ଟଙ୍କା

Kanishtha Kishore Sahu's odia preach for children Tankaa

ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ ।

ଟଙ୍କା

ବିଦ୍ୟାଳୟରେ ପ୍ରତିଦିନ ବାରଟାରେ ଏକ ଛୁଟି ହୁଏ । ସବୁ ପିଲା ସେତେବେଳେ ବାହାରକୁ ଯାଇ ପାଞ୍ଚ ମିନିଟ୍ ପରେ ଫେରି ଆସନ୍ତି । ପାଠ ପଢ଼ା ପୂର୍ବପରି ଚାଲେ ।

ଶିକ୍ଷକ ଲକ୍ଷ୍ୟ କଲେ ସବୁପିଲା ବାହାରକୁ ଯାଉଥିବା ବେଳେ ଜିତୁ ଯାଉନି । ସେ ଦଶ ମିନିଟ୍ ପରେ ଯାଏ । ପରେ କାହିଁକି ଯାଏ ? କୁଆଡେ଼ ଯାଏ ? କାହିଁକି ଯାଏ ? ଏଭଳି ଗୁଡ଼ାଏ ପ୍ରଶ୍ନ ଶିକ୍ଷକଙ୍କ ମନରେ ଆସିଲା । ସେ ଅନୁସନ୍ଧିତ୍ସୁ ହୋଇ ପଡ଼ିଲେ ।

ତା’ପରିଦିନ ଯେତେବେଳେ ଜିତୁ ଏକଛୁଟି ଗଲା ଶିକ୍ଷକ ତା’ ପଛେ ପଛେ ଅନୁସରଣ କଲେ । ଦେଖିଲେ, ଜିତୁ ବାଳକ ପରିସ୍ରାଗାରକୁ ନ ଯାଇ ବିଦ୍ୟାଳୟ ପଛପଟେ ଥିବା ଏକ ବରକୋଳି ଗଛ ମୂଳକୁ ଯାଉଛି । କ’ଣ ଗୋଟିଏ କରୁଛି । କିଛି ପୋତିଲା ଭଳି କାମ କରୁଛି । ଫେରିଲାବେଳେ ହାତ ନଳକୂଅରେ ଧୋଇ ଆସୁଛି ।

ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ । ଶିକ୍ଷକ ସେଠାକୁ ଯାଇ କିଛି ପୋତା ହୋଇଥିବା ଦେଖିଲେ । ଖୋଳିବାରୁ କିଛି କଙ୍କିଙ୍କ ମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ । କିଛି ବୁଝିପାରିଲେ ନାହିଁ ।

ଶିକ୍ଷକ ଜିତୁକୁ ସେଦିନ ଅପରାହ୍ନବେଳେ ଏକା ଡାକିଲେ । ସତକଥା କହିବାକୁ ବୁଝାଇଲେ । ଜିତୁ ଥଙ୍ଗ ଥଙ୍ଗ ହୋଇ ଶେଷରେ ସତକଥା ମାନିଗଲା । ଶିକ୍ଷକ ତାକୁ ଗାଳିଦେଲେ ନାହିଁ । ବୁଝାଇ କହିଲେ, “କଙ୍କି ଏକ ଉପକାରୀ ପତଙ୍ଗ । ଏହା ମଶା ମାଛି ଭଳି ଅପକାରୀ କୀଟ ପତଙ୍ଗମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରି ମଣିଷର ଅଶେଷ ଉପକାର କରିଥାଏ । ଆମେ ତାଙ୍କୁ ଧରିବା କି ମାରିବା ନାହିଁ । ତାଙ୍କ ମୁଣ୍ଡରୁ କେବେ ବି ଟଙ୍କା ହୁଏନା ବୁଝିଲୁ ।”

ଶିକ୍ଷକଙ୍କ କଥା ଶୁଣି ଜିତୁ କାନ ଧରିଲା ଆଉ ସେଭଳି ନ କରିବାକୁ ପ୍ରତିଶ୍ରୁତି ଦେଲା । ଜିତୁ, ସତରେ ବଦଳିଗଲା ।

ଲୋକପ୍ରିୟ ଲେଖା

To Top