ଶିକ୍ଷା

ଜୀବେ ଦୟା

Kanishtha Kishore Sahu's odia preach for children Jibe Dayaa

ପୁଅ ମୁଁ ତୋତେ ପୁଅ ରୂପେ ପାଇ ଧନ୍ୟ ହୋଇଛି ” ମାଆଙ୍କ ଆଖି ଖୁସିରେ ଛଳଛଳ ହୋଇଗଲା

ଜୀବେ ଦୟା

ଦୀପକର ପଢ଼ା ଘରକୁ ପିମ୍ପୁଡ଼ି ମାନଙ୍କ ଧାର ଲମ୍ବିଥିବା ଦେଖି ତାଙ୍କ ମା’ ମାଳତୀ ଦେବୀ ଆଶ୍ଚର୍ଯ୍ୟ ହୋଇଗଲେ । କଥା କଣ ହୋଇଥିବ ଭାବି ମନରେ ନାନା ପ୍ରଶ୍ନ ଉଠିଲା । କିଛି ଖାଦ୍ୟର ଅସ୍ତିତ୍ୱ ନ ଥିଲେ ପିମ୍ପୁଡ଼ି ମାନେ ଯାଆନ୍ତି ନାହିଁ ତାହା ଭାବି ଆଶ୍ୱସ୍ତ ମଧ୍ୟ ହେଲେ ।

ମାଳତୀ ଦେବୀ ପିମ୍ପୁଡ଼ି ମାନଙ୍କ ଧାରକୁ ଅନୁସରଣ କରି ଦୀପକ ପଢାଅଘରକୁ ପଶିଲେ । ଦେଖିଲେ ପିମ୍ପୁଡ଼ି ଗୁଡିକ ବହିଟିଏ ଭିତରକୁ ପଶୁଛନ୍ତି ଓ ପାଟିରେ କିଛି ଖାଦ୍ୟ ଧରି ଫେରି ଆସୁଛନ୍ତି । ସେ ସେହି ବହିଟିକୁ ବାହାରକୁ ଆଣି ଝାଡିଦେଲେ । ଦେଖିଲେ , ତା ମଧ୍ୟରେ ତିନୋଟି ରୁଟି ଥିଲା । ସେ କାମ ଯେ ଦୀପକର ସେ କଥା ତାଙ୍କୁ ବୁଝିବାକୁ ବେଳ ଲାଗିଲା ନାହିଁ, କିନ୍ତୁ ଦୀପକ ଯେ ନ ଖାଇ କାହିଁକି ବହିଟି ମଧ୍ୟରେ ରଖିଛି ସେ ଆଦୌ ବୁଝି ପାରିଲେ ନାହିଁ । ସେ ଦୀପକର ଫେରିବା ବାଟକୁ ଘରେ ଅପେକ୍ଷା କରି ରହିଲେ ।

ଦୀପକ ଚାରିଟାରେ ବିଦ୍ୟାଳୟରୁ ଫେରିଲା ପରେ ପଢାଅଘରେ ବହିପତ୍ର ରଖିଦେଲା । ତା ପରେ ହାତ ଗୋଡ଼ ଧୋଇ ରନ୍ଧା ଘରକୁ କିଛି ଖାଇବାକୁ ପଶିଲା । ଦୀପକ କୁ ଗୋଟିଏ ଗ୍ଲାସ ଦୁଧ ଓ କିଛି ବିସ୍କୁଟ୍‌ ମାଆ ମାଳତୀ ଦେବୀ ଦେଲେ । ଦୀପକ ଭୋକିଲା ଥିଲା । ତାକୁ ଖାଇ ସାରିଲା ପରେ ଖେଳି ଯିବାକୁ ବାହାରିବା ଦେଖି ମାଆ ତାକୁ ହାତ ଠାରି ରହିବାକୁ କହିଲେ । ସେ ତା’ପରେ ଦୀପକ ପାଖକୁ ଗଲେ । ଦୀପକର ପିଠିରେ ହାତ ରଖି ପଚାରିଲେ , ‘ ତୋ ବହି ପତ୍ର ମଧ୍ୟରେ ରୁଟି କେମିତି ବାହାରୁଛି ? ସତ କହ, କଥା କ’ଣ ?

ଦୀପକ ଭଲ ପିଲା । ମିଛ କହେନି । କହିଲା “ମାଆ ! ତୁମେ ଯେଉଁ ମୋତେ ସକାଳ ଜଳଖିଆ ନିମନ୍ତେ ତିନୋଟି ରୁଟି ଦେଇଥାଅ ମୁଁ ତା ମଧ୍ୟରୁ ଦୁଇଟି ଖାଇଥାଏ ଓ ଅନ୍ୟଟିକୁ ଗୋଟିଏ କାଉକୁ ଦେଇ ଦିଏ । କାଉଟିଏ ପ୍ରତିଦିନ ଆସିଥାଏ । ହେଲେ ତିନିଦିନ ହେଲାଣି କାଉଟି ଆଉ ଆସୁନାହିଁ । ତା’ର କ’ଣ ହୋଇଛି ଜଣା ପଡୁ ନାହିଁ ।”

ମାଳତୀ ଦେବୀ ପୁଅ ଦୀପକର ଯିବେ ଦୟା କଥା ଦେଖି ଖୁସିରେ ପୁଅକୁ କୁଣ୍ଢାଇ ଧରିଲେ । କହିଲେ, “ପୁଅ ମୁଁ ତୋତେ ପୁଅ ରୂପେ ପାଇ ଧନ୍ୟ ହୋଇଛି ” ମାଆଙ୍କ ଆଖି ଖୁସିରେ ଛଳଛଳ ହୋଇଗଲା ।

ଲୋକପ୍ରିୟ ଲେଖା

To Top