ମହାନ୍ତି ଶୁଣି ବିସ୍ମିତ ହୋଲେ । ତାଙ୍କ ମନଟା ଆନ୍ଦୋଳିତ ହେଲା । କିଛି ଖାଇ ପାରିଲେନି । କିଏ ଏଇ ପିଲା ? ତାଙ୍କୁ କେମିତି ଜାଣିଲା ? ଏଠି କିଭଳି କାମ କରୁଛି ? କାହିଁକି କରୁଛି ? ଏଭଳି ନାନା ପ୍ରଶ୍ନଜାଲ ମଧ୍ୟରେ ଛନ୍ଦି ହୋଇ ଇସାରାରେ ବାହାରେ ଭେଟିବାକୁ ଅନୁରୋଧ କଲେ ।

ପିଲାଟି ମାଲିକଙ୍କଠାରୁ ଅନୁମତି ନେଇ ତାଙ୍କ ପଛେ ପଛେ ବାହାରକୁ ଆସିଲା । ବାହାରକୁ ବାହାରିବା କ୍ଷଣି ସରୋଜ ବାବୁ ତାକୁ ପଚାରିଲେ, “ତୁମେ କିଏ ? ମୋତେ କେମିତି ଜାଣିଲ ?” ଇତ୍ୟାଦି ଇତ୍ୟାଦି ।

ପିଲାଟି ଆରମ୍ଭ କଲା, ମୋତେ ଆପଣଙ୍କ ବାପା ଘରର ଛୋଟ ମୋଟ କାମ କରିବା ପାଇଁ ଘରକୁ ଡାକି ନେଇଥିଲେ । ମୁଁ ତ ମୋ ବାପା ମା’ଙ୍କୁ ଜାଣିନି । ଇତଃସ୍ତତଃ ବୁଲୁଥିଲି ନିରାଶ୍ରୟ ଭାବେ । ମୁଁ ଯାଇ ଆପଣଙ୍କ ଘରେ କାମ କଲି । ଦି’ଦିନ ପରେ ଦିନେ ଆପଣ କୁଆଡ଼େ ବାଇକ୍ରେ ଯାଉଥିଲେ । ମାଆ ଆପଣଙ୍କୁ ହେଲ୍‌ମେଟ୍ ପିନ୍ଧି ଯିବାକୁ କହିବାରୁ ବିରକ୍ତ ହେଲେ । ମୁଁ କିନ୍ତୁ ଘରୁ ହେଲ୍‌ମେଟ୍ ନେଇ ଦୌଡ଼ି ଯାଇ ଆପଣଙ୍କୁ ଧରାଇ ଦେଲି । ଆପଣ ମୋ ମୁହଁକୁ ଦେଖି ଖୁସିରେ ପିନ୍ଧି ବାହାରିଗଲେ ।

ଏହା ପାଞ୍ଚବର୍ଷ ତଳର କଥା । ମୋତେ ସାତ ବର୍ଷ ହୋଇଥିଲା । ମୁଁ ଲୋକଙ୍କଠାରୁ ଶୁଣିଲି ଭୀଷଣ ଦୁର୍ଘଟଣାରେ ଆପଣ. . . । ପ୍ରଥମେ ତ ଆପଣଙ୍କୁ ଦେଖି ବିଶ୍ୱାସ କରିପାରିଲି ନାହିଁ । ପରେ କିନ୍ତୁ ଅନୁମାନ କରି ଜାଣିପାରିଲି ।

ପିଲାଟିର ମୁହଁରୁ ଏକଥା ଶୁଣି ସରୋଜବାବୁଙ୍କ ଆଖି ଛଳଛଳ ହୋଇ ଆସିଲା । ସବୁକଥା ମନେ ପଡ଼ିଗଲା । ତାଙ୍କ ଦୁର୍ଘଟଣା ପରେ ଘରର ସମସ୍ତେ ଘରେ ତାଲା ପକାଇ ପ୍ରଥମେ ଭୁବନେଶ୍ୱର ଓ ପରେ ବମ୍ୱେରେ ଲକ୍ଷଲକ୍ଷ ଖର୍ଚ୍ଚ କରି ବଞ୍ଚାଇଥିଲେ । ହେଲ୍‌ମେଟ୍ ପାଇଁ ହିଁ ବଞ୍ଚିଗଲେ ।

ଘରେ ତାଲା ପକାଇ ଆସିଲା ପରେ ପିଲାଟି ନିରାଶ୍ରୟ ହୋଇଗଲା- ଏକଥା କେହି ଚିନ୍ତା କରି ନ ଥିଲେ । କିନ୍ତୁ, ତା’ ଯୋଗୁଁ ସେ ଜୀବନଦାନ ପାଇଥିବାରୁ ତାକୁ ପାଠ ପଢ଼ାଇ ମଣିଷଟିଏ କରି ଗଢ଼ିବାର ଇଚ୍ଛା ନେଇ ଘରକୁ ବଡ଼ ଖୁସିରେ ନେଇଗଲେ । ପିଲାଟି ମଧ୍ୟ ସରୋଜ ବାବୁଙ୍କ ସ୍ୱପ୍ନକୁ ସାକାର କରି ଭଲ ବ୍ୟବସାୟୀଟିଏ ହେଲା ।

ଲୋକପ୍ରିୟ ଲେଖା

To Top